Mrutyunjaya Pal
Quick Facts
Biography
ମୃତ୍ୟୁଞ୍ଜୟ ପାଳ (୨୪ ନଭେମ୍ବର ୧୯୨୮ - ୩ ଜୁଲାଇ ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିସା ରାଜନୀତିରେ ଅଖିଳ ଭାରତୀୟ ଗଣ ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ମୃତ୍ୟୁଞ୍ଜୟ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ମୃତ୍ୟୁଞ୍ଜୟ ପାଳ ୧୯୨୮ ମସିହାର ନଭମ୍ବର ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶରତ ଚନ୍ଦ୍ର ମୁନିପାଳ ଓ ପତ୍ନୀଙ୍କ ନାମ ଯୁଗଳ କିଶୋରୀ ଦେବୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।
ରାଜନୈତିକ ଜୀବନ
ମୃତ୍ୟୁଞ୍ଜୟ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣ ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ମୃତ୍ୟୁଞ୍ଜୟ ୨୦୧୧ ମସିହାର ଜୁଲାଇ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।