Panchanan Nayak
Quick Facts
Biography
ପଞ୍ଚାନନ ନାୟକ (ଜନ୍ମ: ୭ ଫେବୃଆରୀ ୧୯୭୨) ଜଣେ ଓଡ଼ିଆ ଗୀତିକାର । ସେ ଓଡ଼ିଆ କଥାଚିତ୍ର, ଆଧୁନିକ ଆଲବମ୍ ଆଦିରେ ଅନେକ ଗୀତ ରଚନା କରିଛନ୍ତି । ପଞ୍ଚାନନ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ରଚନା କରିବା ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଲବମ ଜଗତରେ ଗୀତ ଲେଖି ଜଣେ ଗୀତିକାର ଭାବରେ ପ୍ରବେଶ କରିଥିଲେ । ୨୦୦୫ରେ ସେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ କାମ ଆରମ୍ଭ କରିଥିଲେ ।
ପ୍ରାରମ୍ଭିକ ଜୀବନ
ପଞ୍ଚାନନ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକରେ ଜନ୍ମଗ୍ରହଣ କରିଥିଲେ ।
ଗୀତ ରଚନା
ପଞ୍ଚାନନ ନାୟକ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲବମ୍ ଗୀତରେ ଗୀତ ରଚନା କରିଥିଲେ ।
ପରର୍ବତ୍ତୀ ସମୟରେ ସେ ଟୋପାଏ ସିନ୍ଦୂର ଦି ଟୋପା ଲୁହ, ମୁନ୍ନା: ଏ ଲୋଭ୍ ଷ୍ଟୋରୀ, ବନ୍ଦେ ଉତ୍କଳ ଜନନୀ, ପହିଲି ରଜ, ଆସିବୁ କେବେ ତୁ ସାଜି ମୋ ରାଣୀ, ଚୋରି ଚୋରି ମନ ଚୋରି, ଏମିତି ବି ପ୍ରେମ ହୁଏ, ରାଜୁ ଆୱାରା, ସପନର ନାୟିକା ଆଦି କଥାଚିତ୍ରରେ ଗୀତ ରଚନା କରିଥିଲେ ।
କଥାଚିତ୍ରରେ ଗୀତ ରଚନା
ବର୍ଷ | ଚଳଚ୍ଚିତ୍ର |
---|---|
୨୦୦୫ | ତତେ ମୋ ରାଣ |
ଟୋପାଏ ସିନ୍ଦୂର ଦି ଟୋପା ଲୁହ | |
ମୁନ୍ନା: ଏ ଲୋଭ୍ ଷ୍ଟୋରୀ | |
୨୦୦୮ | ବନ୍ଦେ ଉତ୍କଳ ଜନନୀ |
ପହିଲି ରଜ | |
୨୦୧୦ | ଆସିବୁ କେବେ ତୁ ସାଜି ମୋ ରାଣୀ |
ଚୋରି ଚୋରି ମନ ଚୋରି | |
୨୦୧୧ | ଏମିତି ବି ପ୍ରେମ ହୁଏ |
୨୦୧୨ | ରାଜୁ ଆୱାରା |
ଏମିତି ବି ପ୍ରେମ ହୁଏ | |
୨୦୧୩ | ସପନର ନାୟିକା |
୨୦୧୪ | ଖାସ୍ ତୁମରି ପାଇଁ |
ଆଧାର
ବାହାର ଆଧାର
- ପଞ୍ଚାନନ ନାୟକ (ଇଣ୍ଟରନେଟ ମୁଭି ଡାଟାବେସରେ)