Sisir Mohan Pati
Quick Facts
Biography
ଶିଶିର ମୋହନ ପତି (୨୪ ଫେବୃଆରୀ ୧୯୫୬ - ୧୨ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ଥିଲେ । ସେ ଓଡ଼ିଆ କଥାଚିତ୍ର ଜଗତରେ ବୁଟୁ ଭାବରେ ପରିଚିତ ଥିଲେ । ୧୯୮୪ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୧୯୮୯ ମସିହାରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ପଞ୍ଚୁ ପାଣ୍ଡବ । ଏହାପରେ ସେ ରାଜା ରାଣୀ, ଏଇଠି ସ୍ୱର୍ଗ ଏଇଠି ନର୍କ, ମା ପରି କିଏ ହେବ ଭଳି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । କଥାଚିତ୍ର ବ୍ୟତୀତ ଶିଶିର କିଛି ଓଡ଼ିଆ ଦୂରଦର୍ଶନ ଧାରାବାହିକ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।
ଜନ୍ମ ଓ ପରିବାର
ଶିଶିର ମୋହନ ପତି ୧୯୫୬ ମସିହାର ଫେବୃଆରୀ ମାସ ୨୪ ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ଲତା ପତି ।
ବୃତ୍ତି
ଶିଶିର ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ କଥାଚିତ୍ର ଡୋରାରେ ସହ-ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ସେ ଜଗା ବଳିଆ, ହୀରାନିଳା, ଜଗା ହାତରେ ପଘା, କଣ୍ଢେଇ, ମା, ଘର ସଂସାର ଭଳି କଥାଚିତ୍ରର ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।
୧୯୮୯ ମସିହାରେ ଶିଶରଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର ପଞ୍ଚୁ ପାଣ୍ଡବ ମୁକ୍ତିଲାଭ କରିଥିଲା, ଯାହାର ପ୍ରଯୋଜନା କରିଥିଲେ ପ୍ରଶାନ୍ତ ନନ୍ଦ । ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ମଧ୍ୟ ଶିଶିର ରଚାନା କରିଥଲେ । ଏହାପରେ ରାଜାରାଣୀ, ମା ପରି କିଏ ହେବ, ଏଇଠି ସ୍ୱର୍ଗ ଏଇଠି ନର୍କ ଭଳି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଆ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ ।
ନିର୍ଦ୍ଦେଶକ
ବର୍ଷ | ଚଳଚ୍ଚିତ୍ର | ମନ୍ତବ୍ୟ |
---|---|---|
୧୯୮୯ | ପଞ୍ଚୁ ପାଣ୍ଡବ | ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର |
ରାଜ ରାଣୀ | ||
୧୯୯୯ | ମା ପରି କିଏ ହେବ | |
୨୦୦୩ | ଏଇଠି ସ୍ୱର୍ଗ ଏଇଠି ନର୍କ | ନିର୍ଦ୍ଦେଶିତ ଶେଷ କଥାଚିତ୍ର |
ସହ-ନିର୍ଦ୍ଦେଶକ
ବର୍ଷ | ଚଳଚ୍ଚିତ୍ର | ନିର୍ଦ୍ଦେଶକ |
---|---|---|
୧୯୮୪ | ଡୋରା | ପ୍ରଶାନ୍ତ ନନ୍ଦ |
ଜଗା ବଳିଆ | ପ୍ରଶାନ୍ତ ନନ୍ଦ | |
ହୀରାନୀଳା | ପ୍ରଶାନ୍ତ ନନ୍ଦ | |
୧୯୮୫ | ଜଗା ହାତରେ ପଘା | |
୧୯୯୦ | କଣ୍ଢେଇ | ପ୍ରଶାନ୍ତ ନନ୍ଦ |
୧୯୯୨ | ମା | |
୧୯୯୩ | ଘର ସଂସାର | ପ୍ରଶାନ୍ତ ନନ୍ଦ |
ଚିତ୍ରନାଟ୍ୟ ଓ ସଂଳାପ ରଚନା
ବର୍ଷ | ଚଳଚ୍ଚିତ୍ର | ମନ୍ତବ୍ୟ |
---|---|---|
୧୯୮୯ | ପଞ୍ଚୁ ପାଣ୍ଡବ | ସଂଳାପ ଓ ଚିତ୍ରନାଟ୍ୟ |
୨୦୦୩ | ଏଇଠି ସ୍ୱର୍ଗ ଏଇଠି ନର୍କ | ଚିତ୍ରନାଟ୍ୟ |
ମୃତ୍ୟୁ
ଶିଶିର ମୋହନ ପତି ୨୦୨୦ ମସିହାର ସେପ୍ଟେମ୍ବର ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ । ସେ ବ୍ରୋଙ୍କୋ ଆଜମାରେ ପୀଡ଼ିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । କଟକର ସତୀଚଉରାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଶିଶିର ମୋହନ ପତି