peoplepill id: prabhudatta-pradhan
PP
India
3 views today
3 views this week
Prabhudatta Pradhan
Indian Composer.

Prabhudatta Pradhan

The basics

Quick Facts

Intro
Indian Composer.
Places
Work field
Gender
Male
Birth
Age
82 years
The details (from wikipedia)

Biography

ପ୍ରଭୁଦତ୍ତ ପ୍ରଧାନ (୧୧ ନଭେମ୍ବର ୧୯୪୩–୨୮ ମଇ ୨୦୧୮) ଜଣେ ଓଡ଼ିଆ ସଙ୍ଗୀତକାର ଥିଲେ । ତାଙ୍କର ସଙ୍ଗୀତ ନିର୍ଦ୍ଦେଶନା ଭିତରୁ ସେ ଜଣାଶୁଣା ସମ୍ବଲପୁରୀ ଲୋକଗୀତ ରଙ୍ଗବତୀର ସଙ୍ଗୀତ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧିଲାଭ କରିଥିଲେ । ସେ ତିନି ବର୍ଷ ବୟସରେ ନିଜ ବାପାଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୬୯ ମସିହାରେ ସେ ଆକାଶବାଣୀ ସମ୍ବଲପୁର ଷ୍ଟେସନରେ ବାଦ୍ୟଯନ୍ତ୍ର ବାଦନରେ ଯୋଗଦେଇଥିଲେ । ୧୯୭୫ ମସିହାରେ ସେ ରଙ୍ଗବତୀର ସଙ୍ଗୀତ ସଂଯୋଜନା କରିଥିଲେ ।

୨୦୧୮ ମସିହା ମଇ ୨୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ

ପ୍ରଧାନ ୧୯୪୩ ମସିହା ନଭେମ୍ବର ୧୧ରେ ସମ୍ବଲପୁରର ମୁଦିପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା "ପ୍ରଭାସ ଚନ୍ଦ୍ର ପ୍ରଧାନ" । ତାଙ୍କୁ ତିନି ବର୍ଷ ହୋଇଥିବା ବେଳେ ସେ ନିଜ ବାପାଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ମାଟ୍ରିକ ପାସ କଲାପରେ, ସେ ବାରଣାସୀ ଯାଇ, ଗୁରୁ "ଯଦୁନାଥ ସୁପକାର"ଙ୍କଠାରୁ ତବଲାବାଦନ ଶିକ୍ଷା କରିଥିଲେ ।

୨୦୧୮ ମସିହା ମଇ ୨୮ ତାରିଖରେ ସମ୍ବଲପୁରଠାରେ ତାଙ୍କର ୭୫ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ପରିବାରରେ ତାଙ୍କ ବିଧବା ପତ୍ନୀ ଆରତୀ ଓ ଦୁଇ ପୁଅ ଅସୀମ ଓ ଆଶିଷ ଅଛନ୍ତି ।

ପେଶାଗତ ଜୀବନ

ପ୍ରଧାନ ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ବାଦ୍ୟଯନ୍ତ୍ର ଶିଳ୍ପୀଭାବେ ୧୯୫୯ ମସିହାରୁ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଢୋଲ ଓ ମାଦଳ ବଜାଇବାରେ ବିଶେଷ ପାରଙ୍ଗମ ଥିଲେ ।

ନିର୍ଦ୍ଦେଶିତ ଜଣାଶୁଣା ଗୀତ

  • ଡାଲଖାଇରେ
  • ଲେ ଲେ ଲେ ବଉଲ
  • ରଙ୍ଗବତୀ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର
  • ଅରୁନ୍ଧତୀ ସମ୍ମାନ
  • କାଦମ୍ବିନୀ ପୁରସ୍କାର
  • ଜୁହାର ସମ୍ମାନ
  • ଡାଲଖାଇ ସମ୍ମାନ
  • ଓଡ଼ିଶା ଲିଭିଂ ଲିଜେଣ୍ଡ ଆଓ୍ବାର୍ଡ
  • ପଶ୍ଚିମ ଓଡ଼ିଶା ସଂସ୍କୃତି ସମ୍ମାନ
  • ନୂଆଖାଇ ସମ୍ମାନ

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Prabhudatta Pradhan is in following lists
comments so far.
Comments
From our partners
Sponsored
Credits
References and sources
Prabhudatta Pradhan
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes