peoplepill id: kunjabihari-tripathy
KT
India
2 views today
2 views this week
Kunjabihari Tripathy
Odia writer, lecturer

Kunjabihari Tripathy

The basics

Quick Facts

Intro
Odia writer, lecturer
A.K.A.
Kunja Bihari Tripathy
Places
Gender
Male
Place of birth
Badamba, Odisha, Cuttack District, Central division, India
Place of death
Cuttack, Cuttack District, Central division, India
Age
89 years
Awards
Sarala Samman
(1988)
The details (from wikipedia)

Biography

କୁଞ୍ଜବିହାରୀ ତ୍ରିପାଠୀ (୪ ସେପ୍ଟେମ୍ବର ୧୯୧୧ - ୧୫ ଜୁନ ୨୦୦୧), ଜଣେ ଓଡ଼ିଆ ଶିକ୍ଷାବିତ ଓ ଭାଷା ଗବେଷକ ଥିଲେ । ସଂସ୍କୃତ ଓ ପାଲି ଭାଷାରେ ମଧ୍ୟ ସେ ଦକ୍ଷ ଥିଲେ ।

ବାଲ୍ୟଜୀବନ ଓ ଶିକ୍ଷା

କୁଞ୍ଜବିହାରୀ ୧୯୧୧ ମସିହା ସେପ୍ଟେମ୍ବର ୪ ତାରିଖ ଦିନ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ପଥୁରିପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବିଦ୍ୟାର୍ଥୀ ଜୀବନ ସୁ-ଗ୍ରାମ ନିକଟସ୍ଥ ବରପୁଟ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା । ସେ ବାଙ୍କୀ ଡମପଡ଼ା ଉଚ୍ଚ ବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏ ପଢ଼ିଥିଲେ । ଏଠାରେ ସେ ପୂର୍ବ ଛାତ୍ରାବାସର ଅନ୍ତେବାସୀ ଥିଲେ । ଛାତ୍ର ଜୀବନରୁ ହିଁ ସେ ଆମିଷ ଭୋଜନ ତ୍ୟାଗ କରିସାରିଥିଲେ । ପାନ ଖାଉଥିଲେ, ଅବଶ୍ୟ ପରେ ପାନଖିଆ ମଧ୍ୟ ଛାଡି ଦେଇଥିଲେ । ପାଟନା ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଓ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ସ୍ନାତକୋତ୍ତର ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ପରେ ସେ ଆଇନ ମଧ୍ୟ ପଢ଼ିଥିଲେ ।

ବୃତ୍ତିଗତ ଜୀବନ

୧୯୩୮ ମସିହାରେ କୁଞ୍ଜବିହାରୀ ରେଭେନ୍ସା ମହାବିଦ୍ୟାଳୟରେ ସଂସ୍କୃତ ବିଭାଗର ଅଧ୍ୟାପକ ଭାବରେ ଚାକିରି ଆରମ୍ଭ କରିଥିଲେ । ତା ପୂର୍ବରୁ ସେ ଓକିଲାତି କରୁଥିଲେ । ସେ ଓଡ଼ିଆ ଅଭିଲେଖ, ଲିପି, ଭାଷା ଆଦିର ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଗବେଷଣାତ୍ମକ ନିବନ୍ଧମାନ ରଚନା କରିଥିଲେ । ୧୯୪୯ ମସିହାରେ ଓଡ଼ିଆ ଭାଷା ଉପରେ ଗବେଷଣା କରିବାକୁ ଲଣ୍ଡନ ବିଶ୍ୱବିଦ୍ୟାଳୟ ଯାଇଥିଲେ । ୧୯୫୩ମସିହାରେ ସେ ପିଏଚଡ଼ି ହାସଲ କରି ସେଠାରୁ ଫେରିଥିଲେ । ତାଙ୍କ ଗବେଷଣାର ସନ୍ଦର୍ଭ ଥିଲା ଦ ଇଭଲ୍ୟୁସନ ଅଫ ଓଡ଼ିଆ ଲାଙ୍ଗୁଏଜ ଆଣ୍ଡ ସ୍କ୍ରିପଟ । ୧୯୬୮ ମସିହାରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ଯୋଗ ଦେଇଥିଲେ । ଓଡ଼ିଆ ଭାଷାର ଇତିହାସ, ଲିପିତତ୍ତ୍ୱ, ଭାଷାତତ୍ତ୍ୱ ଆଦି ବିଷୟରେ ସେ ଆଜୀବନ ଗବେଷଣା କରିଥିଲେ ।

ରଚନାବଳୀ

  • The Origin & Development of Oriya Language
  • ଦ ଇଭଙ୍ଗୁସନ୍ ଅଫ୍ ଓଡ଼ିଆ ଲାଙ୍ଗୁଏଜ୍ ଆଣ୍ଡ ସ୍କ୍ରିପ୍ଟ
  • ଓଡ଼ିଆ ଭାଷା ଓ ଲିପିର ବିବର୍ଭନ
  • ବିଲାତରେ ଓଡ଼ିଆ ପୋଥି
  • ଆମ ଘର ପୋଥି
  • ଓଡ଼ିଆ ଲିପି ତତ୍ତ୍ୱ
  • ପୁଷ୍ଠାଞ୍ଜଳି (କବିତା ସଂକଳନ)
  • ବନ୍ଦଳିକା (କବିତା ସଂକଳନ)

ସମ୍ମାନ ଓ ପୁରସ୍କାର

  • ସାରଳା ସମ୍ମାନ, ୧୯୮୮
  • ସାହିତ୍ୟ ବିଶାରଦ (ପୁରୀ ଗଜପତି ମହାରାଜଙ୍କଦ୍ୱାରା ପ୍ରଦତ୍ତ)

୨୦୦୧ ମସିହା ଜୁନ ୧୫ତାରିଖରେ କଟକ ପ୍ରଫେସରପଡ଼ାସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଥିଲା ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Kunjabihari Tripathy is in following lists
comments so far.
Comments
From our partners
Sponsored
Credits
References and sources
Kunjabihari Tripathy
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes