Pranab Patnaik
Quick Facts
Biography
ପ୍ରଣବ ପଟ୍ଟନାୟକ (ଜନ୍ମ ୨୦ ଜାନୁଆରୀ ୧୯୩୮) ଜଣେ ଓଡ଼ିଆ ସଙ୍ଗୀତକାର ଓ ଗାୟକ । ସେ,୧୯୩୮ ମସିହା ଜାନୁଆରୀ ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଲାଲମୋହନ ପଟ୍ଟନାୟକଙ୍କ ଠାରୁ ପ୍ରେରଣା ପାଇ, ସେ ବାଲ୍ୟକାଳରୁ ହିଁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ଓ ଗୁରୁ କୁନାଳ ଆଦୀନାରାୟଣ ରାଓଙ୍କ ଠାରୁ ସଂଗୀତ ଶିକ୍ଷାଗ୍ରହଣ କରିଥିଲେ ।
କର୍ମଜୀବନ
୧୯୫୮ ମସିହାରେ,ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମାରେ ସେ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ , ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଛାଇ ପାରିଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁପିନ୍ଦର ସିଂହ, ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ । ପ୍ରାୟ ୨୦୦ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିସାରିଛନ୍ତି ।
ଅଣଚଳଚ୍ଚିତ୍ର ସଙ୍ଗୀତରେ ମଧ୍ଯ ତାଙ୍କର ଗୁରୁତ୍ୱପୂର୍ଣ ଯୋଗଦାନ ରହିଛି। ବେତାର, ଦୂରଦର୍ଶନ ଓ ଆଲବମ ମାଧ୍ୟମରେ ସେ ବହୁ ଭଜନ ଓ ଆଧୁନିକ ସଙ୍ଗୀତ ଓଡ଼ିଆ ଶ୍ରୋତାମାନଙ୍କୁ ଭେଟିଦେଇଛନ୍ତି । ୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ, ଶବ୍-ଏ-ଗଜଲ ମୁକ୍ତିଲାଭ କରିଥିଲା । ଏହି ଆଲବମରେ ପଣ୍ଡିତ ହରିପ୍ରସାଦ ଚୌରାଶିଆ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଶ୍ରୀମତି ଦେବକୀ ପଣ୍ଡିତ, ପ୍ରଣବ ପଟ୍ଟନାୟକଙ୍କ ସହିତ କଣ୍ଠଦାନ କରିଥିଲେ । ଦେଶ ବିଦେଶରେ ବହୁ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସେ ବହୁ ସମୃଦ୍ଧି ଲାଭ କରିଛନ୍ତି ।
କଣ୍ଠଦାନ କରିଥିବା କଥାଚିତ୍ର
କଥାଚିତ୍ର | ମୁକ୍ତିଲାଭ ବର୍ଷ | ସଙ୍ଗୀତ ନିର୍ଦ୍ଦେଶକ |
---|---|---|
ଲକ୍ଷେ ଶିବ ପୂଜି ପାଇଛି ପୁଅ | ୧୯୯୭ | ସ୍ୱରୂପ ନାୟକ |
ଘର ମୋର ସ୍ୱର୍ଗ | ୧୯୯୨ | ଅରୁଣ ମହାନ୍ତି |
କନ୍ୟାଦାନ | ୧୯୮୮ | ଅରୁଣ ମହାନ୍ତି |
ତୁଣ୍ଡ ବାଇଦ | ୧୯୮୭ | ପ୍ରଫୁଲ୍ଲ କର |
ମାଣିକ | ୧୯୮୬ | ଉପେନ୍ଦ୍ର କୁମାର |
ଗୃହଲକ୍ଷ୍ମୀ | ୧୯୮୫ | ପ୍ରଫୁଲ୍ଲ କର |
ପ୍ରତିଧ୍ୱନି | ୧୯୮୪ | ପ୍ରଫୁଲ୍ଲ କର |
ଝିଅଟି ସୀତା ପରି | ୧୯୮୩ | ସରୋଜ ପଟ୍ଟନାୟକ |
ରାମ ରହିମ | ୧୯୮୩ | ପ୍ରଫୁଲ୍ଲ କର |
ଉଦୟଭାନୁ | ୧୯୮୩ | ବାସୁଦେବ ରଥ |
ଅଶାନ୍ତ ଗ୍ରହ | ୧୯୮୨ | ଅକ୍ଷୟ ମହାନ୍ତି |
ଅସ୍ତରାଗ | ୧୯୮୨ | ବାସୁଦେବ ରଥ |
ମୁଁ ତୁମେ ଓ ସେ | ୧୯୮୨ | ପ୍ରଫୁଲ୍ଲ କର |
ଅକ୍ଷିତୃତୀୟା | ୧୯୮୧ | ରାଖାଲ ମହାନ୍ତି |
ଆରତୀ | ୧୯୮୧ | ବାସୁଦେବ ରଥ |
ଟିକେ ହସ ଟିକେ ଲୁହ | ୧୯୮୧ | ପୁର୍ଣ୍ଣଚନ୍ଦ୍ର ଖୁଣ୍ଟିଆ |
ଅଲିଭା ଦାଗ | ୧୯୮୦ | ଉପେନ୍ଦ୍ର କୁମାର |
ବାଟ ଅବାଟ | ୧୯୮୦ | (ଭୁବନ - ହରି), ଭୁବନେଶ୍ୱର ମିଶ୍ର , ହରିପ୍ରସାଦ ଚୌରାଶିଆ |
ମେଘମୁକ୍ତି | ୧୯୮୦ | ଶାନ୍ତନୁ ମହାପାତ୍ର |
ଚିହ୍ନା ଅଚିହ୍ନା | ୧୯୭୯ | ବାସୁଦେବ ରଥ |
ସଉତୁଣୀ | ୧୯୭୯ | ବାସୁଦେବ ରଥ |
ସଂଖ ମହୂରୀ | ୧୯୭୮ | ବାଳକୃଷ୍ନ ଦାସ |
ସମର୍ପଣ | ୧୯୭୮ | ଉପେନ୍ଦ୍ର କୁମାର |
ପିପାସା | ୧୯୭୮ | ଉପେନ୍ଦ୍ର କୁମାର |
କୁଳ ଚନ୍ଦ୍ରମା | ୧୯୭୮ | ଉପେନ୍ଦ୍ର କୁମାର |
ପରିବାର | ୧୯୭୮ | ଉପେନ୍ଦ୍ର କୁମାର |
ଚିଲିକା ତୀରେ | ୧୯୭୭ | ଶାନ୍ତନୁ ମହାପାତ୍ର |
ରକ୍ତ ଗୋଲାପ | ୧୯୭୭ | ଧନଞ୍ଜୟ ଶତପଥୀ |
ପୁନର୍ମିଳନ | ୧୯୭୭ | ଉପେନ୍ଦ୍ର କୁମାର |
ସୁନା ସଂସାର | ୧୯୭୭ | |
ଏ ନୁହେଁ କାହାଣୀ | ୧୯୭୭ | ଉପେନ୍ଦ୍ର କୁମାର |
ବାଲିଘର | ୧୯୭୬ | ପ୍ରଫୁଲ୍ଲ କର |
ହୀରା ମୋତି ମାଣିକ | ୧୯୭୬ | ଶ୍ରୀବତ୍ସ ପଟ୍ଟନାୟକ |
କୃଷ୍ଣ ସୁଦାମା | ୧୯୭୬ | ପ୍ରଫୁଲ୍ଲ କର |
ଶେଷ ଶ୍ରାବଣ | ୧୯୭୬ | ପ୍ରଫୁଲ୍ଲ କର |
ସିନ୍ଦୂର ବିନ୍ଦୁ | ୧୯୭୬ | ପ୍ରଫୁଲ୍ଲ କର |
ଯାଯାବର | ୧୯୭୫ | ଅକ୍ଷୟ ମହାନ୍ତି |
ସଂସାର | ୧୯୭୧ | ଅକ୍ଷୟ ମହାନ୍ତି |
ବନ୍ଧନ | ୧୯୭୧ | ଭୁବନେଶ୍ୱର ମିଶ୍ର |
ସ୍ତ୍ରୀ | ୧୯୬୮ | ଭୁବନେଶ୍ୱର ମିଶ୍ର |
ଅରୁନ୍ଧତୀ | ୧୯୬୭ | ଶାନ୍ତନୁ ମହାପାତ୍ର |
କା | ୧୯୬୬ | ଭୁବନେଶ୍ୱର ମିଶ୍ର |
ମଲାଜହ୍ନ | ୧୯୬୫ | ଅକ୍ଷୟ ମହାନ୍ତି |
ସୂର୍ଯ୍ୟମୁଖୀ | ୧୯୬୩ | ଶାନ୍ତନୁ ମହାପାତ୍ର |
ଶ୍ରୀ ଲୋକନାଥ | ୧୯୬୦ | ବାଳକୃଷ୍ଣ ଦାସ |
ମା | ୧୯୫୯ | ଭୁବନେଶ୍ୱର ମିଶ୍ର |
ମାନସମ୍ମାନ ଓ ପୁରସ୍କାର
- ୨୦୧୬: ଜୟଦେବ ପୁରସ୍କାର
- ୨୦୧୭ - ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ
- ୨୦୧୧ - ପ୍ରଫୁଲ୍ଲ କର ସମ୍ମାନ
- ୨୦୧୦ - ବିଗଓଡ଼ିଆ ଏଣ୍ଟରଟେନମେଣ୍ଟ ଆୱାର୍ଡ଼
- ୧୯୯୭-୯୮ - ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼
- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
- ୧୯୯୩ -ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଆଶା)
- ୧୯୮୯ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ପ୍ରତିଶୋଧ ଅପରାଧ ନୁହେଁ)
- ୧୯୮୮ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (କନ୍ୟାଦାନ)
- ୧୯୮୩ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଝିଅଟି ସୀତା ପରି)
- ୧୯୮୨ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଅସ୍ତରାଗ)
- ୧୯୭୬ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ସିନ୍ଦୂର ବିନ୍ଦୁ)
ଆଧାର
- ↑ "Pranab Kishore Patnaik". Batoi Systems. Retrieved 29 November 2017.
- ↑ B. V. Dharap; National Film Archive of India (1978). Indian films. Retrieved 13 September 2012.
- ↑ "Pranab gets Jayadev Award; 'Chini' best movie". The Pioneer. Retrieved 29 November 2017.
- ↑ "ଗଙ୍ଗାଧର ରଥ ଫାଉଣ୍ଡେସନ୍ ପୁରସ୍କାର ସମାରୋହ". ସମ୍ବାଦ ୨୦/୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୫. Retrieved 20 March 2017.
- ↑ http://cinemasagar.com/award/pranab-pattnaik-awarded-prafulla-kar-samman/
- ↑ http://www.orissadiary.com/gallery/ShowMovie.asp?MovieID=157
- ↑ http://orissa.gov.in/e-magazine/orissaannualreference/OR-Annual-2009/pdf/102-106.pdf
- ↑ http://www.orissacinema.com/history/orissa-state-film-award.html
ଅଧିକ ତଥ୍ୟ
- ପ୍ରଣବ ପଟ୍ଟନାୟକ (ଇଣ୍ଟରନେଟ ମୁଭି ଡାଟାବେସରେ)
- ଓଡ଼ିଆମ୍ୟୁଜିକ ଡଟ କମ
- ଓଡ଼ିଆ ମୁଭି ଡାଟାବେସ