peoplepill id: durgamadhab-mishra
DM
India
6 views today
6 views this week
Durgamadhab Mishra
Indian police officer and Odia writer

Durgamadhab Mishra

The basics

Quick Facts

Intro
Indian police officer and Odia writer
A.K.A.
Durga Madhab Mishra
Places
Work field
Gender
Male
Birth
Place of birth
Nayagarh district, Central division, Odisha, India
Age
68 years
Family
Education
Ravenshaw College
Allahabad University
Awards
Odisha Sahitya Akademi Award
(1982)
Jhankar Award
(1975)
The details (from wikipedia)

Biography

ଦୁର୍ଗାମାଧବ ମିଶ୍ର, ୧୯୫୨ ମସିହାର ଭାରତୀୟ ପୁଲିସ ସେବା ଅଧିକାରୀ ଓ କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳ(ସି.ଆଇ.ଏସ.ଏଫ)ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିବା ପ୍ରଥମ ଓଡ଼ିଆ । ସେ ଜଣେ ଓଡ଼ିଆ ସାହିତ୍ୟିକ ଭାବରେ ମଧ୍ୟ ପରିଚିତ । ତାଙ୍କ ଗଳ୍ପ ସଂକଳନ "ନିଷାଦର ନିଃଶବ୍ଦ ବାରଣ" ପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।

ଦୁର୍ଗାମାଧବ, ୧୯୨୯ ମସିହାରେ ନୟାଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ଶୈଶବ କଟିଥିଲା କଟକରେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଏବଂ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ । ସମାଜରେ ଜଣେ ସହ ସମ୍ପାଦକ ଭାବରେ ସେ କାର୍ଯ୍ୟ କରୁଥିବା ସମୟରେ, ଭାରତୀୟ ପୁଲିସ ସେବା ଅଧିକାରୀ ଭାବରେ ତାଙ୍କର ଚୟନ ହୋଇଥିଲା । ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ସେ କାର୍ଯ୍ୟ କରିଥିଲେ । ସି.ଆଇ.ଏସ.ଏଫର ମହାନିର୍ଦ୍ଦେଶକ ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।

ସାହିତ୍ୟ ସର୍ଜନା

ସାହିତ୍ୟ ଥିଲା, ଦୁର୍ଗାମାଧବଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ଦିଗ । ସେ ଏକାଧାରରେ ଜଣେ ସମ୍ପାଦକ, କବି, ଗାଳ୍ପିକ ଓ ଅନୁବାଦକ ଥିଲେ । ବିଭିନ୍ନ ପତ୍ର ପତ୍ରିକାରେ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।

ସମ୍ପାଦନା

  • ପ୍ରତିବେଶୀ
  • ସମାରୋହ
  • ଦିବ୍ୟ ସଂଦେଶ
  • ସମାଜ

ଗଳ୍ପ/କାବ୍ୟ ସଂକଳନ

  • ତାରା ଓ ତିମିର
  • ମନ୍ଦାକ୍ରାନ୍ତା
  • ନିଷାଦର ନିଃଶବ୍ଦ ବାରଣ
  • ଫାଲଗୁନର ବନ୍ୟା
  • ଦୂରରୁ ଦୂରକୁ
  • ଅପରାହ୍ନର ଗଳ୍ପ
  • ମୌନ ମୁଖର ( କାବ୍ୟ ସଙ୍କଳନ )

ଶିଶୁ ସାହିତ୍ୟ

  • ଅଜା ଆସୁଛନ୍ତି

ସମ୍ମାନ ଓ ପୁରସ୍କାର

  • ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୨ (ନିଷାଦର ନିଃଶବ୍ଦ ବାରଣ ପାଇଁ)

୧୯୯୭ ମସିହା ଫେବୃଆରି ୩ତାରିଖରେ ଦୁର୍ଗାମାଧବ ମିଶ୍ରଙ୍କର ମହାପ୍ରୟାଣ ଘଟିଥିଲା ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Durgamadhab Mishra is in following lists
comments so far.
Comments
From our partners
Sponsored
Credits
References and sources
Durgamadhab Mishra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes