peoplepill id: sarada-rath
SR
India
4 views today
10 views this week
Sarada Rath
Translator from Odisha, India

Sarada Rath

The basics

Quick Facts

Intro
Translator from Odisha, India
Places
Work field
Gender
Female
Age
83 years
Awards
Odisha Sahitya Akademi Award
(2016)
The details (from wikipedia)

Biography

ଶାରଦା ରଥ (ଜନ୍ମ: ୨୫ ମଇ ୧୯୪୧) ଜଣେ ଓଡ଼ିଆ ସାହିତ୍ୟିକା ଓ ଅନୁବାଦିକା । ୨୦୧୬ ମସିହାରେ ଅନୁବାଦ ପୁସ୍ତକ, ମେଘବାହାନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।

ଓଡ଼ିଆ ସାହିତ୍ୟକୁ ଅବଦାନ

ଶରଦା ହିନ୍ଦୀ ଲେଖକ ନିର୍ମଳ କୁମାରଙ୍କର ପୁସ୍ତକ ମେଘବାହନକୁ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପାଇଁ ୨୦୧୬ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଏହି ପୁସ୍ତକଟି କଳିଙ୍ଗର ମହାରାଜା ଖାରବେଳଙ୍କ ଉପରେ ପର୍ଯ୍ୟବେଷିତ । ଏହା ବ୍ୟତୀତ ସେ ପ୍ରେମଚାନ୍ଦଙ୍କ ନିର୍ମଳା ଓ ପ୍ରତିଜ୍ଞା ପୁସ୍ତକର ଅନୁବାଦ କରିଛନ୍ତି । ଅମୃତା ପ୍ରୀତମଙ୍କ କୋରା କାଗଜ ବହିକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି । ଦିଲ୍ଲୀ ଏମ୍‌ସ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଅଶୋକ ମହାପାତ୍ରଙ୍କ ହେଡ୍ ଇଞ୍ଜୁରି ଓ ବ୍ରେନ୍ କ୍ୟାନ୍‌ସର୍ ବହିକୁ ସେ ଓଡ଼ିଆରେ ଅନୁବାଦ କରିବା ସହିତ ଗୋଆର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିବା ମୃଦୁଳା ସିହ୍ନାଙ୍କର ପରିତପ୍ତ ଲଙ୍କେଶ୍ୱରୀ ବହିର ମଧ୍ୟ ଅନୁବାଦ କରିଛନ୍ତି ।

ଅନୁବାଦ

  • ମେଘବାହନ -୨୦୧୬
  • ୧୨ଟି ବିଦେଶୀ ଗଳ୍ପ (କାବ୍ୟାଲୋକ ପ୍ରକାଶନ)
  • ବନ୍ଧକରେ ରଘୁ (ଶ୍ରଦ୍ଧା ପ୍ରକାଶନ)
  • ପରିତପ୍ତ ଲଙ୍କେଶ୍ୱରୀ (ପଶ୍ଚିମା ପ୍ରକାଶନ) - ୨୦୧୭
  • ନିର୍ମଳା
  • ପ୍ରତିଜ୍ଞା (ପ୍ରେମଚାନ୍ଦଙ୍କ ଉପନ୍ୟାସ 'ପ୍ରତିଜ୍ଞା'ର ଅନୁବାଦ, କାବ୍ୟାଲୋକ ପ୍ରକାଶନ)
  • ଅଲେଖା କାଗଜ
  • ହେଡ୍ ଇଞ୍ଜୁରି
  • ବ୍ରେନ୍ କ୍ୟାନ୍‌ସର୍

ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (ଅନୁବାଦ), ୨୦୧୬

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Sarada Rath is in following lists
comments so far.
Comments
From our partners
Sponsored
Credits
References and sources
Sarada Rath
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes