peoplepill id: uma-shanker-mishra
USM
India
2 views today
4 views this week
Uma Shanker Mishra
���ାରତୀୟ ପୁଲିସ ସେବା ଅଧିକାରୀ

Uma Shanker Mishra

The basics

Quick Facts

Intro
���ାରତୀୟ ପୁଲିସ ସେବା ଅଧିକାରୀ
Places
Work field
Gender
Male
The details (from wikipedia)

Biography

ଉମାଶଙ୍କର ମିଶ୍ର, ଜଣେ ଭାରତୀୟ ପୁଲିସ ସେବା ଅଧିକାରୀ ଥିଲେ । ସେ ପ୍ରଥମ ଓଡ଼ିଆ ବ୍ୟକ୍ତି ଭାବରେ କେନ୍ଦୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ(୦୬/୧୨/୨୦୦୩ - ୦୬/୧୨/୨୦୧୫) ପଦରେ କାର୍ଯ୍ୟ କରିଥିଲେ ।

ବ୍ୟକ୍ତିଗତ ଜୀବନ

ଉମାଶଙ୍କର, ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅନ୍ତର୍ଗତ ଅଚ୍ୟୁତରାଜପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ପରେବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ସେ ଗାୟତ୍ରୀ ପାଢ଼ୀଙ୍କୁ ବିବାହ କରିଥିଲେ । ଓଡ଼ିଶାର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଶ୍ୟାମସୁନ୍ଦର ପାଢ଼ୀ ତାଙ୍କର ଶ୍ୱଶୁର । ତାଙ୍କ ପୁତ୍ରଙ୍କ ନାମ ସିମାଞ୍ଚଳ ଓ ପୁତ୍ରବଧୂଙ୍କ ନାମ ସିପ୍ରା । ତାଙ୍କ ଝିଅଙ୍କ ନାମ ମୌସୁମୀ ଓ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା କୈଳାଶ ଗେହଲୋଟ ତାଙ୍କ ଜ୍ୱାଇଁ ଅଟନ୍ତି ।

୨୦୨୧ ମସିହା ଅଗଷ୍ଟ ୨୬ ତାରିଖରେ ଦିଲ୍ଲୀଠାରେ ୭୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।

ବୃତିଗତ ଜୀବନ

୧୯୬୮ ମସିହାରେ ଉମାଶଙ୍କର ଭାରତୀୟ ପୁଲିସ ସେବାରେ ଯୋଗ ଦେଇଥିଲେ । ମୟୂରଭଞ୍ଜ, କୋରାପୁଟ, ସମ୍ବଲପୁର ଜିଲ୍ଲାରେ ସେ ଆରକ୍ଷୀ ଅଧିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସେ ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ପ୍ରଥମେ ସେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ୨୦୦୩ ମସିହାରେ ନିର୍ଦ୍ଦେଶକ ପଦଭାର ଗ୍ରହଣ କରିଥିଲେ । ସେ ଇଣ୍ଟରପୋଲର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ପୁଲିସ ଚାକିରୀରୁ ଅବସର ପରେ ସେ ଓଡ଼ିଆ ସମ୍ବାଦପତ୍ର ସୂର୍ଯ୍ୟପ୍ରଭାର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ସେ ମେଘାଳୟ ରାଜ୍ୟ ପ୍ଲାନିଂ କମିଶନର ପରାମର୍ଶଦାତା ଓ ଭାରତରେ ମାଇକ୍ରୋସଫ୍ଟର ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଅଣ୍ଡରୱାର୍ଲଡ଼ ଡନ ଆବୁ ସଲେମ ଓ ତାର ପ୍ରେମିକା ମୋନିକା ବେଦୀଙ୍କୁ ଧରିବାରେ ଉମାଶଙ୍କର ମିଶ୍ରଙ୍କର ମୁଖ୍ୟ ଭୂମିକା ରହିଥିଲା ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Uma Shanker Mishra is in following lists
comments so far.
Comments
From our partners
Sponsored
Credits
References and sources
Uma Shanker Mishra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes