peoplepill id: patta-nayak
PN
India
2 views today
13 views this week
Patta Nayak
Politician from Odisha, India

Patta Nayak

The basics

Quick Facts

Intro
Politician from Odisha, India
Places
Work field
Gender
Female
Age
74 years
Politics:
Family
The details (from wikipedia)

Biography

ପାଟ୍ଟ ନାୟକ (ଜନ୍ମ: ୨ ଅପ୍ରେଲ ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର ପ୍ରତିନିଧି ଭାବରେ ସକ୍ରିୟ ଥିଲେ । ପାଟ୍ଟ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୯୩ ମସିହାରେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାରେ ସଭ୍ୟ ଥିବା ପାଟ୍ଟଙ୍କ ପତି ତ୍ରିନାଥ ନାୟକ ୧୯୯୨ ମସିହାର ଅକ୍ଟୋବର ମାସ ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟ ପରେ ଏହି ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।


ଜନ୍ମ, ଶିକ୍ଷା ଓ ପରିବାର

ପାଟ୍ଟ ନାୟକ ୧୯୫୦ ମସିହାର ଅପ୍ରେଲ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନବଘନ ନାୟକ । ପାଟ୍ଟ ତ୍ରିନାଥ ନାୟକଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ୬ ଜଣ ଝିଅ ଅଛନ୍ତି । ପାଟ୍ଟଙ୍କର ପତି ତ୍ରିନାଥ ନାୟକ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଜନତା ଦଳର ସଦସ୍ୟ ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ତ୍ରିନାଥ ଜନତା ଦଳର ପ୍ରତିନିଧି ଭାବରେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୭୭ ମସିହାରେ ୭ମ ଓଡ଼ିଶା ବିଧାନ ସଭାକୁ, ୧୯୮୦ ମସିହାରେ ୮ମ ଓଡ଼ିଶା ବିଧାନ ସଭାକୁ ଏବଂ ୧୯୯୦ ମସିହାରେ ୧୦ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରାଜନୈତିକ ଜୀବନ

ପାଟ୍ଟ ନାୟକ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ଓଡ଼ିଶା ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାର ବିଧାୟକ ଥିବା ତ୍ରିନାଥ ନାୟକଙ୍କର ୧୯୯୨ ମସିହାର ଅକ୍ଟୋବର ମାସ ୧୭ ତାରିଖରେ ମୃତ୍ୟୁ ହେବାପରେ ୧୯୯୩ ମସିହାର ମଇ ୧୩ ତାରିଖରେ ସେଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଏହି ଉପ ନିର୍ବାଚନରେ ଜନତା ଦଳର ପ୍ରତିନିଧି ଭାବରେ ପାଟ୍ଟ ନାୟକ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ଉପ ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯ ମଇ ୧୯୯୩ରୁ ୧୯୯୫ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Patta Nayak is in following lists
comments so far.
Comments
From our partners
Sponsored
Credits
References and sources
Patta Nayak
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes