peoplepill id: suryamani-behera
SB
India
1 views today
5 views this week
Suryamani Behera
Writer from Odisha, India

Suryamani Behera

The basics

Quick Facts

Intro
Writer from Odisha, India
Places
Gender
Male
Age
83 years
The details (from wikipedia)

Biography

ସୂର୍ଯ୍ୟମଣି ବେହେରା ଜଣେ ଭାରତୀୟ ଅବସରପ୍ରାପ୍ତ ପ୍ରଫେସର ତଥା ଲୋକପ୍ରିୟ ବିଜ୍ଞାନ ଲେଖକ । ସେ ଓଡ଼ିଶାରେ ଜନ୍ମିତ ଓ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ୪୨ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ତାଙ୍କର କିଛି ଜଣାଶୁଣା ପୁସ୍ତକ ହେଲା ବିଜ୍ଞାନରୁ ଜ୍ଞାନ, ଯନ୍ତ୍ର କରୁଛି ମନ୍ତ୍ର, ବିଜ୍ଞାନ ସାହିତ୍ୟ ଦର୍ପଣବିଜ୍ଞାନ ମେଳା । ସେ ଔଷଧୀୟ ଉଦ୍ଭିଦ ଚାଷ ଉପରେ ମଧ୍ୟ ପୁସ୍ତକ ରଚନା କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ଉପରେ ତାଙ୍କର ପ୍ରବନ୍ଧଗୁଡ଼ିକ କୁଟୀର ଶିଳ୍ପ ପାଇଁ ବ୍ୟବହାର ହେଉଛି । ସେ "ଲୋକପ୍ରିୟ ବିଜ୍ଞାନ ମଞ୍ଚ" ନାମକ ଏକ ସଂଗଠନ ପ୍ରତିଷ୍ଠା କରି ତାହା ମାଧ୍ୟମରେ ୨୦୦୨ରୁ ବିଦ୍ୟାଳୟ, ମହାବିଦ୍ୟାଳୟ, ସେଚ୍ଛାସେବୀ ଅନୁଷ୍ଠାନ, ଲେଖକ ଏବଂ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଛପା ମିଡ଼ିଆ ମାଧ୍ୟମରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଲୋକପ୍ରିୟ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୦୧୯ ଜାତୀୟ ପୁରସ୍କାର ପାଇଥିଲେ । ଏହା ତାଙ୍କୁ ୨୦୨୦ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଦ୍ୱାରା ପ୍ରଦାନ କରାଯାଇଥିଲା । ବିଜ୍ଞାନାଗାରକୁ ଜ୍ଞାନ ବିତରଣ ପାଇଁ ବ୍ୟବହାର କରିବା ଓ ବିଜ୍ଞାନ ପ୍ରଭାବରେ ଜନସାଧାରଣଙ୍କୁ ଅଧିକ ଉପାର୍ଜନକ୍ଷମ କରାଇବା ତାଙ୍କ ଗବେଷଣାର ମୂଳ ଲକ୍ଷ୍ୟ । ବିଜ୍ଞାନ ସାହିତ୍ୟ ରଚନା ନିମନ୍ତେ ତାଙ୍କୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ପୁସ୍ତକ ମେଳା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ, କଟକଦ୍ୱାରା ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ ମିଳିଛି ।

ସମ୍ମାନ ଓ ପୁରସ୍କାର

  • ୨୦୧୯ ଜାତୀୟ ଜନପ୍ରିୟ ବିଜ୍ଞାନ ସାହିତ୍ୟ ରଚନା ପୁରସ୍କାର (ଛପା ମିଡ଼ିଆ ମାଧ୍ୟମରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଲୋକପ୍ରିୟ, ୨୦୨୦ ମସିହାରେ ପ୍ରଦତ୍ତ)
  • ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ - ୨୦୨୦

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Suryamani Behera is in following lists
comments so far.
Comments
From our partners
Sponsored
Credits
References and sources
Suryamani Behera
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes