peoplepill id: mangalu-charan-biswal
MCB
India
2 views today
2 views this week
Mangalu Charan Biswal
Indian educator

Mangalu Charan Biswal

The basics

Quick Facts

The details (from wikipedia)

Biography

ମଙ୍ଗଳୁ ଚରଣ ବିଶ୍ୱାଳ (୪ ମେ ୧୯୩୫–୧୧ ଜାନୁଆରୀ ୨୦୨୧) ଜଣେ ଭାରତୀୟ ସାହିତ୍ୟିକ ଓ ଶିକ୍ଷକ ଥିଲେ । ସେ ଓଡ଼ିଆ ଓ କୋଶଳୀ ଭାଷାରେ ସାହିତ୍ୟ ରଚନା ନିମନ୍ତେ ଜଣାଶୁଣା ଥିଲେ । ଶିକ୍ଷକତା ବୃତ୍ତିରେ ପାରଦର୍ଶିତା ନିମନ୍ତେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଗଳ୍ପ, କବିତା, ନାଟକ, ଶିଶୁସାହିତ୍ୟ ଆଦି ସାହିତ୍ୟର ବହୁ ବିଭାଗରେ ତାଙ୍କର ଅବଦାନ ରହିଥିଲା ।

ଜୀବନୀ

ମଙ୍ଗଳୁ ଚରଣ ବିଶ୍ୱାଳ ୧୯୩୫ ମସିହା ମେ ୪ ତାରିଖରେ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ପିତାପଲିଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଶ୍ରୀବତ୍ସ ଓ ମାତାଙ୍କ ନାମ ଭଗବତୀ । ୧୯୫୫ ମସିହାରେ ସେ ଶୈଳବାଳା ବିଶ୍ୱାଳଙ୍କୁ ବିବାହ କରିଥିଲେ । ବିବାହ ଉପରାନ୍ତେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୫୬ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ଯୋଗୁ ତାଙ୍କ ଗ୍ରାମ ପାଣିରେ ଲୀନ ହୋଇଥିଲା ଓ ତାଙ୍କ ପରିବାରକୁ ବିସ୍ଥାପିତ ହେବାକୁ ପଡିଥିଲା । ଜଣେ ଶିକ୍ଷକ ଭାବରେ ସେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ଉଚ୍ଚଶିକ୍ଷା ଲାଭ କରିଥିଲେ ମଧ୍ୟ, ସେ ଶିକ୍ଷକତାକୁ ହିଁ ନିଜର ବୃତ୍ତି ଭାବରେ ଜାରି ରଖିଥିଲେ । ୩୮ବର୍ଷର ଶିକ୍ଷକତା ମଧ୍ୟରେ ସେ ଦୁଇଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ୨୦୨୨ ମସିହା ଜାନୁଆରୀ ୧୧ ତାରିଖରେ ତାଙ୍କର, ବାର ଡ଼ୁଙ୍ଗୁରୀସ୍ଥିତ ବାସଭବନରେ ପରଲୋକ ଘଟିଥିଲା ।

ସାହିତ୍ୟ କୃତି

ମଙ୍ଗଳୁ ଚରଣ ୫୬ଟି ପୁସ୍ତକ ନିଜେ ରଚନା କରିଥିଲେ ଓ ୩୫୦ଟି ପୁସ୍ତକର ମୁଖବନ୍ଧ ରଚନା କରିଥିଲେ । ତାଙ୍କର ପ୍ରଥମ କବିତା "ଧୂମାଳ" ୧୯୫୧ ମସିହାରେ କଲିକତାରୁ ପ୍ରକାଶିତ "ଯୁଗଭାରତୀ" ପତ୍ରିକାରେ ପ୍ରକାଶ ପାଇଥିଲା । ସେତେବେଳକୁ ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ସେହିବର୍ଷ ତାଙ୍କର ପ୍ରଥମ କବିତା ସଂକଳନ "ବସନ୍ତ ଆସିଲା ଫେରି" ମଧ୍ୟ ପ୍ରକାଶ ପାଇଥିଲା ।

କବିତା

  • ବସନ୍ତ ଆସିଲା ଫେରି
  • ଦରିଆ ପାରିର କବିତା
  • ବରଫ ଦେଶର କନ୍ୟା
  • ମଗ୍ନ ମାଟିର ମେଖଳା

ଗଳ୍ପ

  • ଅସ୍ତରାଗର କବି
  • ଅଗ୍ନିସମ୍ଭବା
  • ସୁନା ନେଉଳ

ଉପନ୍ୟାସ

  • ଦୂର ବସନ୍ତ

ଶିଶୁ ସାହିତ୍ୟ

  • ଆ'ଲୋ ନିଦ ମାଉସୀ ଆ
  • ଦେଖ କଇଁଚ କାଢିଛି ବେକ
  • ଦେ କଉଡି ଖା ପିଠା
  • କଟକ ଚିନ୍ତା ବାଇମୁଣ୍ଡି କି

ପ୍ରବନ୍ଧ

  • ଚିନ୍ତା ଓ ଚୈତନ୍ୟ

ନାଟକ

  • ଭୁଖା
  • ଉଡଲା ପତର ବୁଡଲା ଡଙ୍ଗା
  • ଲୁରା
  • ସୁନା ନେଉଳ

ଆତ୍ମଜୀବନୀ

  • ହଜିଲା ଦିନ

ଅନୁବାଦ

  • ରୋମର ରୂପସୀ

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Mangalu Charan Biswal is in following lists
comments so far.
Comments
From our partners
Sponsored
Credits
References and sources
Mangalu Charan Biswal
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes