peoplepill id: raghunath-parichha
RP
India
5 views today
5 views this week
Raghunath Parichha
Indian poet

Raghunath Parichha

The basics

Quick Facts

Intro
Indian poet
Places
was
Work field
Gender
Male
Birth
Death
Age
70 years
The details (from wikipedia)

Biography

କବିଚନ୍ଦ୍ର ରଘୁନାଥ ପରିଚ୍ଛା (୧୮୦୨-୭୨) ଓଡ଼ିଶାର ଜଣେ ପୁରାତନ କବି । ସେ ପାରଳାଖେମୁଣ୍ଡିରେ ଜନ୍ମିତ । ସେ ଗୋପୀନାଥ ମହାପ୍ରଭୁଙ୍କ ସମ୍ବନ୍ଧିତ ଅନେକ ଛାନ୍ଦ, କାବ୍ୟ ଲେଖି ଓଡ଼ିଶୀ ସଙ୍ଗୀତ, ନାଟକ ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ରଘୁନାଥ ପରିଚ୍ଛା ପାରଳାଖେମୁଣ୍ଡିର ଅନ୍ୟତମ ପ୍ରସିଦ୍ଧ କବି ଗୌରହରି ପରିଚ୍ଛାଙ୍କସମସାମୟିକ ଥିଲେ । ନିଜ କବିତ୍ୱ ଛଡ଼ା ଜ୍ୟୋତିଷ ଓ ଗାୟକ ଭାବେ ସେ ଖ୍ୟାତି ଲାଭ କରିଥିଲେ ।

ଜୀବନ

ରଘୁନାଥ ପରିଚ୍ଛା ପାରଳାଖେମୁଣ୍ଡିର କଟକିଆ ସାହିରେ ପିତା ଚନ୍ଦ୍ରଶେଖର ପରିଚ୍ଛା ଓ ମାତା ହାରାମଣୀଙ୍କ ଔରସରୁ ପାରଳାଖେମୁଣ୍ଡିର ପ୍ରସିଦ୍ଧ 'ପରିଚ୍ଛା' ବଂଶରେ ଜନ୍ମଗ୍ରହଣ କରିଥିଲେ । ରଘୁନାଥ ୧୮୬୮ ମସିହାରେ ଶ୍ରୀ ଗୋପୀନାଥ ବଲ୍ଲଭ ନାଟକ ରଚନା କରିଥିଲେ । ଏହା ଏକ ଉଚ୍ଚାଙ୍ଗ ନାଟକ ହେବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷାର ପ୍ରଥମ ନାଟକ । ଏହି ଶ୍ରୀ ଗୋପୀନାଥ ବଲ୍ଲଭ ନାଟକର ପ୍ରଭାବ ଗୌରହରିଙ୍କ ରଚିତ ପ୍ରହ୍ଲାଦ ନାଟକରେ ଲକ୍ଷ୍ୟ କରାଯାଏ । ତାଙ୍କ ପୂର୍ବ ପୁରୁଷ ଲିହୁରି ଗୋପୀନାଥ ମନ୍ଦିରରେ ରାଜ ନିଯୋଗରେ ଯୋଗ୍ୟତା ହାସଲ କରି ପରିକ୍ଷା ଶାଢି ପାଇଥିବା ଶୁଣାଯାଏ । ସେଥି ନିମନ୍ତେ ସେମାନେ ପଣ୍ଡାରୁ ପରିଚ୍ଛା ବୋଲାଇଲେ । ପରିଚ୍ଛା ଶବ୍ଦଟି ପରୀକ୍ଷା ଶବ୍ଦର ଅପଭ୍ରଂଶ ମାତ୍ର । ମହାରାଜଙ୍କ ଠାରୁ ବ୍ରାହ୍ମଣ କୁଳର ସଭାପତି ରୁପେ ନିଯୁକ୍ତି ପାଇଥିଲେ ।

ପରଳା ଗୁଣ୍ଡିଚା ଯାତ୍ରାରେ ସେ ଶାସନୀ ବ୍ରାହ୍ମଣମାନଙ୍କୁ ଘିଅ ପରଷୁଥିଲେ । ଏହା ପାରଳାର ରଜାରାଜୁଡ଼ା ଅମଳର ପ୍ରଚଳିତ ପ୍ରଥା ଥିଲା । ରଘୁନାଥଙ୍କ ପୂର୍ବଜ ବକ୍ରେଶ୍ୱର ପଣ୍ଡିତ ପାରଳାର ଏକ ଜଣାଶୁଣା କବି ଥିଲେ । ଲିହୁରି ଗୋପୀନାଥ ଜୀଉ ତାଙ୍କର କୁଳଦେବତା ଥିଲେ ଓ ସେ ସେଠାରେ ନୀଳସରସ୍ୱତୀ ମନ୍ତ୍ର ସାଧନା କରିଥିଲେ । ଏହି ତଥ୍ୟ ତାଙ୍କଦ୍ୱାରା ଲିଖିତ 'ରାଧାମାଧାବ ବିଳାସ'ର ସପ୍ତମ ପୃଷ୍ଠାରେ ଲିଖିତ ।

ଉପାଧି

ପୁରୀ ମୁକ୍ତିମଣ୍ଡପରେ ରଘୁନାଥ କବିଚନ୍ଦ୍ର ଉପାଧି ପାଇଥିଲେ । ସେ ସେଠାରେ ନିଜା ପ୍ରଗାଢ଼ ଜ୍ଞାନର ପରିଚୟ ଦେଇ କିଛି ଗୀତ ଗାଇଥିଲେ । ଏଥି ମଧ୍ୟରୁ ଗୋଟିଏ ଗୀତ ପ୍ରଭାତ ଅବକାଶରେ ବୋଲାଯାଏ । ଉପାଧି ପ୍ରାପ୍ତ ହେବା ୧୮୩୮ ଦିନ ସେ ଗୌରୀଶଙ୍କର ରାୟଙ୍କ ସହ ଦେଖା ହୋଇଥିଲେ, ଯେ ତାଙ୍କୁ କଟକ ଡାକି ଅଭ୍ୟର୍ଥନା ଜଣାଇଥିଲେ ।

ରଚନା

କବିଚନ୍ଦ୍ରଙ୍କ ଅଧିକାଂଶ ଗ୍ରନ୍ଥ ଓଡ଼ିଆ ଭାଷାରେ ରଚିତ । ଏହି ପ୍ରକାଶିତ ଗ୍ରନ୍ଥଗୁଡ଼ିକ ହେଲା- ଲକ୍ଷଣଚନ୍ଦ୍ରୋଦୟ, ରାଧାମାଧବ ବିଳାସ, ସଙ୍ଗୀତ ରାମାୟଣ, ରାଧାକୃଷ୍ଣ ଲୀଳା,ତାଳ ସର୍ବସାର ଓ ଗ୍ରନ୍ଥୋଦୟ ।[୪] ଏହାଙ୍କ ଅଧିକାଂଶ ରଚନା ଅପ୍ରକାଶିତ ଯଥା: ସଙ୍ଗୀତ ରାମଲୀଳା, ସଙ୍ଗୀତ କୃଷ୍ଣଲୀଳା, ସଙ୍ଗୀତ ରତ୍ନାକର, ବାସୁଦେବ ନାଟକ, କୃଷ୍ଣ ଛାନ୍ଦ, ରାମ ଓ ମୁକତା ନାଟିକା ।

ଲକ୍ଷଣ ଚନ୍ଦ୍ରୋଦୟ

ରଘୁନାଥଙ୍କର ପ୍ରମୁଖ ଏକ କୃତି ହେଲା ଲକ୍ଷଣ ଚନ୍ଦ୍ରୋଦୟ ଗ୍ରନ୍ଥ । ଏହି ଗ୍ରନ୍ଥରେ କାବ୍ୟ ଓ ସଙ୍ଗୀତର ସୂକ୍ଷ୍ମ ଲକ୍ଷଣଗୁଡ଼ିକ ବର୍ଣ୍ଣିତ । ଯାହା ଲିପି, ପ୍ରାସାନୁପ୍ରାସ, ବିଶ୍ରାମ ଯତି, ଗଦ୍ୟପଦ୍ୟ, ଛାନ୍ଦ, ନାଦ, ଶ୍ରୁତି, ରାଗ, ଅଳଙ୍କାର ଇତ୍ୟାଦି ଅନେକ ବିଷୟରେ ଗଠିତ । ଏହା ୧୯୫୭ରେ ଓଡ଼ିଶା ସାହିତ୍ୟା ଏକାଡେମୀ ପକ୍ଷରୁ ପ୍ରକାଶିତ ହୋଇଥିଲା ।

ଶ୍ରୀ ଗୋପୀନାଥ ବଲ୍ଲଭ

୧୮୬୮ ମସିହାରେ କବି ଏହି ନାଟକ ଲେଖିଥିଲେ । ଏହାକୁ ପ୍ରମାଣ କରି ଆପନ୍ନା ପଣ୍ଡାଙ୍କ 'କବି ଜୀବନି'ରେ ପ୍ରଥମ ନାଟକର ପ୍ରଶଂସା କରିଛନ୍ତି । ଏହା ପରେ କଟକର ଜଗମୋହନ ଲାଲ ବାବାଜୀ ନାଟକ ୧୮୭୭ରେ ଲେଖିଥିଲେ । ଗୋପୀନାଥ ବଲ୍ଲଭ ନାଟକ ଲିହୁରି ଗୋପୀନାଥଙ୍କୁ ସମର୍ପିତ ଥିଲା ।

ମୁକ୍ତା ନାଟିକା

୪୩ ଛାନ୍ଦରେ ରଚିତ ଗ୍ରନ୍ଥ । ଅପ୍ରକାଶିତ ।

ରାଧା ମାଧବ ବିଳାସ

ରାଧାକୃଷ୍ଣ ଯୁଗଳ ରାସଲୀଳା ଆଧାରିତ କାବ୍ୟ । ୧୯୫୭ରେ ପ୍ରକାଶିତ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Raghunath Parichha is in following lists
comments so far.
Comments
From our partners
Sponsored
Credits
References and sources
Raghunath Parichha
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes