peoplepill id: birendra-samantaray
BS
India
4 views today
6 views this week
Birendra Samantaray
Writer from Odisha, India

Birendra Samantaray

The basics

Quick Facts

Intro
Writer from Odisha, India
A.K.A.
Birendra Kumar Samantray
Places
Work field
Gender
Male
Age
78 years
The details (from wikipedia)

Biography

ବୀରେନ୍ଦ୍ର ସାମନ୍ତରାୟ(ଜନ୍ମ : ୧୯୪୬ ଜୁଲାଇ ୧୧), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ । ସେ ଶ୍ରୀ ବନଫୁଲ ନାମରେ ମଧ୍ୟ ସାହିତ୍ୟ ରଚନା କରନ୍ତି । ୨୦୧୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍‌ ସାହିତ୍ୟ ପୁରସ୍କାର ଓ ୧୯୯୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ) ଲାଭ କରିଥିଲେ । ଏଯାବତ ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । ଟୁଉକୁ ମୂଷି ନାମରେ ଏକ ଶିଶୁପତ୍ରିକା ସେ କ୍ରମାଗତ ୨୫ବର୍ଷ ଧରି ପ୍ରକାଶ କରିଥିଲେ । ନିଜ ପୈତୃକ ଘରେ ସେ ଏକ ଶିଶୁ ସାହିତ୍ୟ ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ଓ ୨୦୦୪ ମସିହାରେ ଅବସର ଗ୍ରହଣ କରି ସାରିଛନ୍ତି ।

ଜୀବନୀ

ବୀରେନ୍ଦ୍ର ସାମନ୍ତରାୟ ୧୯୪୬ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ପାଳସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ନିଧି ଖଟେଇ ଓ ମାତାଙ୍କ ନାମ ହେମ ଦେବୀ । ୨ ଭାଇ ଓ ଗୋଟିଏ ଭଉଣୀଙ୍କ ମଧ୍ୟରୁ ବୀରେନ୍ଦ୍ର ସବୁଠୁ ବଡ଼ । ପିଲାଦିନୁ ସେ ସାହିତ୍ୟାନୁରାଗୀ ଥିଲେ । ୧୯୫୯ ମସିହାରେ ଅଷ୍ଟମ ଶ୍ରେଣୀରେ ପଢିଲା ବେଳେ ତାଙ୍କର ପ୍ରଥମ କବିତା ଆମରି ନଟିଆ ମୀନାବଜାର ପତ୍ରିକାରେ ପ୍ରକାଶ ପାଇଥିଲା । ୧୯୬୩ରେ ସେ ବଳଙ୍ଗା ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ । ସେତେବେଳକୁ ସେ ୧୦୦ଟି କବିତା ଲେଖିସାରିଥିଲେ । ସେ ଏଥିମଧ୍ୟରେ ଶିଶୁ ରାଇଜ ସଂଗଠନ କରି ପିଲାଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ମଧ୍ୟ ଦେଉଥିଲେ । ୧୯୬୩ ମସିହାରେ ସେ ମାଟ୍ରିକ ପାସ କରିବା ପରେ ଖଦି ବୋର୍ଡ଼ରେ ତାଙ୍କୁ ଚାକିରୀ ମିଳିଥିଲେ ମଧ୍ୟ ସେ ତାକୁ ଗ୍ରହଣ କରିଥିଲେ ମଧ୍ୟ ନିଜ ଗାଁରେ ରହି କିଛି କରିବାର ଇଚ୍ଚାରୁ ସେ ଚାକିରୀ ଛାଡିଥିଲେ । ୧୯୬୬ ମସିହାରେ ସେ ନିଜ ଗ୍ରାମରେ ଏକ ଏମ ଇ ସ୍କୁଲ ଆରମ୍ଭ କରି ସେଠାରେ ଶିକ୍ଷକତା ଆରମ୍ଭ କରିଥିଲେ । ଏହି ସ୍କୁଲରେ ସେ ୩୯ବର୍ଷ କାଳ ଶିକ୍ଷକତା କରିଥିଲେ । ୧୯୭୧ ମସିହାରେ ସେ 'ଟୁଉକୁ ମୂଷି' ପତ୍ରିକା ପ୍ରକାଶନା ଆରମ୍ଭ କରିଥିଲେ ଓ ୧୯୯୬ ମସିହା ପର୍ଯ୍ୟନ୍ତ ନିଜ ପ୍ରକାଶନ ସଂସ୍ଥା ପଲ୍ଲୀପ୍ରଭା ମାଧ୍ୟମରେ ଏହି ପତ୍ରିକା ପ୍ରକାଶନ ଜାରି ରଖିଥିଲେ । ୧୯୯୦ ମସିହାରେ ପୁସ୍ତକ ରାଜାର ସ୍ୱପ୍ନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ୨୦୦୦ ମସିହାରେ ସେ ନିଜ ଘରେ ଶିଶୁ ସାହିତ୍ୟ ସଂଗ୍ରହାଳୟ ପ୍ରତିଷ୍ଠା କରିଥିଲେ । ୨୬୦୦୦ ଓଡ଼ିଆ ଲୋକଙ୍କ ତଥ୍ୟ ସମ୍ବଳିତ ୫ଟି ବ୍ୟକ୍ତିତ୍ୱ ନଥି ସଂସ୍କରଣ ସେ ପ୍ରକାଶ କରିଛନ୍ତି ।

ରଚନାବଳୀ

  • ଜୀବ ଜଗତର କାହାଣୀ
  • ଗାଁଆର କାହାଣୀ ଗାଁଆର କଥା
  • ଆଇସ୍କ୍ରିମବାଲାର କାହାଣୀ
  • ଭାରତ ଜ୍ୟୋତି ବୁଦ୍ଧଦେବ
  • ଭାରତଜ୍ୟୋତି ନାନକଦେବ
  • ବିଶ୍ୱର ବିଚିତ୍ର କାହାଣୀ
  • ଆଇସ୍କ୍ରିମବାଲାର କାହାଣୀ
  • ରାଜା ଗଲେ ଯୋଗୀ ହୋଇ
  • କୂଅ ବେଙ୍ଗର ତାପ୍ତୀବ ଯାତ୍ରା

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ବାଲ୍‌ ସାହିତ୍ୟ ପୁରସ୍କାର) - ୨୦୧୯(ସାମଗ୍ରିକ କୃତି)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ) - ୧୯୯୦(ରାଜାର ସ୍ୱପ୍ନ ପୁସ୍ତକ ପାଇଁ)

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Birendra Samantaray is in following lists
comments so far.
Comments
From our partners
Sponsored
Credits
References and sources
Birendra Samantaray
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes