peoplepill id: uma-charan-patnaik
UCP
India
5 views today
5 views this week
Uma Charan Patnaik
Indian politician

Uma Charan Patnaik

The basics

Quick Facts

Intro
Indian politician
A.K.A.
Umacharan Pattnaik
Places
Work field
Gender
Male
Age
58 years
The details (from wikipedia)

Biography

ଶ୍ରୀ ଉମାଚରଣ ପଟ୍ଟନାୟକ ଦକ୍ଷିଣ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ, ଜନନେତା ତଥା ରାଜନୀତିଜ୍ଞ ଥିଲେ ଯାହାଙ୍କ କାର୍ଯ୍ୟକାଳ ଥିଲା ବିଂଶ ଶତାବ୍ଦୀର ମଧ୍ୟ ଭାଗ । ସେ ଓଡ଼ିଶା ବିଧାନ ସଭା ସଦସ୍ୟ, ମନ୍ତ୍ରୀ ତଥା ଦୁଇ ଥର ଲୋକସଭା ସଦସ୍ୟ (ସ୍ୱାଧୀନ) ମଧ୍ୟ ବନିଥିଲେ । ବ୍ରହ୍ମପୁର ସରକାରୀ ଇଂଞିନିୟରିଂ ସ୍କୁଲଟି ତାଙ୍କରି ନାମରେ ନାମିତ ହୋଇଅଛି ।

ଜନ୍ମ ଓ ଶିକ୍ଷା

ଉମାଚରଣ ପଟ୍ଟନାୟକ ୧୯୦୨ ମସିହା ଅକ୍ଟୋବର ମାସ ୧୯ ତାରିଖ ଦିନ ଗଞାମ ଜିଲ୍ଲା ବଡ଼ଗଡ଼ରେ ଜନ୍ମ ନେଇଥିଲେ । ତାଙ୍କ ପିତା ଥିଲେ ଶ୍ରୀ ଅଭିମନ୍ୟୁ ପଟ୍ଟନାୟକ ଯେ କି ପରେ ଜିଲ୍ଲା କଲେକ୍ଟର ହୋଇଥିଲେ । ତାଙ୍କ ମାତା ଥିଲେ ପଦ୍ମାବତୀ ଦେବୀ । ସେ ବଡ଼ଗଡ଼ଠାରେ ଶିକ୍ଷା ଆରମ୍ଭ କରି ଛତ୍ରପୁର, ସତ୍ୟବାଦୀ ବନ ବିଦ୍ୟାଳୟରେ ପଢିଥିଲେ ଓ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ହାଇସ୍କୁଲ୍‍‍ରୁ ଏସ୍‍ ଏସ୍‍ ଏଲ୍‍ ସି (ମାଟ୍ରିକ୍ୟୁଲେଶନ) ପାସ୍‍ କରିଥିଲେ । ତା ପରେ ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟରୁ ଆଇ. ଏ. ପାସ୍‍ କରି ମାନ୍ଦ୍ରାଜ ପ୍ରେସିଡେ‍ନ୍ସୀ କଲେଜରୁ ବି.ଏ. ପାସ କରିଥିଲେ । ଏହା ପରେ କଟକ ରେଭେନ୍ସା କଲେଜରୁ ଇତିହାସରେ ଏମ୍. ଏ. ତଥା ଆଇନ୍‍ ପାସ୍‍ କରିଥିଲେ ।

ଓକିଲାତି ଓ ଜନସେବା

ଉମାଚରଣ ଆସିକାରେ ତାଙ୍କର ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ ଓ ପରେ ଭଞନଗରରେ ଓକିଲାତି କଲେ । ପରେ ଫୌଜଦାରୀ ମକଦ୍ଦମାରେ ଖ୍ୟାତି ପାଇବାରୁ ବ୍ରହ୍ମପୁରଠାରେ ତାଙ୍କ ବ୍ୟବସାୟ ଚଳାଇଲେ । ଓକିଲାତି ସହିତ ସେ କଂଗ୍ରେସ ଦଳର ସଭ୍ୟ ଭାବରେ ସମାଜ ସେବା ଆରମ୍ଭ ଲରିଥିଲେ । ୧୯୨୨ରୁ ସେ ଗାନ୍ଧୀଜୀଙ୍କ ବାର୍ତ୍ତା ଅନୁସାରେ ଚରଖା ଆନ୍ଦୋଳନ, ହରିଜନ ସଂସ୍କାର, ପଛୁଆ ବର୍ଗ ଲୋକଙ୍କ ସେବା ଆଦିରେ ନିଜକୁ ନିୟୋଜିତ କରିଥିଲେ । ଦଣ୍ଡାସି ବୋଲି ଗୋଟିଏ ଜାତିକୁ ସେ ଇଂରେଜ ସରକାରଙ୍କ ଦାଗୀ ତାଲିକାରୁ ହଟାଇବାକୁ ଆନ୍ଦୋଳନ କରି ସେଥିରେ ସେ ସଫଳ ହୋଇଥିଲେ । ହାଡି ଓ ଅନ୍ୟାନ୍ୟ ଅଛୁଆଁ ଜାତିଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ନିମନ୍ତେ ସେ କାର୍ଯ୍ୟ କରିଥିଲେ ।

ସ୍ୱାଧୀନତା ସଂଗ୍ରାମ ଏବଂ ରାଜନୀତିରେ ଅଂଶ ଗ୍ରହଣ

୧୯୩୦ ମସିହାରେ ଗଞ୍ଜାମ ଜିଲ୍ଲାରେ ଇଂରେଜ ସରକାରଙ୍କ ବିରୋଧରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିଲା । ଏଥିରେ ଉମାଚରଣ ଓ ତାଙ୍କ ପତ୍ନୀ ଦୁର୍ଗାବତୀ ଦେବୀ ପ୍ରମୁଖ ଭୂମିକା ନେଇଥିଲେ । ୧୯୩୧ ମସିହାରେ ସେ ଉତ୍କଳ ସମ୍ମିଳନୀରେ ଯୋଗ ଦେ‍ଇଥିଲେ । ଓଡ଼ିଶା ଓ ମାଂଦ୍ରାଜ ପ୍ରଦେଶର ସୀମା ନିର୍ଦ୍ଧାରଣ ପାଇଁ ଆସିଥିବା "ଓଡୋନେଲ କମିଟି" ସମ୍ମୁଖରେ ସମଗ୍ର ଗଞାମ ଜିଲ୍ଲା ତଥା ଶ୍ରୀକାକୁଲମ ଜିଲ୍ଲାର କିଛି ଅଂଶକୁ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରେ ମିଶାଇବା ପାଇଁ ସେ ଦୃଢ ଦାବି ଉପସ୍ଥାପପନା କରିଥିଲେ ।

୧୯୩୫ ମସିହାରେ ଜବାହରଲାଲ ନେହେରୁ ଗଞାମ ଗସ୍ତ କରିଥିଲେ ଓ ବିଭିନ୍ନ ଅଞ୍ଚଳରେ ସଭା କରିଥିଲେ । ସେହି ସବୁ ସଭା ଗୁଡିକ ଆୟୋଜନ କରିବାରେ ଉମାଚରଣ ମୁଖ୍ୟ ଭୂମିକା ନେ‍ଇଥିଲେ । ୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ସେ ଗଞାମ ଜିଲ୍ଲା ବୋର୍ଡର ସଭାପତି ନିର୍ବାଚିତ ହୋଇଥିଲେ । ୧୯୩୭ ମସିହାରେ ସୁଭାଷ ଚନ୍ଦ୍ର ବୋଷଙ୍କ ଗଞାମ ଗସ୍ତ ସମୟରେ ସେ ଜିଲ୍ଲା ବୋର୍ଡ ତରଫରୁ ତାଙ୍କର ଅଭ୍ୟର୍ଥନା କରିଥିଲେ ଓ ତାଙ୍କ ସାନିଧ୍ୟ ପାଇଥିଲେ ।

୧୯୩୯ ମସିହାରେ ସେ ଓଡ଼ିଶା ସରକାରଂକ ସରକାରୀ ଓକିଲ ଭାବରେ ନିଯୁକ୍ତ ହୋଇଥିଲେ, ମାତ୍ର ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିଗତ ସତ୍ୟାଗ୍ରହ ଡାକରା ଅନୁସାରେ ସେ ପଦବୀରୁ ଇସ୍ତଫା ଦେ‍ଇ ବେଲଗୁଣ୍ଠାରେ ସତ୍ୟାଗ୍ରହ କରିଥିଲେ । ସେଥିରେ ସେ ଗିରଫ ହୋଇ ରସୁଲକୋଣ୍ଡା (ବର୍ତ୍ତମାନର ଭଞନଗର) ଜେଲରେ ଛ'ମାସ ବନ୍ଦୀ ରହିଥିଲେ ।

୧୯୪୨ ମସିହାରେ ଉମାଚରଣ ଫୁଲବାଣୀର ବାଲିଗୁଡା ଓଡ଼ିଶା ପ୍ରାଦେଶିକ ସଭା ଉପନିର୍ବାଚନରେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇ ଥିଲେ । ତାଙ୍କ ବିରୁଦ୍ଧରେ ଛିଡାହୋଇଥିଲେ କନିକାର ପଟ୍ଟାୟତ ଶୈଳେନ୍ଦ୍ର ନାରାୟଣ । ସେଠାର କନ୍ଧ ମାନଙ୍କ ସମର୍ଥନରେ ଉମାଚରଣ ବିପୁଳ ଭୋଟରେ ବିଜୟୀ ହୋଇଥିଲେ, ଯଦିବା ତାଙ୍କ ବିରୋଧୀ ପ୍ରାର୍ଥୀଙ୍କୁ ପାରଳା ମହାରାଜଙ୍କ ପ୍ରାଦେଶିକ ସରକାରଙ୍କ ସମର୍ଥନ ଥିଲା । ମାତ୍ର ପରେ ପରାଜିତ ପ୍ରାର୍ଥୀ ଶୈଲେନ୍ଦ୍ର ନାରୟଣ ତାଙ୍କ ବିରୋଧରେ ନିର୍ବାଚନ ମକଦ୍ଦମା ରରିଥିଲେ ଏହା ଦର୍ଶାଇ ଯେ ଉମାଚରଣ ବିପୁଳ ଅର୍ଥ ଖର୍ଚ୍ଚ କରିଥିଲେ ଓ ନିର୍ବାଚନ ହିସାବ ଠିକ ସମୟରେ ଦାଖଲ କରିନଥିଲେ । ଏହି ଅଭିଯୋଗ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଉମାଚରଣ କହିଥିଲେ ମଧ୍ୟ ନିର୍ବାଚନ କମିଶନର ସରକାରୀ ଦଳର ଚାପରେ ଉମାଚରଣଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଓ ଛ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ବୋଲି ଦଣ୍ଡ ଦେ‍ଇଥିଲେ ।

୧୯୪୨ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେ‍ଇ ସେ ଗିରଫ ହୋଇ ସେ ବର୍ଷ ଠାରୁ ୧୯୪୫ ମସିହା ଜୁନ୍‍ ମାସ ଯାଏଁ ବ୍ରହ୍ମପୁର ଜେଲରେ ବ‍ନ୍ଦୀ ଜୀବନ ବିତାଇଥିଲେ । ୧୯୪୪ ଜାନୁୟାରୀ ୨୬ ଦିନ ଅ‍ନ୍ୟ ବନ୍ଦୀ ମାନଙ୍କ ସହ ମିଶି ଜେଲ୍ ଉପରେ ସେମାନେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଏଥି ପାଇଁ ପୁଲିସ ଲାଠି ମାଡ ଖାଇ ଆହତ ହୋଇଥିଲେ ।

୧୯୪୬ ମସିହାରେ ସେ କଂଗ୍ରେସ୍‍ ତରଫରୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭା ପାଇଁ ପ୍ରାର୍ଥୀ ହୋଇ ବିପୁଳ ଭୋଟ୍‍ରେ ଜୟଯୁକ୍ତ ହୋଇଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଶ୍ରୀ ହରେକୃଷ୍ନ ମହତାବ । ୧୯୫୨ ଓ ୧୯୫୭ ମସିହାରେ ସେ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Uma Charan Patnaik is in following lists
comments so far.
Comments
From our partners
Sponsored
Uma Charan Patnaik
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes