Priyanath Nandy
Quick Facts
Biography
ପ୍ରିୟନାଥ ନନ୍ଦି (୧୨ ଡିସେମ୍ବର ୧୯୧୨ - ୨ ଫେବୃଆରୀ ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ଶିକ୍ଷା ଓ ପରିବାର
ପ୍ରିୟନାଥ ନନ୍ଦି ୧୯୧୨ ମସିହାର ଡିସେମ୍ବର ମାସ ୧୨ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋବିନ୍ଦ ପ୍ରସାଦ ନନ୍ଦି । ପ୍ରିୟନାଥଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ ପୂର୍ଣ୍ଣ କୁମାରୀ ଦେବୀ
ରାଜନୈତି ଜୀବନ
ପ୍ରିୟନାଥ ୧୯୫୫ ମସିହାରେ ବିଧିବଦ୍ଧ ଭାବରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ । ଏହାପରେ ସେ ବାଲେଶ୍ୱର ପୌରପାଳିକାକୁ ଲଗାତର ତିନିଥର ନିର୍ବାଚିତ ହୋଇଥିଲେ । ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମୃତ୍ୟୁ
ପ୍ରିୟନାଥ ୧୯୯୦ ମସିହାର ଫେବୃଆରୀ ମାସ ୨ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ସ ବୟସ ହୋଇଥିଲା ।