peoplepill id: pranab-patnaik
PP
India
12 views today
15 views this week
The basics

Quick Facts

Intro
Odia singer
Places
Work field
Gender
Male
Place of birth
Odisha, India
Age
86 years
Instruments:
The details (from wikipedia)

Biography

ପ୍ରଣବ ପଟ୍ଟନାୟକ (ଜନ୍ମ ୨୦ ଜାନୁଆରୀ ୧୯୩୮) ଜଣେ ଓଡ଼ିଆ ସଙ୍ଗୀତକାର ଓ ଗାୟକ । ସେ,୧୯୩୮ ମସିହା ଜାନୁଆରୀ ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଲାଲମୋହନ ପଟ୍ଟନାୟକଙ୍କ ଠାରୁ ପ୍ରେରଣା ପାଇ, ସେ ବାଲ୍ୟକାଳରୁ ହିଁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ଓ ଗୁରୁ କୁନାଳ ଆଦୀନାରାୟଣ ରାଓଙ୍କ ଠାରୁ ସଂଗୀତ ଶିକ୍ଷାଗ୍ରହଣ କରିଥିଲେ ।

କର୍ମଜୀବନ

୧୯୫୮ ମସିହାରେ,ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମାରେ ସେ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ , ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଛାଇ ପାରିଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁପିନ୍ଦର ସିଂହ, ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ । ପ୍ରାୟ ୨୦୦ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିସାରିଛନ୍ତି ।

ଅଣଚଳଚ୍ଚିତ୍ର ସଙ୍ଗୀତରେ ମଧ୍ଯ ତାଙ୍କର ଗୁରୁତ୍ୱପୂର୍ଣ ଯୋଗଦାନ ରହିଛି। ବେତାର, ଦୂରଦର୍ଶନ ଓ ଆଲବମ ମାଧ୍ୟମରେ ସେ ବହୁ ଭଜନ ଓ ଆଧୁନିକ ସଙ୍ଗୀତ ଓଡ଼ିଆ ଶ୍ରୋତାମାନଙ୍କୁ ଭେଟିଦେଇଛନ୍ତି । ୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ, ଶବ୍-ଏ-ଗଜଲ ମୁକ୍ତିଲାଭ କରିଥିଲା । ଏହି ଆଲବମରେ ପଣ୍ଡିତ ହରିପ୍ରସାଦ ଚୌରାଶିଆ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଶ୍ରୀମତି ଦେବକୀ ପଣ୍ଡିତ, ପ୍ରଣବ ପଟ୍ଟନାୟକଙ୍କ ସହିତ କଣ୍ଠଦାନ କରିଥିଲେ । ଦେଶ ବିଦେଶରେ ବହୁ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସେ ବହୁ ସମୃଦ୍ଧି ଲାଭ କରିଛନ୍ତି ।

କଣ୍ଠଦାନ କରିଥିବା କଥାଚିତ୍ର

କଥାଚିତ୍ରମୁକ୍ତିଲାଭ ବର୍ଷସଙ୍ଗୀତ ନିର୍ଦ୍ଦେଶକ
ଲକ୍ଷେ ଶିବ ପୂଜି ପାଇଛି ପୁଅ୧୯୯୭ସ୍ୱରୂପ ନାୟକ
ଘର ମୋର ସ୍ୱର୍ଗ୧୯୯୨ଅରୁଣ ମହାନ୍ତି
କନ୍ୟାଦାନ୧୯୮୮ଅରୁଣ ମହାନ୍ତି
ତୁଣ୍ଡ ବାଇଦ୧୯୮୭ପ୍ରଫୁଲ୍ଲ କର
ମାଣିକ୧୯୮୬ଉପେନ୍ଦ୍ର କୁମାର
ଗୃହଲକ୍ଷ୍ମୀ୧୯୮୫ପ୍ରଫୁଲ୍ଲ କର
ପ୍ରତିଧ୍ୱନି୧୯୮୪ପ୍ରଫୁଲ୍ଲ କର
ଝିଅଟି ସୀତା ପରି୧୯୮୩ସରୋଜ ପଟ୍ଟନାୟକ
ରାମ ରହିମ୧୯୮୩ପ୍ରଫୁଲ୍ଲ କର
ଉଦୟଭାନୁ୧୯୮୩ବାସୁଦେବ ରଥ
ଅଶାନ୍ତ ଗ୍ରହ୧୯୮୨ଅକ୍ଷୟ ମହାନ୍ତି
ଅସ୍ତରାଗ୧୯୮୨ବାସୁଦେବ ରଥ
ମୁଁ ତୁମେ ଓ ସେ୧୯୮୨ପ୍ରଫୁଲ୍ଲ କର
ଅକ୍ଷିତୃତୀୟା୧୯୮୧ରାଖାଲ ମହାନ୍ତି
ଆରତୀ୧୯୮୧ବାସୁଦେବ ରଥ
ଟିକେ ହସ ଟିକେ ଲୁହ୧୯୮୧ପୁର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
ଅଲିଭା ଦାଗ୧୯୮୦ଉପେନ୍ଦ୍ର କୁମାର
ବାଟ ଅବାଟ୧୯୮୦(ଭୁବନ - ହରି), ଭୁବନେଶ୍ୱର ମିଶ୍ର , ହରିପ୍ରସାଦ ଚୌରାଶିଆ
ମେଘମୁକ୍ତି୧୯୮୦ଶାନ୍ତନୁ ମହାପାତ୍ର
ଚିହ୍ନା ଅଚିହ୍ନା୧୯୭୯ବାସୁଦେବ ରଥ
ସଉତୁଣୀ୧୯୭୯ବାସୁଦେବ ରଥ
ସଂଖ ମହୂରୀ୧୯୭୮ବାଳକୃଷ୍ନ ଦାସ
ସମର୍ପଣ୧୯୭୮ଉପେନ୍ଦ୍ର କୁମାର
ପିପାସା୧୯୭୮ଉପେନ୍ଦ୍ର କୁମାର
କୁଳ ଚନ୍ଦ୍ରମା୧୯୭୮ଉପେନ୍ଦ୍ର କୁମାର
ପରିବାର୧୯୭୮ଉପେନ୍ଦ୍ର କୁମାର
ଚିଲିକା ତୀରେ୧୯୭୭ଶାନ୍ତନୁ ମହାପାତ୍ର
ରକ୍ତ ଗୋଲାପ୧୯୭୭ଧନଞ୍ଜୟ ଶତପଥୀ
ପୁନର୍ମିଳନ୧୯୭୭ଉପେନ୍ଦ୍ର କୁମାର
ସୁନା ସଂସାର୧୯୭୭
ଏ ନୁହେଁ କାହାଣୀ୧୯୭୭ଉପେନ୍ଦ୍ର କୁମାର
ବାଲିଘର୧୯୭୬ପ୍ରଫୁଲ୍ଲ କର
ହୀରା ମୋତି ମାଣିକ୧୯୭୬ଶ୍ରୀବତ୍ସ ପଟ୍ଟନାୟକ
କୃଷ୍ଣ ସୁଦାମା୧୯୭୬ପ୍ରଫୁଲ୍ଲ କର
ଶେଷ ଶ୍ରାବଣ୧୯୭୬ପ୍ରଫୁଲ୍ଲ କର
ସିନ୍ଦୂର ବିନ୍ଦୁ୧୯୭୬ପ୍ରଫୁଲ୍ଲ କର
ଯାଯାବର୧୯୭୫ଅକ୍ଷୟ ମହାନ୍ତି
ସଂସାର୧୯୭୧ଅକ୍ଷୟ ମହାନ୍ତି
ବନ୍ଧନ୧୯୭୧ଭୁବନେଶ୍ୱର ମିଶ୍ର
ସ୍ତ୍ରୀ୧୯୬୮ଭୁବନେଶ୍ୱର ମିଶ୍ର
ଅରୁନ୍ଧତୀ୧୯୬୭ଶାନ୍ତନୁ ମହାପାତ୍ର
କା୧୯୬୬ଭୁବନେଶ୍ୱର ମିଶ୍ର
ମଲାଜହ୍ନ୧୯୬୫ଅକ୍ଷୟ ମହାନ୍ତି
ସୂର୍ଯ୍ୟମୁଖୀ୧୯୬୩ଶାନ୍ତନୁ ମହାପାତ୍ର
ଶ୍ରୀ ଲୋକନାଥ୧୯୬୦ବାଳକୃଷ୍ଣ ଦାସ
ମା୧୯୫୯ଭୁବନେଶ୍ୱର ମିଶ୍ର

ମାନସମ୍ମାନ ଓ ପୁରସ୍କାର

  • ୨୦୧୬: ଜୟଦେବ ପୁରସ୍କାର
  • ୨୦୧୭ - ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ
  • ୨୦୧୧ - ପ୍ରଫୁଲ୍ଲ କର ସମ୍ମାନ
  • ୨୦୧୦ - ବିଗଓଡ଼ିଆ ଏଣ୍ଟରଟେନମେଣ୍ଟ ଆୱାର୍ଡ଼
  • ୧୯୯୭-୯୮ - ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼
  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
    • ୧୯୯୩ -ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଆଶା)
    • ୧୯୮୯ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ପ୍ରତିଶୋଧ ଅପରାଧ ନୁହେଁ)
    • ୧୯୮୮ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (କନ୍ୟାଦାନ)
    • ୧୯୮୩ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଝିଅଟି ସୀତା ପରି)
    • ୧୯୮୨ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଅସ୍ତରାଗ)
    • ୧୯୭୬ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ସିନ୍ଦୂର ବିନ୍ଦୁ)

ଆଧାର

ଅଧିକ ତଥ୍ୟ

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Pranab Patnaik is in following lists
comments so far.
Comments
From our partners
Sponsored
Credits
References and sources
Pranab Patnaik
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes