Durgamadhab Mishra
Quick Facts
Biography
ଦୁର୍ଗାମାଧବ ମିଶ୍ର, ୧୯୫୨ ମସିହାର ଭାରତୀୟ ପୁଲିସ ସେବା ଅଧିକାରୀ ଓ କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳ(ସି.ଆଇ.ଏସ.ଏଫ)ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିବା ପ୍ରଥମ ଓଡ଼ିଆ । ସେ ଜଣେ ଓଡ଼ିଆ ସାହିତ୍ୟିକ ଭାବରେ ମଧ୍ୟ ପରିଚିତ । ତାଙ୍କ ଗଳ୍ପ ସଂକଳନ "ନିଷାଦର ନିଃଶବ୍ଦ ବାରଣ" ପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।
ଦୁର୍ଗାମାଧବ, ୧୯୨୯ ମସିହାରେ ନୟାଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ଶୈଶବ କଟିଥିଲା କଟକରେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଏବଂ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ । ସମାଜରେ ଜଣେ ସହ ସମ୍ପାଦକ ଭାବରେ ସେ କାର୍ଯ୍ୟ କରୁଥିବା ସମୟରେ, ଭାରତୀୟ ପୁଲିସ ସେବା ଅଧିକାରୀ ଭାବରେ ତାଙ୍କର ଚୟନ ହୋଇଥିଲା । ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ସେ କାର୍ଯ୍ୟ କରିଥିଲେ । ସି.ଆଇ.ଏସ.ଏଫର ମହାନିର୍ଦ୍ଦେଶକ ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।
ସାହିତ୍ୟ ସର୍ଜନା
ସାହିତ୍ୟ ଥିଲା, ଦୁର୍ଗାମାଧବଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ଦିଗ । ସେ ଏକାଧାରରେ ଜଣେ ସମ୍ପାଦକ, କବି, ଗାଳ୍ପିକ ଓ ଅନୁବାଦକ ଥିଲେ । ବିଭିନ୍ନ ପତ୍ର ପତ୍ରିକାରେ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।
ସମ୍ପାଦନା
- ପ୍ରତିବେଶୀ
- ସମାରୋହ
- ଦିବ୍ୟ ସଂଦେଶ
- ସମାଜ
ଗଳ୍ପ/କାବ୍ୟ ସଂକଳନ
- ତାରା ଓ ତିମିର
- ମନ୍ଦାକ୍ରାନ୍ତା
- ନିଷାଦର ନିଃଶବ୍ଦ ବାରଣ
- ଫାଲଗୁନର ବନ୍ୟା
- ଦୂରରୁ ଦୂରକୁ
- ଅପରାହ୍ନର ଗଳ୍ପ
- ମୌନ ମୁଖର ( କାବ୍ୟ ସଙ୍କଳନ )
ଶିଶୁ ସାହିତ୍ୟ
- ଅଜା ଆସୁଛନ୍ତି
ସମ୍ମାନ ଓ ପୁରସ୍କାର
- ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୨ (ନିଷାଦର ନିଃଶବ୍ଦ ବାରଣ ପାଇଁ)
୧୯୯୭ ମସିହା ଫେବୃଆରି ୩ତାରିଖରେ ଦୁର୍ଗାମାଧବ ମିଶ୍ରଙ୍କର ମହାପ୍ରୟାଣ ଘଟିଥିଲା ।