peoplepill id: mamata-dalai
MD
India
3 views today
3 views this week
Mamata Dalai
Indian student

Mamata Dalai

The basics

Quick Facts

Intro
Indian student
Places
Work field
Gender
Female
The details (from wikipedia)

Biography

ଛଅ ବର୍ଷୀୟ ମମତା ଦଳେଇ ୨୦୧୭ ଅପ୍ରେଲ ୬ରେ ତାଙ୍କ ସାତ ବର୍ଷ ବୟସ୍କ ଭଉଣୀ ଅଶାନ୍ତି ଦଳେଇଙ୍କୁ କୁମ୍ଭୀରଠାରୁ ରକ୍ଷା କରିଥିଲେ ।

ଆଦ୍ୟ ଜୀବନ

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲ୍ ଅନ୍ତର୍ଗତ ବଙ୍କୁଆଳ ଗ୍ରାମରେ ମମତା ଦଳେଇ ଜନ୍ମ ହୋଇଥିଲେ । ସେ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ କିସ୍ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ରୀ ।

ସାହସିକ କାର୍ଯ୍ୟ

ଅପ୍ରେଲ୍ ୬, ୨୦୧୭ରେ ପୋଖରୀରେ ଗାଧୋଉଥିବା ସମୟରେ ଛଅ ବର୍ଷୀୟ ମମତା ଅସୀମ ସାହସିକତାର ପ୍ରଦର୍ଶନ ସହ ଏକ ୫ ଫୁଟ୍ କୁମ୍ଭୀର ସହ ଲଢେଇ କରି ନିଜ ବଡ଼ ଭଉଣୀଙ୍କୁ ଉଦ୍ଧାର କରିଥିଲେ । ଅଳ୍ପ ବୟସ ସତ୍ତ୍ୱେ, ସେ ଏକ ବାଉଁଶ ସହାୟତାରେ କୁମ୍ଭୀର ଆଖିକୁ ଆଘାତ ଦେଇ ଅଶାନ୍ତିଙ୍କୁ ରକ୍ଷା କରିଥିଲେ । ଭାରତୀୟ ଶିଶୁ କଲ୍ୟାଣ ସଂଘ ଅନୁସାରେ,"ମମତା, ଅଶାନ୍ତିଙ୍କର ବାମ ହାତକୁ ବଳ ପ୍ରୟୋଗ ପୂର୍ବକ ଧରି ଟାଣିଥିଲେ । ତାଙ୍କର କଠିନ ପ୍ରତିରୋଧ ଓ ଚିତ୍କାର ହେତୁ କୁମ୍ଭୀର, ଅଶାନ୍ତିଙ୍କୁ ଛାଡି ଦେଇଥିଲେ । ପରେ ମମତା ତାଙ୍କୁ ପାଣିରୁ ଟାଣି ଆଣିଥିଲେ ।" ପରେ ଭିତରକନିକା ଜାତୀୟ ଉଦ୍ୟାନର ବନ ବିଭାଗ କର୍ମଚାରୀ, କୁମ୍ଭୀରଟିକୁ ନଦୀରେ ଛାଡି ଦେଇଥିଲେ ।

ପୁରସ୍କାର

  • ୨୦୧୭ ଜାତୀୟ ସାହସିକତା ପୁରସ୍କାର ପାଇଁ ଚୟନ ହୋଇଥିବା ୧୮ ଜଣ (୭ ବାଳିକା) ପିଲାଙ୍କ ମଧ୍ଧ୍ୟରୁ ମମତା ଅନ୍ୟତମ । ସେ ଜାନୁଆରୀ ୨୪, ୨୦୧୮ ତାରିଖରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କଦ୍ୱାରା ସମ୍ମାନିତ ହୋଇଥିଲେ ।
  • ଜାନୁଆରୀ ୨୬, ୨୦୧୮ ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ସମ୍ମାନିତ ହୋଇଥିଲେ ଓ ଏହି ସାହସୀ ପିଲାମାନେ ପ୍ୟାରେଡର ମୁଖ୍ୟ ଆକର୍ଷଣ ଥିଲେ ।
  • ୨୦୧୭ ଅକ୍ଟୋବରରେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ତାଙ୍କୁ ୧୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ଦେବା ସହ, ତାଙ୍କ ଶିକ୍ଷା ପାଇଁ ଉଚିତ୍ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Mamata Dalai is in following lists
comments so far.
Comments
From our partners
Sponsored
Credits
References and sources
Mamata Dalai
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes