Manorama Biswal Mohapatra
Quick Facts
Biography
ମନୋରମା ବିଶ୍ୱାଳ ମହାପାତ୍ର (ଜନ୍ମ ୨୭ ନଭେମ୍ବର ୧୯୪୮) ଜଣେ ଓଡ଼ିଆ କବୀ, ଗାଳ୍ପିକା, ଔପନ୍ୟାସିକା ଓ ଶିଶୁସାହିତ୍ୟିକା । ଓଡ଼ିଆ ସାହିତ୍ୟରେ ନାରୀ ଓ ନାରୀପଣକୁ କେନ୍ଦ୍ର କରି ଗଢ଼ିଉଠିଥିବା ଅନେକ ସାହିତ୍ୟ ସେ ତିଆରି କରିଛନ୍ତି ।ନବମ ଶ୍ରେଣୀରେ ପାଠ ପଢୁଥିବା ସମୟରେ, ତାଙ୍କ ରଚିତ ପ୍ରଥମ କବିତା ସଂକଳନ 'କିଶଳୟ' ପ୍ରକାଶ ପାଇଥିଲା ।
ଜୀବନକାଳ
ମନୋରମା ବାଲେଶ୍ୱର ଜିଲ୍ଲାରେ ଥିବା ଜଗାଇ ଗାଁରେ ନଭେମ୍ବର ୨୭, ୧୯୪୮ରେ ଜନ୍ମଗ୍ରହଣ କରିଥିଲେ । ସେ କଲିକତାର ଶାନ୍ତିନିକେତନଠାରେ ଶିକ୍ଷାଲାଭ କରିଥିଲେ । ସେ ଭୁବନେଶ୍ୱରର ବି.ଜେ.ବି ମହାବିଦ୍ୟାଳୟରେ ପ୍ରାଧ୍ୟାପିକା ଭାବରେ କାମ କରିଥିଲେ । ଗୀତିକାର ଭାବରେ ମନୋରମା ବିଶ୍ୱାଳ ମହାପାତ୍ରଙ୍କର 'ଅଧାଲେଖା ଚିଠି' ନାମରେ ଏକ ଆଲବମ ପ୍ରସ୍ତୁତ ହୋଇ ଲୋକପ୍ରିୟ ହୋଇପାରିଛି । ତାଙ୍କ କବିତା ସଙ୍କଳନକୁ ତାମିଲ ଭାଷାରେ ଅନୁବାଦ କରି, ବିଶିଷ୍ଟ ଅନୁବାଦକ ଇନ୍ଦ୍ରନ (ବି. ଜି. ରାଜେନ୍ଦ୍ରନ) ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।ସେ ଗ୍ରୀସରେ ଅନୁଷ୍ଠିତ ବିଶ୍ୱ କବି କଂଗ୍ରେସ ସେମିନାରରେ ଯୋଗଦାନ କରିଛନ୍ତି ।
ରଚନାବଳୀ
ମାନ ସମ୍ମାନ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୯ (ଫାଲଗୁନି ତିଥିର ଝିଅ ନିମନ୍ତେ)
- ଝଙ୍କାର ପୁରସ୍କାର, ୧୯୯୯
- ଗୀତ ତରଙ୍ଗ ସମ୍ମାନ, ୨୦୧୦
ଆଧାର
- ↑ "DR. MANORAMA BISWAL MOHAPATRA". orissadiary.com. Retrieved 26 November 2016.
- ↑ G K Das : Face Book of Oriya Literary Culture . G K Das.
- ↑ http://www.odiamusic.com/Category/CategoryResult.php?first=5&second=Adha%20Lekha%20Chithi
- ↑ http://www.thehindu.com/news/states/tamil-nadu/article3342549.ece?css=print
- ↑ Manorama Biswal Mohapatra. Odisha360.com. Feb 14, 2011
- ↑ http://www.odiasahitya.com/featured/dr-manorama-biswal-mohapatranka-sahita-sakhyatkar/
- ↑ Vat-varsa aye to.. (hindi). Vani Prakashan/Rightbook.in
- ↑ Dr. Manorama biswal Mohapatra. Orissadiary.com
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". orissasahityaakademi.org. Retrieved 26 November 2016.
- ↑ "Manorama Biswal Mohapatra". nuaodisha.com. Retrieved 26 November 2016.
- ↑ http://www.hindu.com/2010/08/02/stories/2010080254690300.htm