Saroj Patnaik
Quick Facts
Biography
ସରୋଜ ପଟ୍ଟନାୟକ ଜଣେ ଓଡ଼ିଆ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ । ବୃତ୍ତିରେ ସେ ଜଣେ ଯନ୍ତ୍ରୀ । ସରୋଜ ୧୯୭୭ ମସିହାରେ ଅଭିମାନ କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।
ପ୍ରାରମ୍ଭିକ ଜୀବନ
ସରୋଜ ପଟ୍ଟନାୟକ ୧୯୪୦ ମସିହା ଜୁନ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ପିଲାବେଳରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ ଓ ନିଜେ ହାରମୋନିୟମ ଧରି ଗୀତ ଶିଖିଥିଲେ । ମୟୂରଭଞ୍ଜର ପ୍ରାକୃତିକ ପରିବେଶ ଓ ଲୋକଗୀତ ତାଙ୍କୁ ପିଲାଦିନରୁ ପ୍ରଭାବିତ କରିଥିଲା । ତାଙ୍କ ନିର୍ଦ୍ଦେଶିତ ଗୀତ ସୁରରେ ଏହି ପ୍ରଭାବ ଦେଖିବାକୁ ମିଳେ । ୧୯୫୮-୫୯ମସିହାରୁ ତାଙ୍କ ଗୀତସୁର ଆକାଶବାଣୀରେ ବାଜୁଥିଲା । ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମାନ୍ୟତା ପାଇଥିଲେ । ଅଭିମାନ ଚଳଚ୍ଚିତ୍ରରେ ପ୍ରଯୋଜକ ଗଣେଷ ଚନ୍ଦ୍ର ଜିଉ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ଭାବରେ କାର୍ଯ୍ୟ କରିଛନ୍ତି ।
ଓଡ଼ିଆ କଥାଚିତ୍ରକୁ ଅବଦାନ
- ଅଭିମାନ - ୧୯୭୭(ସଙ୍ଗୀତ ନିର୍ଦ୍ଦେଶକ)
- ଫୁଲ ଚନ୍ଦନ - ୧୯୮୨(ସଙ୍ଗୀତ ନିର୍ଦ୍ଦେଶକ)
- ଝିଅଟି ସୀତା ପରି - ୧୯୮୩(ସଙ୍ଗୀତ ନିର୍ଦ୍ଦେଶକ)
- ଅଭିଳାଷ (ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର)
- ହାକିମ ବାବୁ - ୧୯୮୫(ସଙ୍ଗୀତ ନିର୍ଦ୍ଦେଶକ)
- ମୋ ମନ ଖାଲି ତୋରି ପାଇଁ - ୧୯୯୫(ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର)
- ତୁମେ ହିଁ ସାଥୀ ମୋର - ୨୦୦୯(ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର)
- ଏଇ ସଂଘର୍ଷ(ସଙ୍ଗୀତ ନିର୍ଦ୍ଦେଶକ)
- ଭିନ୍ନ ସମୟ - ୧୯୯୨(ଅଭିନୟ)
ସମ୍ମାନ
- ଶ୍ରେଷ୍ଠ ସଙ୍ଗୀତକାର(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର) - ଫୁଲ ଚନ୍ଦନ ଓ ଅଭିଳାଷ
ଆଧାର
ବାହାର ଆଧାର
- ସରୋଜ ପଟ୍ଟନାୟକ ଇଣ୍ଟରନେଟ ମୁଭି ଡାଟାବେସରେ