peoplepill id: snigdha-mohanty
SM
India
11 views today
11 views this week
Snigdha Mohanty
Indian actress

Snigdha Mohanty

The basics

Quick Facts

Intro
Indian actress
Places
Gender
Female
The details (from wikipedia)

Biography

ସ୍ନିଗ୍ଧା ମହାନ୍ତି ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଓଡ଼ିଆ ଓ ବଙ୍ଗଳା ସିନେମାରେ କାମ କରିଛନ୍ତି । ୧୯୮୮ ଜାନୁଆରୀରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର ଲାଲ୍‍ପାନ ବିବି ନବାଗତା ଅଭିନେତ୍ରୀଭାବେ ମହାନ୍ତି ଅଭିନୟ ଆରମ୍ଭ କରିଥିଲେ । ସେ ନାୟିକା, ସହ-ନାୟିକା, ନକାରାତ୍ମକ ଭୂମିକାରେ ଏବଂ ଟେଲିଭିଜନ ଧାରାବାହିକମାନଙ୍କରେ ପ୍ରମୁଖ ଭୂମିକାରେ ମଧ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି । ସେ ପଚାଶରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ "ସ୍ୱାଭିମାନ" ଓ "ଅମ୍ବିକାଖୁଡ଼ୀଙ୍କ ହାଣ୍ଡିଶାଳ" ତାଙ୍କ ଅଭିନୀତ ଦୁଇଟି ଲୋକପ୍ରିୟ ଧାରାବାହିକ କାର୍ଯ୍ୟକ୍ରମ । ସେ ଭାରତୀୟ ଡାକ ବିଭାଗରେ କାର୍ଯ୍ୟ କରନ୍ତି ।

ପ୍ରାରମ୍ଭିକ ଜୀବନ

ସ୍ନିଗ୍ଧା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମ ଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ସେ ଅଭିନୟକୁ ପେଶା ଭାବେ ଆରମ୍ଭ କରିଥିଲେ ।

କଥାଚିତ୍ର ଜୀବନ

୧୯୮୦ ମସିହାରେ ଅଗ୍ନି ପରିକ୍ଷା ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ସ୍ନିଗ୍ଧା , ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଓଡ଼ିଆ, ବଙ୍ଗଳା, ସିନେମାରେ ଅଭିନୟ କରିସାରିଛନ୍ତି । ମହୁଆ ଚଳଚ୍ଚିତ୍ରରେ ସ୍ନିଗ୍ଧା ନାୟକ ଶ୍ରୀରାମ ପଣ୍ଡାଙ୍କ ସ‌ହ ଅଭିନୟ କରିଥିଲେ ।

ପରିବାର

ସ୍ନିଗ୍ଧା ମହାନ୍ତିଙ୍କର ପତି ଜୟପ୍ରକାଶ ମହାନ୍ତି ଜଣେ ଜଣାଶୁଣା ଆଲବମ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ । ତାଙ୍କ ଝିଅ ସମ୍ଭାବନା ମଧ୍ୟ ଜଣେ ଅଭିନେତ୍ରୀ ଓ ଗାୟିକା ।

ଅଭିନୀତ ଓଡ଼ିଆ କଥାଚିତ୍ର

  • ପାରିବେନି କେହି ଅଲଗା କରି, ୨୦୧୩
  • ଲଭ ଡଟ କମ, ୨୦୦୯
  • ସୁନା ଚଢ଼େଇ ମୋ ରୁପା ଚଢ଼େଇ, ୨୦୦୯
  • ଆରେ ସାଥୀ ଆ, ୨୦୦୯
  • ପାଗଳ କରିଛି ପାଉଁଜି ତୋର, ୨୦୦୯
  • ନନ୍ଦିନୀ ଆଇ ଲଭ ୟୁ, ୨୦୦୮
  • କାଳିଶଙ୍କର, ୨୦୦୭
  • ଚକା ଚକା ଭଉଁରୀ, ୨୦୦୭
  • ମୋ ସୁନା ପୁଅ, ୨୦୦୭
  • ରାଖି ବାନ୍ଧିଲି ମୋ ରଖିବ ମାନ, ୨୦୦୬
  • ଶାଶୁଘର ଚାଲିଯିବି, ୨୦୦୬
  • ତତେ ମୋ ରାଣ, ୨୦୦୫
  • ମାତୃଶକ୍ତି, ୨୦୦୩
  • ପବିତ୍ର ବନ୍ଧନ, ୧୯୯୯
  • ଶାଶୁ ହାତକଡି ଭାଉଜ ବେଡି, ୧୯୯୯
  • ଅନ୍ୟାୟ କେତେଦିନ, ୧୯୯୮
  • ସନ୍ତାନ, ୧୯୯୮
  • ସିଂହବାହିନୀ, ୧୯୯୮
  • ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୭
  • ମହୁଆ, ୧୯୯୪
  • ମୁକ୍ତି ମଶାଲ, ୧୯୯୪
  • ପାଚେରୀ ଉଠିଲା ମଝି ଦୁଆରୁ, ୧୯୯୪
  • ସୁନା ଭାଉଜ, ୧୯୯୪
  • ଆଶା, ୧୯୯୩
  • ଦାଦାଗିରି, ୧୯୯୩
  • ଅଣ୍ଟି ଛୁରି ତଣ୍ଟି କାଟେ, ୧୯୯୨
  • କାଳିଆ ଭରସା, ୧୯୯୦
  • ଶାସ୍ତି, ୧୯୮୯
  • ବାଜେ ବଇଁଶୀ ନାଚେ ଘୁଙ୍ଗୁର, ୧୯୮୨
  • ଅଗ୍ନି ପରିକ୍ଷା, ୧୯୮୦

ପୁରସ୍କାର ଓ ସମ୍ମାନ

  • ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ: ଶୋ ଟାଇମ ପୁରସ୍କାର, ୨୦୧୨

ଆଧାର

ଅଧିକ ତଥ୍ୟ

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Snigdha Mohanty is in following lists
comments so far.
Comments
From our partners
Sponsored
Credits
References and sources
Snigdha Mohanty
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes