Mamata Dalai
Quick Facts
Biography
ଛଅ ବର୍ଷୀୟ ମମତା ଦଳେଇ ୨୦୧୭ ଅପ୍ରେଲ ୬ରେ ତାଙ୍କ ସାତ ବର୍ଷ ବୟସ୍କ ଭଉଣୀ ଅଶାନ୍ତି ଦଳେଇଙ୍କୁ କୁମ୍ଭୀରଠାରୁ ରକ୍ଷା କରିଥିଲେ ।
ଆଦ୍ୟ ଜୀବନ
କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲ୍ ଅନ୍ତର୍ଗତ ବଙ୍କୁଆଳ ଗ୍ରାମରେ ମମତା ଦଳେଇ ଜନ୍ମ ହୋଇଥିଲେ । ସେ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ କିସ୍ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ରୀ ।
ସାହସିକ କାର୍ଯ୍ୟ
ଅପ୍ରେଲ୍ ୬, ୨୦୧୭ରେ ପୋଖରୀରେ ଗାଧୋଉଥିବା ସମୟରେ ଛଅ ବର୍ଷୀୟ ମମତା ଅସୀମ ସାହସିକତାର ପ୍ରଦର୍ଶନ ସହ ଏକ ୫ ଫୁଟ୍ କୁମ୍ଭୀର ସହ ଲଢେଇ କରି ନିଜ ବଡ଼ ଭଉଣୀଙ୍କୁ ଉଦ୍ଧାର କରିଥିଲେ । ଅଳ୍ପ ବୟସ ସତ୍ତ୍ୱେ, ସେ ଏକ ବାଉଁଶ ସହାୟତାରେ କୁମ୍ଭୀର ଆଖିକୁ ଆଘାତ ଦେଇ ଅଶାନ୍ତିଙ୍କୁ ରକ୍ଷା କରିଥିଲେ । ଭାରତୀୟ ଶିଶୁ କଲ୍ୟାଣ ସଂଘ ଅନୁସାରେ,"ମମତା, ଅଶାନ୍ତିଙ୍କର ବାମ ହାତକୁ ବଳ ପ୍ରୟୋଗ ପୂର୍ବକ ଧରି ଟାଣିଥିଲେ । ତାଙ୍କର କଠିନ ପ୍ରତିରୋଧ ଓ ଚିତ୍କାର ହେତୁ କୁମ୍ଭୀର, ଅଶାନ୍ତିଙ୍କୁ ଛାଡି ଦେଇଥିଲେ । ପରେ ମମତା ତାଙ୍କୁ ପାଣିରୁ ଟାଣି ଆଣିଥିଲେ ।" ପରେ ଭିତରକନିକା ଜାତୀୟ ଉଦ୍ୟାନର ବନ ବିଭାଗ କର୍ମଚାରୀ, କୁମ୍ଭୀରଟିକୁ ନଦୀରେ ଛାଡି ଦେଇଥିଲେ ।
ପୁରସ୍କାର
- ୨୦୧୭ ଜାତୀୟ ସାହସିକତା ପୁରସ୍କାର ପାଇଁ ଚୟନ ହୋଇଥିବା ୧୮ ଜଣ (୭ ବାଳିକା) ପିଲାଙ୍କ ମଧ୍ଧ୍ୟରୁ ମମତା ଅନ୍ୟତମ । ସେ ଜାନୁଆରୀ ୨୪, ୨୦୧୮ ତାରିଖରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କଦ୍ୱାରା ସମ୍ମାନିତ ହୋଇଥିଲେ ।
- ଜାନୁଆରୀ ୨୬, ୨୦୧୮ ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ସମ୍ମାନିତ ହୋଇଥିଲେ ଓ ଏହି ସାହସୀ ପିଲାମାନେ ପ୍ୟାରେଡର ମୁଖ୍ୟ ଆକର୍ଷଣ ଥିଲେ ।
- ୨୦୧୭ ଅକ୍ଟୋବରରେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ତାଙ୍କୁ ୧୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ଦେବା ସହ, ତାଙ୍କ ଶିକ୍ଷା ପାଇଁ ଉଚିତ୍ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।