Toyaka Sangana
Quick Facts
Biography
ତୋୟକ ସଙ୍ଗଣା (୧ ମଇ ୧୯୧୮ - ୮ ସେପ୍ଟେମ୍ବର ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକ ସଭାର ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୫୨ ଓ ୧୯୫୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ରାୟଗଡ଼ା-ଫୁଲବାଣୀ ଓ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ତୋୟକ ସଙ୍ଗଣା ୧୯୧୮ ମସିହାର ମଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତୋୟକ ମୋଖାଲିଙ୍ଗମ୍ ଓ ପତ୍ନୀଙ୍କ ନାମ ତୋୟକ ସୁଧା ।
ରାଜନୈତିକ ଜୀବନ
ତୋୟକ ସଙ୍ଗଣା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୩ ମସିହାରୁ ୧୯୬୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଲୋକ ସଭା ଓ ବିଧାନ ସଭା ସଭ୍ୟ ବିବରଣୀ
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୨ | ୧୯୫୭ | ସଭ୍ୟ, ୧ମ ଲୋକ ସଭା | ରାୟଗଡ଼ା-ଫୁଲବାଣୀ | ଭାରତୀୟ ଜାତୀୟ କଂଗ୍ରେସ |
୧୯୫୭ | ୧୯୬୨ | ସଭ୍ୟ, ୨ୟ ଲୋକ ସଭା | କୋରାପୁଟ | ଭାରତୀୟ ଜାତୀୟ କଂଗ୍ରେସ |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | କୋରାପୁଟ | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ
ତୋୟକ ସାଙ୍ଗଣା ୧୯୮୦ ମସିହାର ସେପ୍ଟେମ୍ବର ୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।