peoplepill id: sailarani-mishra
SM
India
2 views today
2 views this week
Sailarani Mishra
Odia language writer, translator

Sailarani Mishra

The basics

Quick Facts

Intro
Odia language writer, translator
Places
Work field
Gender
Female
Birth
Place of birth
Puri district
Age
93 years
Family
Spouse:
Durgamadhab Mishra
The details (from wikipedia)

Biography

ଶୈଳରାଣୀ ମିଶ୍ର ୧୯୩୨ ମସିହାରେ ପୁରୀ ଜିଲ୍ଲା ନରଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମ ନୈଷ୍ଠିକା ବ୍ରାହ୍ମଣ ପରିବାରରେ। ତାଙ୍କର ବାପା ସରକାରୀ ଚାକିରିଅା ଥିଲେ। ସେମାନେ ଗୋଟିଏ ଭାଇ ଓ ତିନି ଭଉଣୀ। 

ତାଙ୍କର ବିବାହ ୧୯୫୦ ମସିହାରେ ନୟାଗଡ଼ ଅଞ୍ଚଳର ଦୁର୍ଗା ମାଧବ ମିଶ୍ରଙ୍କ ସହିତ ହୋଇଥିଲା। ସେତେବେଳେ ସେ ୧୭ ବର୍ଷ ବୟସର ହୋଇଥିଲେ ଏବଂ ସପ୍ତମ ପଢ଼ା ସଂପୂର୍ଣ୍ଣ କରି ନ ଥିଲେ। ଶିକ୍ଷା କ୍ଷେତ୍ରରେ ତାଙ୍କ ସ୍ବାମୀ ତାଙ୍କୁ ବହୁତ ସହଯୋଗ କରିଛନ୍ତି। ଶୈଳରାଣୀଙ୍କର ବଡ଼ ପୁଅ ଜନ୍ମ ହେବା ପରେ ସେ ୧୯୬୯ ମସିହାରେ ମାଟ୍ରିକ୍ ପାସ୍ କରିଥିଲେ। ତାପରେ ସେ ଶୈଳବାଳା ମହିଳା କଲେଜରେ ବିଏ ପାସ୍ କରିଥିଲେ। ଶୈଳରାଣୀଙ୍କୁ ତାଙ୍କ ସ୍ବାମୀଙ୍କ ଲେଖା ତଥା ବହି ପଢ଼ିବାକୁ ବହୁତ ଭଲ ଲାଗେ। ସେ ସମୟର ଓଡ଼ିଶାରେ ଜନ୍ମିତ ଝିଅଟିଏ ଭବିଷ୍ୟତ ଜୀବନରେ ସ୍ବଚ୍ଛ ପାଠୁଅା କୂଳବଧୂଟିଏ, ଜଣେ ଦକ୍ଷ ପୁଲିସ ଅଫିସର ଓ ସାହିତ୍ୟକ ଦୁର୍ଗା ମାଧବ ମିଶ୍ର, ଅାଇପିଏସ୍‌ଙ୍କର ସହଧର୍ମିଣୀ ଭାବରେ ଜୀବନ ଅତିବାହିତ କରିପାରିଥାନ୍ତେ। କିନ୍ତୁ ନିଜ ପରିସର ଭିତରେ ସନ୍ତୁଷ୍ଟ ନ ରହି ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଅାଗେଇ ଅାସିଥିଲେ। ସ୍ବାମୀଙ୍କଠାରୁ ପ୍ରେରଣା ପାଇ ସାହିତ୍ୟ ଓ ସଂପାଦନା କ୍ଷେତ୍ରରେ ନିଜକୁ ସେ ପ୍ରତିଷ୍ଠା କରିଛନ୍ତି ଏବଂ ନିଷ୍ଠାପର ସାଧନା ଓ ସିଦ୍ଧି ପଥରେ ନିଜକୁ ପରିଚାଳିତ କରିପାରିଛନ୍ତି। ସେ ଗଳ୍ପ, ଅନୁବାଦ ଗଳ୍ପ, ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ, କବିତା ଓ ନାଟକ କ୍ଷେତ୍ରରେ ମଧ୍ୟ ନିଜର ସୃଜନ ସ୍ବାକ୍ଷର ସୃଷ୍ଟି କରିଛନ୍ତି। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ।

ଶିକ୍ଷା

ବି.ଏ.

ଲିଖିତ ପୁସ୍ତକ

ଗଳ୍ପ:

ଯୁଥଭ୍ରଷ୍ଟ, ବିବର୍ତ୍ତିତ, ପୃଥିବୀ ଓ ଚକ୍ରବ୍ୟୂହ

ଅନୁବାଦ ଗଳ୍ପ

ସୁବର୍ଣ୍ଣଲତା, ଗଳିକନ୍ଦିର ଖେଳ, ଉପଦେଶ ସାର ଓ ଯୋଗବଶିଷ୍ଠର କାହାଣୀ

ଭ୍ରମଣ କାହାଣୀ

ଅମୃତ ଅନ୍ବେଷଣ 

ଶିଶୁ ସାହିତ୍ୟ

ଅାଠ ସାତ ପନ୍ଦର

ସମ୍ପାଦନା

ଦିବ୍ୟଜୀବନ ସଂଘର ପଲ୍ଲବ ଓ ଦିବ୍ୟସନ୍ଦେଶର ସଂପାଦନା କରିଛନ୍ତି। ସମାରୋହ ସାହିତ୍ୟ ପତ୍ରିକାର ମଧ୍ୟ ସଂପାଦନା  କରିଛନ୍ତି।

ପୁରସ୍କାର

୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମିଦ୍ୱାରା ସମ୍ମାନିତ ହୋଇଛନ୍ତି ୨୦୧୩ ମସିହାରେ ସେ ଓଡ଼ିଶା ଲେଖିକା ସଂସଦ ସମ୍ମାନ, ଫଲ୍ଗୁଧାରା ସମ୍ମାନ, ଚିରସମର୍ଧା ସମ୍ମାନ ଓ କାଦମ୍ବିନୀ ସଂପାଦିକା ସମ୍ମାନ ପାଇଛନ୍ତି।

ପ୍ରଜାତନ୍ତ୍ରରେ ମଧ୍ୟ ତାଙ୍କର ଗଳ୍ପ ଶୈଳ ଭାଜି ପଡ଼େ ପ୍ରକାଶ ପାଇଥିଲା। ସେହି ଗଳ୍ପରେ ଅାମ ସମାଜରେ ପ୍ରଚଳିତ କୁଶିକ୍ଷା, ଅନ୍ଧବିଶ୍ୱାସ, ନୂ୍ୟନ ମନୋଭାବ ଓ ପାତରଅନ୍ତର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ। ଯାହା ଅନେକ ଗୁରୁଜନ ଶ୍ରେଣୀର ବ୍ୟକ୍ତିଙ୍କଠାରେ ଭ୍ରୂକୁଞ୍ଚନର କାରଣ ହୋଇଥିଲା। ତାଙ୍କ ସାହସକୁ ଦେଖି ଅନେକ ଅାଶ୍ଚର୍ଯ୍ୟ ହୋଇଥିଲେ। ତାଙ୍କ ଲେଖା ମାଧ୍ୟମରେ ସୁସ୍ଥ ସାମାଜିକତା ଓ ସଂସ୍କାରକୁ ଅଗ୍ରାଧିକାର ଦେବା ପାଇଁ ଚାହିଁଥିଲେ।

ଦିବ୍ୟଜୀବନ ସଂଘର ସମାଜସେବା କାର୍ଯ୍ୟ ସେ ଭାଗ ନେଇଥିଲେ। ସଂଘ ତରଫରୁ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇବା ଠାରୁ ଅାରମ୍ଭ କରି ଔଷଧ ବଣ୍ଟନ ଓ ବୃଦ୍ଧାଶ୍ରମ ଯାଏ ସ୍ବେଚ୍ଛାସେବୀ ଅନୁଷ୍ଠାନ ରହିଛି, ଯାହା ଜରିଅାରେ ସେ ଯୋଗାଦାନ କରି ଓ ଅର୍ଥଦାନ କରି ଅାନନ୍ଦ ପାଉଥିଲେ।

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Sailarani Mishra is in following lists
comments so far.
Comments
From our partners
Sponsored
Sailarani Mishra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes