peoplepill id: subas-rout
SR
India
3 views today
3 views this week
Subas Rout
Odia producer, politician

Subas Rout

The basics

Quick Facts

Intro
Odia producer, politician
Places
Gender
Male
Birth
Place of death
Cuttack, India
Age
62 years
The details (from wikipedia)

Biography

ସୁବାସ ରାଉତ (୧୯୫୬ - ୨୦୧୮) ଜଣେ ଓଡ଼ିଆ କଥାଚିତ୍ର ପ୍ରଯୋଜକ ଏବଂ ରାଜନୀତିଜ୍ଞ ଥିଲେ ।ସେ ୧୯୮୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଥିଲେ ଏବଂ ପରେ ସେ ନିଜେ ସ୍ୱାଧୀନ ଭାବରେ ତାଙ୍କର ପ୍ରଥମ କଥାଚିତ୍ର ଭାଗ୍ୟ ହାତେ ଡୋରି ନିର୍ମାଣ କରିଥିଲେ । ସେ ସମୁଦାୟ ୯ଟି କଥାଚିତ୍ର ପ୍ରଯୋଜନା କରିଥିଲେ ଏବଂ ତାଙ୍କ ପ୍ରଯୋଜିତ ଶେଷ ଚଳଚ୍ଚିତ୍ର ଥିଲା ସନ୍ତାନ, ଯାହାକି ୧୯୯୮ ମସିହାରେ ମୁକ୍ତିଲାଭ କରିଥିଲା । ସୁବାସଙ୍କର ପ୍ରଜୋଜନାରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ତୁଳସୀ ନିର୍ମିତ ହୋଇଥିଲା ।

ପ୍ରଯୋଜନା

ସୁବାସ ୧୯୮୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏକ ଯୌଥ ପ୍ରଯୋଜନାରେ ନିର୍ମିତ କଥାଚିତ୍ର ସୁନା ଚଢ଼େଇ ଜରିଆରେ ସେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ତାଙ୍କର ସ୍ୱାଧୀନ ପ୍ରଯୋଜନାରେ ପ୍ରଥମ କଥାଚିତ୍ର ଭାଗ୍ୟ ହାତେ ଡୋରି, ୧୯୯୩ ମସିହାରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ଜୀବନସାଥୀ, ସିଂହବାହିନୀ, ରାମ ଲକ୍ଷ୍ମଣ ଆଦି କଥାଚିତ୍ରର ପ୍ରଯୋଜନ କରିଥିଲେ । ତାଙ୍କ ପ୍ରଯୋଜିତ ଶେଷ ଓଡ଼ିଆ କଥାଚିତ୍ର ଥିଲା ସନ୍ତାନ, ଯାହାକି ୧୯୯୮ ମସିହାରେ ମୁକ୍ତିଲାଭ କରିଥିଲା ।

ସୁବାସ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ସହିତ ଓଡ଼ିଆ ଦୂରଦର୍ଶନ ଜଗତରେ ମଧ୍ୟ କିଛି ଧାରାବାହିକରେ କାମ କରିଥିଲେ । ତାଙ୍କ ପ୍ରଯୋଜନାରେ ନିର୍ମିତ ଥିଲା ଇ ଟିଭି ଓଡ଼ିଆର ଲୋକପ୍ରିୟ ଧାରାବାହିକ ତୁଳସୀ ଏବଂ ବିଧାତାର ଖେଳ ।

ରାଜନୀତି

ସୁବାସ ଓଡ଼ିଶାର ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ ।

ମୃତ୍ୟୁ

୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ କଟକର ଛତ୍ରବଜାରସ୍ଥିତ ସୁବାସଙ୍କ ବାସ ଭବନରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ଏବଂ ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା କାରଣରୁ ମୃତ୍ୟୁବରଣ କରିଥିଲେ ।

ପ୍ରଯୋଜିତ କଥାଚିତ୍ର

ବର୍ଷଚଳଚ୍ଚିତ୍ରନିର୍ଦ୍ଦେଶକମନ୍ତବ୍ୟ
୧୯୮୮ସୁନା ଚଢ଼େଇରବି କିନାଗୀଯୌଥ ପ୍ରଯୋଜନା
୧୯୯୩ଭାଗ୍ୟ ହାତେ ଡୋରିହର ପଟ୍ଟନାୟକପ୍ରଥମ ସ୍ୱାଧୀନ ପ୍ରଯୋଜନା
୧୯୯୫ସୁନା ପଞ୍ଜୁରୀରବି କିନାଗୀ
୧୯୯୬ଲକ୍ଷ୍ମଣ ରେଖାମହମ୍ମଦ ମହସୀନ
୧୯୯୭ଜୀବନସାଥୀଜ୍ୟୋତି ପ୍ରକାଶ
ରାମ ଲକ୍ଷ୍ମଣସଂଗ୍ରାମ ବିଶ୍ୱାଳ
୧୯୯୮ସିଂହବାହିନୀରାଜୁ ମିଶ୍ର
ସନ୍ତାନମହମ୍ମଦ ମହସୀନପ୍ରଯୋଜିତ ଶେଷ କଥାଚିତ୍ର

ପ୍ରଯୋଜିତ ଦୂରଦର୍ଶନ ଧାରାବାହିକ

  • ବିଧାତାର ଖେଳ
  • ତୁଳସୀ (ଇ ଟିଭି ଓଡ଼ିଆ)

ଆଧାର

ବାହାର ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Subas Rout is in following lists
comments so far.
Comments
From our partners
Sponsored
Credits
References and sources
Subas Rout
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes