peoplepill id: pranabandhu-kar
PK
India
4 views today
7 views this week
Pranabandhu Kar
Playwright and short story writer

Pranabandhu Kar

The basics

Quick Facts

Intro
Playwright and short story writer
Places
Work field
Gender
Male
Death
Age
83 years
Awards
Sahitya Akademi Award
(1968)
Odisha Sangita Natak Akademi Award
(1980)
The details (from wikipedia)

Biography

ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ପେଟୁ ଏକାଙ୍କିକା, ଷଣ୍ଢ ଲଢେଇସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ । ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।

ଜୀବନୀ

ପ୍ରାଣବନ୍ଧୁ ୧୯୧୪ମସିହା ଡିସେମ୍ବର ମାସ ପହିଲାରେ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ଡ଼ମପଡାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଚିନ୍ତାମଣି କର ଜଣେ ଶିକ୍ଷକ ଥିଲେ । ଛାତ୍ରାବସ୍ଥାରୁ ଲେଖା ଲେଖି ସହ ଜଡ଼ିତ ଥିଲେ । ଅଧିକ ଲେଖାଲେଖି କରିବା ପାଇଁ, ତାଙ୍କ ଶିକ୍ଷକ ମାନେ ତାଙ୍କୁ ଉତ୍ସାହିତ କରିଥିଲେ । ସ୍ନାତକ ଉତ୍ତୀର୍ଣ୍ଣ ହେବାପରେ, ସେ ସଚିବାଳୟରେ ଜଣେ କିରାଣୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ସେଥିରେ ମନ ନଲାଗିବାରୁ, ସେ ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ଘରୋଇ ଭାବରେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷାଲାଭ କରି, ସେ ଅଧ୍ୟାପକ ପାଲଟିଥିଲେ । ଶିକ୍ଷା ବିଭାଗର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ, ରେଭେନ୍ସା ମହାବିଦ୍ୟାଳୟରେ, ତାଙ୍କ ଚାକିରି ଜୀବନ ଶେଷ ହୋଇଥିଲା ।ସେ ଓଡ଼ିଆ ଭାଷା ସାହିତ୍ୟର ଓ ଶିକ୍ଷକ-ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟାପକ ଭାବରେ କାମ ଆରମ୍ଭ କରିଥଲେ । ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସହିତ ମଧ୍ୟ ଜଡ଼ିତ ଥିଲେ । ୧୯୯୮ ମସିହା ମାର୍ଚ୍ଚ ୩୦ ତାରିଖରେ ପ୍ରାଣବନ୍ଧୁ ଇହଲିଳା ସମ୍ବରଣ କରିଥିଲେ ।

ରଚନାବଳୀ

ପ୍ରାଣବନ୍ଧୁ, ଶତାଧିକ କ୍ଷୁଦ୍ରଗଳ୍ପ, ଏକାଙ୍କିକା ଓ ନାଟକ ରଚନା କରିଯାଇଛନ୍ତି ।

ନାଟକ

  • ଅଶାନ୍ତ (୧୯୬୮)
  • ଶ୍ୱେତପଦ୍ମା
  • ସ୍ନାୟୁ ସଂହାର
  • ଏକ ମାଟି, ଅନେକ ଆକାଶ

ଏତଦଭିନ୍ନ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ପେଟୁ ଏକାଙ୍କିକା, ଷଣ୍ଢ ଲଢେଇସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକର ଉପନ୍ୟାସକୁ ସେ ନାଟକର ରୂପ ଦେଇଥିଲେ ।

ଏକାଙ୍କିକା

  • ଦୂରପାହାଡ଼
  • ପେଟୁ

ଗଳ୍ପ

  • ସୁଅ ମୁହଁରେ ପଥର
  • ନିଶୀଥର ପ୍ରେତାତ୍ମା
  • ଷଣ୍ଢ ଲଢ଼େଇ
  • ମଶା
  • ରାଣୀ
  • ପଦ୍ମା
  • ସେମାନେ ବି ତ ମଣିଷ
  • ଏ ପୃଥିବୀ ନୁହେଁ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, (ଅଶାନ୍ତ, ୧୯୬୮)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସ୍ନାୟୁ ସଂହାର, ୧୯୮୦)
  • ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଆଧାର

  1. http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL071
  2. Nagendra (1988). Indian Literature. Prabhat Prakashan. pp. 501–.
  3. "ସୁଅ ମୁହଁରେ ପତର'ର ସ୍ରଷ୍ଟା". ସମ୍ବାଦ ୦୧/୧୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨.
  4. Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 4062–. ISBN 978-81-260-1221-3.
  5. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୩୦/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୪. Retrieved 30 March 2018.
  6. Amaresh Datta (1988). Encyclopaedia of Indian Literature. Sahitya Akademi. pp. 1093–. ISBN 978-81-260-1194-0.
  7. http://timesofindia.indiatimes.com/city/bhubaneswar/Book-on-Pranabandhu-Kar-soon/articleshow/42443073.cms
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Retrieved 6 September 2016.
  9. "ସୁଅ ମୁହଁରେ ପତର'ର ସ୍ରଷ୍ଟା". ସମ୍ବାଦ ୦୧/୧୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨.
The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Pranabandhu Kar is in following lists
comments so far.
Comments
From our partners
Sponsored
Credits
References and sources
Pranabandhu Kar
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes