Birendra Samantaray
Quick Facts
Biography
ବୀରେନ୍ଦ୍ର ସାମନ୍ତରାୟ(ଜନ୍ମ : ୧୯୪୬ ଜୁଲାଇ ୧୧), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ । ସେ ଶ୍ରୀ ବନଫୁଲ ନାମରେ ମଧ୍ୟ ସାହିତ୍ୟ ରଚନା କରନ୍ତି । ୨୦୧୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ଓ ୧୯୯୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ) ଲାଭ କରିଥିଲେ । ଏଯାବତ ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । ଟୁଉକୁ ମୂଷି ନାମରେ ଏକ ଶିଶୁପତ୍ରିକା ସେ କ୍ରମାଗତ ୨୫ବର୍ଷ ଧରି ପ୍ରକାଶ କରିଥିଲେ । ନିଜ ପୈତୃକ ଘରେ ସେ ଏକ ଶିଶୁ ସାହିତ୍ୟ ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ଓ ୨୦୦୪ ମସିହାରେ ଅବସର ଗ୍ରହଣ କରି ସାରିଛନ୍ତି ।
ଜୀବନୀ
ବୀରେନ୍ଦ୍ର ସାମନ୍ତରାୟ ୧୯୪୬ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ପାଳସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ନିଧି ଖଟେଇ ଓ ମାତାଙ୍କ ନାମ ହେମ ଦେବୀ । ୨ ଭାଇ ଓ ଗୋଟିଏ ଭଉଣୀଙ୍କ ମଧ୍ୟରୁ ବୀରେନ୍ଦ୍ର ସବୁଠୁ ବଡ଼ । ପିଲାଦିନୁ ସେ ସାହିତ୍ୟାନୁରାଗୀ ଥିଲେ । ୧୯୫୯ ମସିହାରେ ଅଷ୍ଟମ ଶ୍ରେଣୀରେ ପଢିଲା ବେଳେ ତାଙ୍କର ପ୍ରଥମ କବିତା ଆମରି ନଟିଆ ମୀନାବଜାର ପତ୍ରିକାରେ ପ୍ରକାଶ ପାଇଥିଲା । ୧୯୬୩ରେ ସେ ବଳଙ୍ଗା ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ । ସେତେବେଳକୁ ସେ ୧୦୦ଟି କବିତା ଲେଖିସାରିଥିଲେ । ସେ ଏଥିମଧ୍ୟରେ ଶିଶୁ ରାଇଜ ସଂଗଠନ କରି ପିଲାଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ମଧ୍ୟ ଦେଉଥିଲେ । ୧୯୬୩ ମସିହାରେ ସେ ମାଟ୍ରିକ ପାସ କରିବା ପରେ ଖଦି ବୋର୍ଡ଼ରେ ତାଙ୍କୁ ଚାକିରୀ ମିଳିଥିଲେ ମଧ୍ୟ ସେ ତାକୁ ଗ୍ରହଣ କରିଥିଲେ ମଧ୍ୟ ନିଜ ଗାଁରେ ରହି କିଛି କରିବାର ଇଚ୍ଚାରୁ ସେ ଚାକିରୀ ଛାଡିଥିଲେ । ୧୯୬୬ ମସିହାରେ ସେ ନିଜ ଗ୍ରାମରେ ଏକ ଏମ ଇ ସ୍କୁଲ ଆରମ୍ଭ କରି ସେଠାରେ ଶିକ୍ଷକତା ଆରମ୍ଭ କରିଥିଲେ । ଏହି ସ୍କୁଲରେ ସେ ୩୯ବର୍ଷ କାଳ ଶିକ୍ଷକତା କରିଥିଲେ । ୧୯୭୧ ମସିହାରେ ସେ 'ଟୁଉକୁ ମୂଷି' ପତ୍ରିକା ପ୍ରକାଶନା ଆରମ୍ଭ କରିଥିଲେ ଓ ୧୯୯୬ ମସିହା ପର୍ଯ୍ୟନ୍ତ ନିଜ ପ୍ରକାଶନ ସଂସ୍ଥା ପଲ୍ଲୀପ୍ରଭା ମାଧ୍ୟମରେ ଏହି ପତ୍ରିକା ପ୍ରକାଶନ ଜାରି ରଖିଥିଲେ । ୧୯୯୦ ମସିହାରେ ପୁସ୍ତକ ରାଜାର ସ୍ୱପ୍ନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ୨୦୦୦ ମସିହାରେ ସେ ନିଜ ଘରେ ଶିଶୁ ସାହିତ୍ୟ ସଂଗ୍ରହାଳୟ ପ୍ରତିଷ୍ଠା କରିଥିଲେ । ୨୬୦୦୦ ଓଡ଼ିଆ ଲୋକଙ୍କ ତଥ୍ୟ ସମ୍ବଳିତ ୫ଟି ବ୍ୟକ୍ତିତ୍ୱ ନଥି ସଂସ୍କରଣ ସେ ପ୍ରକାଶ କରିଛନ୍ତି ।
ରଚନାବଳୀ
- ଜୀବ ଜଗତର କାହାଣୀ
- ଗାଁଆର କାହାଣୀ ଗାଁଆର କଥା
- ଆଇସ୍କ୍ରିମବାଲାର କାହାଣୀ
- ଭାରତ ଜ୍ୟୋତି ବୁଦ୍ଧଦେବ
- ଭାରତଜ୍ୟୋତି ନାନକଦେବ
- ବିଶ୍ୱର ବିଚିତ୍ର କାହାଣୀ
- ଆଇସ୍କ୍ରିମବାଲାର କାହାଣୀ
- ରାଜା ଗଲେ ଯୋଗୀ ହୋଇ
- କୂଅ ବେଙ୍ଗର ତାପ୍ତୀବ ଯାତ୍ରା
ସମ୍ମାନ ଓ ପୁରସ୍କାର
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ବାଲ୍ ସାହିତ୍ୟ ପୁରସ୍କାର) - ୨୦୧୯(ସାମଗ୍ରିକ କୃତି)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ) - ୧୯୯୦(ରାଜାର ସ୍ୱପ୍ନ ପୁସ୍ତକ ପାଇଁ)