Snigdha Mohanty
Quick Facts
Biography
ସ୍ନିଗ୍ଧା ମହାନ୍ତି ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଓଡ଼ିଆ ଓ ବଙ୍ଗଳା ସିନେମାରେ କାମ କରିଛନ୍ତି । ୧୯୮୮ ଜାନୁଆରୀରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର ଲାଲ୍ପାନ ବିବି ନବାଗତା ଅଭିନେତ୍ରୀଭାବେ ମହାନ୍ତି ଅଭିନୟ ଆରମ୍ଭ କରିଥିଲେ । ସେ ନାୟିକା, ସହ-ନାୟିକା, ନକାରାତ୍ମକ ଭୂମିକାରେ ଏବଂ ଟେଲିଭିଜନ ଧାରାବାହିକମାନଙ୍କରେ ପ୍ରମୁଖ ଭୂମିକାରେ ମଧ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି । ସେ ପଚାଶରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ "ସ୍ୱାଭିମାନ" ଓ "ଅମ୍ବିକାଖୁଡ଼ୀଙ୍କ ହାଣ୍ଡିଶାଳ" ତାଙ୍କ ଅଭିନୀତ ଦୁଇଟି ଲୋକପ୍ରିୟ ଧାରାବାହିକ କାର୍ଯ୍ୟକ୍ରମ । ସେ ଭାରତୀୟ ଡାକ ବିଭାଗରେ କାର୍ଯ୍ୟ କରନ୍ତି ।
ପ୍ରାରମ୍ଭିକ ଜୀବନ
ସ୍ନିଗ୍ଧା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମ ଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ସେ ଅଭିନୟକୁ ପେଶା ଭାବେ ଆରମ୍ଭ କରିଥିଲେ ।
କଥାଚିତ୍ର ଜୀବନ
୧୯୮୦ ମସିହାରେ ଅଗ୍ନି ପରିକ୍ଷା ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ସ୍ନିଗ୍ଧା , ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଓଡ଼ିଆ, ବଙ୍ଗଳା, ସିନେମାରେ ଅଭିନୟ କରିସାରିଛନ୍ତି । ମହୁଆ ଚଳଚ୍ଚିତ୍ରରେ ସ୍ନିଗ୍ଧା ନାୟକ ଶ୍ରୀରାମ ପଣ୍ଡାଙ୍କ ସହ ଅଭିନୟ କରିଥିଲେ ।
ପରିବାର
ସ୍ନିଗ୍ଧା ମହାନ୍ତିଙ୍କର ପତି ଜୟପ୍ରକାଶ ମହାନ୍ତି ଜଣେ ଜଣାଶୁଣା ଆଲବମ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ । ତାଙ୍କ ଝିଅ ସମ୍ଭାବନା ମଧ୍ୟ ଜଣେ ଅଭିନେତ୍ରୀ ଓ ଗାୟିକା ।
ଅଭିନୀତ ଓଡ଼ିଆ କଥାଚିତ୍ର
- ପାରିବେନି କେହି ଅଲଗା କରି, ୨୦୧୩
- ଲଭ ଡଟ କମ, ୨୦୦୯
- ସୁନା ଚଢ଼େଇ ମୋ ରୁପା ଚଢ଼େଇ, ୨୦୦୯
- ଆରେ ସାଥୀ ଆ, ୨୦୦୯
- ପାଗଳ କରିଛି ପାଉଁଜି ତୋର, ୨୦୦୯
- ନନ୍ଦିନୀ ଆଇ ଲଭ ୟୁ, ୨୦୦୮
- କାଳିଶଙ୍କର, ୨୦୦୭
- ଚକା ଚକା ଭଉଁରୀ, ୨୦୦୭
- ମୋ ସୁନା ପୁଅ, ୨୦୦୭
- ରାଖି ବାନ୍ଧିଲି ମୋ ରଖିବ ମାନ, ୨୦୦୬
- ଶାଶୁଘର ଚାଲିଯିବି, ୨୦୦୬
- ତତେ ମୋ ରାଣ, ୨୦୦୫
- ମାତୃଶକ୍ତି, ୨୦୦୩
- ପବିତ୍ର ବନ୍ଧନ, ୧୯୯୯
- ଶାଶୁ ହାତକଡି ଭାଉଜ ବେଡି, ୧୯୯୯
- ଅନ୍ୟାୟ କେତେଦିନ, ୧୯୯୮
- ସନ୍ତାନ, ୧୯୯୮
- ସିଂହବାହିନୀ, ୧୯୯୮
- ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୭
- ମହୁଆ, ୧୯୯୪
- ମୁକ୍ତି ମଶାଲ, ୧୯୯୪
- ପାଚେରୀ ଉଠିଲା ମଝି ଦୁଆରୁ, ୧୯୯୪
- ସୁନା ଭାଉଜ, ୧୯୯୪
- ଆଶା, ୧୯୯୩
- ଦାଦାଗିରି, ୧୯୯୩
- ଅଣ୍ଟି ଛୁରି ତଣ୍ଟି କାଟେ, ୧୯୯୨
- କାଳିଆ ଭରସା, ୧୯୯୦
- ଶାସ୍ତି, ୧୯୮୯
- ବାଜେ ବଇଁଶୀ ନାଚେ ଘୁଙ୍ଗୁର, ୧୯୮୨
- ଅଗ୍ନି ପରିକ୍ଷା, ୧୯୮୦
ପୁରସ୍କାର ଓ ସମ୍ମାନ
- ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ: ଶୋ ଟାଇମ ପୁରସ୍କାର, ୨୦୧୨
ଆଧାର
ଅଧିକ ତଥ୍ୟ
- ସ୍ନିଗ୍ଧା ମହାନ୍ତି (ଇଣ୍ଟରନେଟ ମୁଭି ଡାଟାବେସରେ)