peoplepill id: prasanta-patnaik
PP
India
2 views today
2 views this week
Prasanta Patnaik
Odia Journalist and Writer

Prasanta Patnaik

The basics

Quick Facts

Intro
Odia Journalist and Writer
Places
Work field
Gender
Male
Age
83 years
The details (from wikipedia)

Biography

ପ୍ରଶାନ୍ତ ପଟ୍ଟନାୟକ, ଓଡ଼ିଶାର ଜଣେ ଜଣାଶୁଣା ସାମ୍ବାଦିକ ଓ ସାହିତ୍ୟିକ । ବିଗତ ପାଞ୍ଚ ଦଶନ୍ଧି ଧରି, ସେ ସାମ୍ବାଦିକତା ବୃତ୍ତିରେ ଅଛନ୍ତି ଓ ସାମ୍ବାଦିକତାର ବହୁ ମାଧ୍ୟମରେ କାର୍ଯ୍ୟ କରିସାରିଛନ୍ତି ।

ବାଲ୍ୟଜୀବନ ଓ ଶିକ୍ଷା

ପ୍ରଶାନ୍ତ ପଟ୍ଟନାୟକ,ଅବିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ଓଳାସିଂହ ଗ୍ରାମରେ ୧୯୪୧ ମସିହା ଅପ୍ରେଲ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ରଘୁନାଥ ପଟ୍ଟନାୟକ ଜଣେ ସ୍ୱାଧିନତା ସଂଗ୍ରାମୀ ଥିଲେ । ସେ ଜଣେ ସମାଜସେବି ଥିଲେ ଓ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମା, ହାରାବାଳା ପଟ୍ଟନାୟକ ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ପରୋକ୍ଷ ଭାବରେ ପିତାଙ୍କର ସବୁ କାର୍ଯ୍ୟରେ ସହାୟକ ଥିଲେ । ସେମାନଙ୍କର, ଚାରିଟି ପୁଅ ଓ ନଅଟି ଝିଅ ଥିଲେ । ପ୍ରଶାନ୍ତ ପୁତ୍ରମାନଙ୍କ ମଧ୍ୟରେ ଜ୍ୟେଷ୍ଠଥିଲେ । ପ୍ରଶାନ୍ତ, ଓଳାସିଂହର ଦାଶରଥି ହାଇସ୍କୁଲରୁ ସ୍କୁଲ ପାଠ ଶେଷକରି, ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାଠ ସମାପ୍ତ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସେ ଇଂରାଜୀ ଭାଷାରେ ସ୍ମାତକ ସ୍ନାତକୋତ୍ତର ପାଠ ପଢିଥିଲେ । ପିଲାଦିନେ, ତାଙ୍କ ଘରକୁ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କର ଯିବାଆସିବା ରହିଥିଲେ । ସାହିତ୍ୟ ଓ ସାମ୍ବାଦିକତା ପ୍ରତି ତାଙ୍କର ପିଲାଦିନରୁ ହିଁ ଆକର୍ଷଣ ରହିଥିଲେ । ବହୁ ଖବରକାଗଜ ଓ ପତ୍ରିକାରେ ତାଙ୍କର ଲେଖା, ଫଟୋ ଓ ଖବର ବରାବର ପ୍ରକାଶିତ ହେଉଥିଲା । ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢିବା ସମୟରେ, ସେ ଡଗର ପତ୍ରିକାରେ ଲେଖୁଥିଲେ ଓ ଚନ୍ଦ୍ରିକା ପତ୍ରିକାର ସମ୍ପାଦନା କରୁଥିଲେ । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମ୍ପାଦିକତାରେ ପ୍ରକାଶିତ "ଇଷ୍ଟର୍ଣ୍ଣ ଟାଇମ୍ସ" ପାଇଁ, ସେ ସାମ୍ବାଦିକତା ମଧ୍ୟ କରୁଥିଲେ । ଡଗର ପତ୍ରିକାରେ ସେ ଛଦ୍ମନାମ "ଶ୍ରୀ ଲକ୍ଷ୍ମଣ" ନାମରେ ବ୍ୟଙ୍ଗାତ୍ମକ ଲେଖା ଲେଖୁଥିଲେ । "ଶ୍ରୀ ଲକ୍ଷ୍ମଣ" ନାମଟି ଡଗରର ସମ୍ପାଦକ ଫତୁରାନନ୍ଦଙ୍କଦ୍ୱାରା ପ୍ରଦତ୍ତ ହୋଇଥିଲା । ଫତୁରାନନ୍ଦଙ୍କ ପ୍ରକୃତ ନାମ ରାମଚନ୍ଦ୍ର ମିଶ୍ର ଥିଲା । ଫତୁରାନନ୍ଦ ତାଙ୍କୁ ସାନ ଭାଇ ଭଳି ଦେଖୁଥିବାରୁ, ତାଙ୍କ ମା ପ୍ରଶାନ୍ତଙ୍କୁ "ଲକ୍ଷ୍ମଣ" ନାମରେ ସମ୍ବୋଧନ କରୁଥିଲେ ।

ବୃତ୍ତିଗତ ଜୀବନ

ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ଭାଷାରେ ସ୍ନାତକୋତ୍ତର ପଢିସାରିବା ପରେ, ପ୍ରଶାନ୍ତ ଖୋର୍ଦ୍ଧାର ପ୍ରାଣନାଥ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇଥିଲେ । ସେହିଦିନ ତାଙ୍କୁ କଟକର ଅମୃତ ବଜାର ପତ୍ରିକାରେ ସହସମ୍ପାଦକର ଚାକିରି ମଧ୍ୟ ମିଳିଥିଲା । ପିଲାଦିନରୁ ସାମ୍ବାଦିକତା ପ୍ରତି ଆକର୍ଷିତ ପ୍ରଶାନ୍ତ, ଅଧ୍ୟାପକ ବୃତ୍ତି ତ୍ୟାଗକରି ସାମ୍ବାଦିକତାକୁ ଆବୋରୀ ନେଇଥିଲେ । ସେ ଥିଲା ୧୯୬୭ ମସିହାର କଥା । ସେବେଠାରୁ, ପ୍ରଶାନ୍ତ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଅଛନ୍ତି । ସେ କଳିଙ୍ଗରେ ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ ସହିତ କାର୍ଯ୍ୟକରିଥିଲେ । କଳିଙ୍ଗ ବନ୍ଦ ହୋଇଯିବା ପରେ, ସେ "ହିନ୍ଦୁସ୍ତାନ ସମାଚାର"ର ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ତା ପରେ, ଇଂରାଜୀ ଦୈନିକ ଖବରକାଗଜ "ପାଟ୍ରିଅଟ" ଓ ସାପ୍ତାହିକ "ଲିଙ୍କ"ରେ କାମ କରିଥିଲେ । ପାଟ୍ରିଅଟ ଓ ଲିଙ୍କ ସହିତ ସେ "ପାନ-ଏସିଆନ ଫଟୋ-ନିଉଜ ଏଜେନ୍ସି(ଟୋକିଓ)", "ଲ୍ୟାଣ୍ଡ ଆଣ୍ଡ ଲାଇଫ ଫଟୋ-ନିଉଜ ଏଜେନ୍ସି(କଲିକତା)", "ଅନଲୁକର", "ମିରର", "ଭବନ୍ସ ଜର୍ଣ୍ଣାଲ", "ସନ ଡେ", "ରବିବାର", "କରେଣ୍ଟ", "ଦ. ଉଇକି", "ସନଡେ ଅବସରଭର" ଆଦିରେ ଫଟୋ ସାମ୍ବାଦିକ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ ।ପାଟ୍ରିଅଟ ଓ ଲିଙ୍କ ଛାଡିବା ପରେ, ୨୦୦୧ ପର୍ଯ୍ୟନ୍ତ ସେ ହାଇଦ୍ରାବାଦରୁ ପ୍ରକାଶିତ "ନିଉଜ ଟାଇମ", "ଇନାଡୁ" ଓ "ଇଟିଭି"ର ଓଡ଼ିଶା ବ୍ୟୁରୋ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ, ସେ "ଓଡ଼ିଶାବାର୍ତ୍ତା ଡଟ କମ"ର ସମ୍ପାଦକ ଭାବରେ କାର୍ଯ୍ୟରତ । ଖବରକାଗଜ, ଟେଲିଭିଜନ ଓ ଇଣ୍ଟରନେଟ, ସାମ୍ବାଦିକତାର ସବୁ ଦିଗରେ, ପ୍ରଶାନ୍ତ ନିଜର ଉପସ୍ଥିତି ଜାହିର କରିଛନ୍ତି । ସାଧାରଣ ଲୋକଙ୍କର କଥା, ସମସ୍ୟା ଓ ଛବିକୁ ସେ ସବୁବେଳେ ପ୍ରାଥମିକତା ଦେଇଆସିଛନ୍ତି ।

ସାମ୍ବାଦିକତା ସହ ସାହିତ୍ୟକୁ ପ୍ରଶାନ୍ତ ସମାନ ଗୁରୁତ୍ୱ ଦେଇଆସିଛନ୍ତି । ୧୯୫୮ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ପଢୁଥିବା ସମୟରୁ, ସେ କବିତା ଓ କ୍ଷୁଦ୍ରଗଳ୍ପ ଲେଖିଆସିଛନ୍ତି । "କଳ୍ପନା ରାଣୀ" ଥିଲା ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ । ଏହା ଆଲେକ୍ସାଣ୍ଡର ପୁସ୍କିନଙ୍କର "କୁଇନ ଓ ସ୍ପେଡସ" ପୁସ୍ତକର ଓଡ଼ିଆ ଅନୁବାଦ । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, ଗୋଇନ୍ଦା କାହାଣୀ ଆଦି ସାହିତ୍ୟର ବହୁ ବିଭାଗରେ ସେ ଲେଖନି ଚାଳନା କରିଛନ୍ତି ।

ରଚନାବଳୀ

  • କଳ୍ପନା ରାଣୀ(ଆଲେକ୍ସାଣ୍ଡର ପୁସ୍କିନଙ୍କର ପୁସ୍ତକ "କୁଇନ ଓ ସ୍ପେଡସ"ର ଓଡ଼ିଆ ଅନୁବାଦ)
  • ଅନ୍ଧକାରର କାବ୍ୟ(କ୍ଷୁଦ୍ର ଗଳ୍ପ)
  • ପୁନଶ୍ଚ ଅନ୍ଧାର(କ୍ଷୁଦ୍ର ଗଳ୍ପ)
  • ରାବଣ ପୋଡି(କ୍ଷୁଦ୍ର ଗଳ୍ପ)
  • କୃଷ୍ଣଚୂଡାର ରଙ୍ଗ(କ୍ଷୁଦ୍ର ଗଳ୍ପ)
  • ମରୁତୀର୍ଥର ଜଳ( ସତୁରୀ ଦଶକରେ କଲିକତାରୁ ପ୍ରକାଶିତ "ଆସନ୍ତାକାଲି"ରେ ପ୍ରକାଶିତ ପ୍ରବନ୍ଧ ଗୁଡିକର ସଂକଳନ)
  • ମୋ ଦୃଷ୍ଟିରେ

ସମ୍ମାନ ଓ ପୁରସ୍କାର

  • ଜୀବନରଙ୍ଗ ଅନୁଷ୍ଠାନ ସମ୍ମାନ
  • ଚିନ୍ତାମଣି ପାଣିଗ୍ରାହି ମେମୋରିଆଲ ସମ୍ମାନ
  • ନାରଦ ସମ୍ମାନ(ବିଶ୍ୱ ସମ୍ବାଦ କେନ୍ଦ୍ରଦ୍ୱାରା ପ୍ରଦତ୍ତ)
  • ଜୀବନବ୍ୟାପି ଫଟୋ ସାମ୍ବାଦିକତା ପାଇଁ ପୁରସ୍କୃତ(ସ୍ୱରାଜ ପକ୍ଷରୁ)

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Prasanta Patnaik is in following lists
comments so far.
Comments
From our partners
Sponsored
Credits
References and sources
Prasanta Patnaik
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes