peoplepill id: uddhab-charan-nayak
UCN
India
1 views today
2 views this week
Uddhab Charan Nayak
Odia writer

Uddhab Charan Nayak

The basics

Quick Facts

Intro
Odia writer
A.K.A.
Uddhaba Charan Nayak Uddhaba Caraṇa Nāẏaka Nāẏaka, Uddhaba Caraṇa
Places
Gender
Male
The details (from wikipedia)

Biography

ଉଦ୍ଧବ ଚରଣ ନାୟକ (ଜନ୍ମ: ୧୯୪୬; ଜନ୍ମସ୍ଥାନ: ମହିମାଗାଦି, ଢେଙ୍କାନାଳ) ଜଣେ ଓଡ଼ିଆ ଲେଖକ, ଗବେଷକ ଓ ଶିକ୍ଷାବିତ୍ । ଓଡ଼ିଶା ରାଜନୀତିର ଇତିହାସ, ମହିମାଧର୍ମ ବିଶ୍ୱ ଇତିହାସ, ମହିମାଧର୍ମ ଓ ବିଶ୍ୱକବି ଭୀମଭୋଇ ଆଦି ଜଣାଶୁଣା ଗବେଷଣାତ୍ମକ ପୁସ୍ତକ ରଚନା କରିବା ସହିତ ତାଙ୍କୁ ଭୀମଭୋଇ ସମ୍ମାନ, ନଟରାଜ ସାହିତ୍ୟ ସମ୍ମାନ, ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ମୀନାବଜାର ଶିଶୁ ସାହିତ୍ୟ ପୁରସ୍କାର ଆଦି ସେ ପାଇଛନ୍ତି ।

ଜନ୍ମ, ପରିବାର ଓ ଶିକ୍ଷା

୧୯୪୬ ମସିହାରେ ସେ ଢେଙ୍କାନାଳ ଜିଲ୍ଲାର ମହିମାଗାଦିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ଅନନ୍ତ ଚରଣ ନାୟକ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଗୀତିକବି ଥିଲେ ଏବଂ ତାଙ୍କ ମାତାଙ୍କ ନାମ ହେଉଛି ସୁକୁମାରୀ ନାୟକ । ସେ 'ମହିମାଧର୍ମର ଇତିବୃତ୍ତ ଓ ସାହିତ୍ୟ' ବାବଦରେ ଗବେଷଣା କରି ପିଏଚ୍‌ଡି କରିଛନ୍ତି ।

ଗବେଷଣା ଓ ସାହିତ୍ୟ ସର୍ଜନା

ସେ ଓଡ଼ିଶା ରାଜନୀତି ଓ ମହିମା ଧର୍ମ ବିଷୟରେ ମୁଖ୍ୟତଃ ଗବେଷଣା କରନ୍ତି । ବ୍ରିଟିଶ ଭାରତରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନଠାରୁ ଆରମ୍ଭ କରି ୨୦୧୩ ମସିହାଯାଏଁ ରାଜନୈତିକ ଇତିହାସକୁ ନେଇ ତାଙ୍କ ରଚିତ ପୁସ୍ତକ ଓଡ଼ିଶା ରାଜନୀତିର ଇତିହାସ ପାଇଁ ସେ ଜଣାଶୁଣା ।

ରଚନାବଳୀ

ଧର୍ମସଂସ୍କୃତି ସଂପର୍କିତ
  • ମହିମାଧର୍ମ ବିଶ୍ୱ ଇତିହାସ ୧୯୮୦
  • ମହିମାଧର୍ମ ଓ ବିଶ୍ୱକବି ଭୀମଭୋଇ
  • ଆନ୍ ଇଣ୍ଟ୍ରୋଡକ୍‌ସନ୍ ଟୁ ମହିମା ରିଲିଜିଅନ୍ ୧୯୮୩
  • ଉତ୍କଳ ପ୍ରତିଭା
  • କବି ବ୍ରଜନାଥ ବଡ଼ଜେନା ଜୀବନୀ ଓ ସାହିତ୍ୟ ୧୯୯୬
  • ଭାରତୀୟ ହିନ୍ଦୁ ଗୃହସ୍ଥ ଧର୍ମ
  • ଓଡ଼ିଶା ରାଜନୀତିର ଇତିହାସ ୨୦୧୩, ୨୦୧୪
  • ମହିମାଧର୍ମ ଓ ସନ୍ନ୍ୟାସୀ ମହୀନ୍ଦ୍ର ବାବା
  • ମହିମାଧର୍ମ ଓ ସିଦ୍ଧ ବଡ଼ କୃପାସିନ୍ଧୁ ବାବା ୧୯୮୨
  • ଭାରତୀୟ ହିନ୍ଦୁ ନାରୀର କର୍ତ୍ତବ୍ୟ ଓ ଆଦର୍ଶ
  • ଭାଗବତ କଥା (ଷୋଡ଼ଶ ଭାଗ) ଅନୁବାଦ ୧୯୮୫, ମୂଳ: ପ୍ରଭୂଦତ୍ତ ବ୍ରହ୍ମଚାରୀ
  • ଆମ ସନ୍ଥକବି ଭୀମ ଭୋଇ
  • ଗଡ଼ଜାତ ଗାନ୍ଧି ସାରଙ୍ଗଧର ଦାସ
  • ପଠାଣି ସାଆନ୍ତେ ୧୯୯୬
  • କବିରାଜ ଜୟଦେବ
  • ବିପ୍ଳବୀ ବାଘାଯତୀନ୍ ୨୦୧୬
  • ସହିଦ ଲକ୍ଷଣ ନାୟକ ୧୯୯୭, ୨୦୦୧
  • ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକ ୨୦୦୦
ଶିଶୁକିଶୋର ସାହିତ୍ୟ
  • ମଜା ଓ ଆନନ୍ଦର କାହାଣୀମାଳା
  • ଗୁରୁଶିଷ୍ୟ କଥାମାଳା
  • ମଧୁବାବୁଙ୍କ ବୁଦ୍ଧିକଥା
  • ସରସ କଥାମାଳା
  • ଭଲଭଲ ଗପ
  • ହୁଁ ମାରୁଥା ଗପ ଶୁଣୁଥା
  • ଆଲିବାବା କଥା
  • ମହାଭାରତର ନୀତିକଥା
  • ବଡ଼ ମଣିଷଙ୍କ ପିଲାଦିନ କଥା ୨୦୧୬
  • ବୁଦ୍ଧ କାହାଣୀ ୨୦୧୫
ଜନଶିକ୍ଷା
  • ଅଧିକ ରୋଜଗାରର ବାଟ
  • ଅଦୃଶ୍ୟ ରାକ୍ଷସ
  • ଆମ ଓଡ଼ିଶାର ଢଗଢ଼ମାଳୀ
  • ସାଗରଧନ (ଏନବିଟି) ୧୯୯୮
  • ପାଗଳ ମରଣ ବା ଜଳାନ୍ତକ (ଅନୁବାଦ) ୧୯୯୪
  • ହକ୍ (ହିନ୍ଦୀ ନାଟକ) ପ୍ର: ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର, ନୁଆଦିଲ୍ଲୀ
ସମ୍ପାଦନା/ସଂକଳନ
  • ଭୀମଭୋଇ ଗ୍ରନ୍ଥାବଳୀ
  • ଶ୍ରୀଧର ଗସ୍ୱାମୀଙ୍କ ସିଦ୍ଧ ଚନ୍ଦ୍ରିକା ୧୯୮୦

ସମ୍ମାନ ଓ ପୁରସ୍କାର

  • ଭୀମଭୋଇ ସମ୍ମାନ
  • ଶ୍ୱେତ ସଙ୍କେତ ପ୍ରବନ୍ଧ ସମ୍ମାନ
  • ନଟରାଜ ସାହିତ୍ୟ ସମ୍ମାନ
  • ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର (ପଠାଣି ସାଆନ୍ତେ ପାଇଁ) ୧୯୯୬
  • ମୀନାବଜାର ଶିଶୁ ସାହିତ୍ୟ ପୁରସ୍କାର

ଆଧାର

ବାହାର ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Uddhab Charan Nayak is in following lists
comments so far.
Comments
From our partners
Sponsored
Credits
References and sources
Uddhab Charan Nayak
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes