peoplepill id: sisir-mohan-pati
SMP
India
3 views today
3 views this week
Sisir Mohan Pati
Odia film director

Sisir Mohan Pati

The basics

Quick Facts

Intro
Odia film director
A.K.A.
Sishir Mohan Pati Shisir Mohan Pati
Places
Gender
Male
Religion(s):
Place of birth
Cuttack, Cuttack district, Central division, India
Age
64 years
The details (from wikipedia)

Biography

ଶିଶିର ମୋହନ ପତି (୨୪ ଫେବୃଆରୀ ୧୯୫୬ - ୧୨ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ଥିଲେ । ସେ ଓଡ଼ିଆ କଥାଚିତ୍ର ଜଗତରେ ବୁଟୁ ଭାବରେ ପରିଚିତ ଥିଲେ । ୧୯୮୪ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୧୯୮୯ ମସିହାରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ପଞ୍ଚୁ ପାଣ୍ଡବ । ଏହାପରେ ସେ ରାଜା ରାଣୀ, ଏଇଠି ସ୍ୱର୍ଗ ଏଇଠି ନର୍କ, ମା ପରି କିଏ ହେବ ଭଳି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । କଥାଚିତ୍ର ବ୍ୟତୀତ ଶିଶିର କିଛି ଓଡ଼ିଆ ଦୂରଦର୍ଶନ ଧାରାବାହିକ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।

ଜନ୍ମ ଓ ପରିବାର

ଶିଶିର ମୋହନ ପତି ୧୯୫୬ ମସିହାର ଫେବୃଆରୀ ମାସ ୨୪ ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ଲତା ପତି ।

ବୃତ୍ତି

ଶିଶିର ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ କଥାଚିତ୍ର ଡୋରାରେ ସହ-ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ସେ ଜଗା ବଳିଆ, ହୀରାନିଳା, ଜଗା ହାତରେ ପଘା, କଣ୍ଢେଇ, ମା, ଘର ସଂସାର ଭଳି କଥାଚିତ୍ରର ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

୧୯୮୯ ମସିହାରେ ଶିଶରଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର ପଞ୍ଚୁ ପାଣ୍ଡବ ମୁକ୍ତିଲାଭ କରିଥିଲା, ଯାହାର ପ୍ରଯୋଜନା କରିଥିଲେ ପ୍ରଶାନ୍ତ ନନ୍ଦ । ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ମଧ୍ୟ ଶିଶିର ରଚାନା କରିଥଲେ । ଏହାପରେ ରାଜାରାଣୀ, ମା ପରି କିଏ ହେବ, ଏଇଠି ସ୍ୱର୍ଗ ଏଇଠି ନର୍କ ଭଳି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଆ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ ।

ନିର୍ଦ୍ଦେଶକ

ବର୍ଷଚଳଚ୍ଚିତ୍ରମନ୍ତବ୍ୟ
୧୯୮୯ପଞ୍ଚୁ ପାଣ୍ଡବନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର
ରାଜ ରାଣୀ
୧୯୯୯ମା ପରି କିଏ ହେବ
୨୦୦୩ଏଇଠି ସ୍ୱର୍ଗ ଏଇଠି ନର୍କନିର୍ଦ୍ଦେଶିତ ଶେଷ କଥାଚିତ୍ର

ସହ-ନିର୍ଦ୍ଦେଶକ

ବର୍ଷଚଳଚ୍ଚିତ୍ରନିର୍ଦ୍ଦେଶକ
୧୯୮୪ଡୋରାପ୍ରଶାନ୍ତ ନନ୍ଦ
ଜଗା ବଳିଆପ୍ରଶାନ୍ତ ନନ୍ଦ
ହୀରାନୀଳାପ୍ରଶାନ୍ତ ନନ୍ଦ
୧୯୮୫ଜଗା ହାତରେ ପଘା
୧୯୯୦କଣ୍ଢେଇପ୍ରଶାନ୍ତ ନନ୍ଦ
୧୯୯୨ମା
୧୯୯୩ଘର ସଂସାରପ୍ରଶାନ୍ତ ନନ୍ଦ

ଚିତ୍ରନାଟ୍ୟ ଓ ସଂଳାପ ରଚନା

ବର୍ଷଚଳଚ୍ଚିତ୍ରମନ୍ତବ୍ୟ
୧୯୮୯ପଞ୍ଚୁ ପାଣ୍ଡବସଂଳାପ ଓ ଚିତ୍ରନାଟ୍ୟ
୨୦୦୩ଏଇଠି ସ୍ୱର୍ଗ ଏଇଠି ନର୍କଚିତ୍ରନାଟ୍ୟ

ମୃତ୍ୟୁ

ଶିଶିର ମୋହନ ପତି ୨୦୨୦ ମସିହାର ସେପ୍ଟେମ୍ବର ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ । ସେ ବ୍ରୋଙ୍କୋ ଆଜମାରେ ପୀଡ଼ିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । କଟକର ସତୀଚଉରାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

ଆଧାର

ବାହାର ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Sisir Mohan Pati is in following lists
comments so far.
Comments
From our partners
Sponsored
Credits
References and sources
Sisir Mohan Pati
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes