peoplepill id: kartik-mahapatra
KM
India
2 views today
2 views this week
Kartik Mahapatra
Politician from Odisha, India

Kartik Mahapatra

The basics

Quick Facts

The details (from wikipedia)

Biography

କାର୍ତ୍ତିକ ମହାପାତ୍ର (୨ ଜୁନ ୧୯୫୨ - ୧୨ ଜୁଲାଇ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । କାର୍ତ୍ତିକ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦, ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର

କାର୍ତ୍ତିକ ମହାପାତ୍ର ୧୯୫୨ ମସିହାର ଜୁନ ମାସ ୨ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗମୋହନ ମହାପାତ୍ର । ସେ କଳାରେ ସ୍ନାତକ କରିଥିଲେ । କାର୍ତ୍ତିକ ଇନ୍ଦୁରାଣୀ ମହାପାତ୍ରଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ତିନୋଟି ଝିଅ ଅଛନ୍ତି । ତାଙ୍କ ପତ୍ନୀ ଇନ୍ଦୁମଣି ୧୯୯୬ ମସିହାରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରାଜନୈତିକ ଜୀବନ

କାର୍ତ୍ତିକ ସୋରର ଉପେନ୍ଦ୍ର ନାରାୟଣ କଲେଜରେ ପଢ଼ୁଥିବାବେଳେ ୧୯୭୧ ମସିହାରେ ସଭାପତି ଥିଲେ । ୧୯୭୨ ମସିହାରେ ସେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ ଏବଂ ପରେ ୧୯୮୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୧୯୮୩ ମସିହାରୁ ୧୯୮୪ ଯାଏଁ ସେ ସରପଞ୍ଚ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ୧୯୮୪ ମସିହାରୁ ୧୯୯୦ ମସିହାଯାଏଁ ସେ ସୋର ପଞ୍ଚାୟତ ସମିତିର ଅଧକ୍ଷ ଥିଲେ ।

୧୯୯୦, ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନଗୁଡ଼ିକରେ ସେ ବିଜୟୀ ହୋଇ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୧୯୯୬ ମସିହାରେ କାର୍ତ୍ତିକ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ । ୧୪ ଜାନୁଆରୀ ୧୯୯୬ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସରକାରରେ ସେ ରାଜସ୍ୱ ମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୧୦ ଜୁନ ୧୯୯୬ ଯାଏଁ ସେ ଏହି ପଦରେ ରହି କାର୍ଯ୍ୟ କରିଥିଲେ ।

୧୯୯୬ ମସିହାରେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ

କାର୍ତ୍ତିକ ୨୦୧୫ ମସିହାର ଜୁଲାଇ ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ୧୮ ଅଗଷ୍ଟ ୨୦୧୫ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ସଭାର ଆୟୋଜନ କରାଯାଇଥିଲା ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Kartik Mahapatra is in following lists
comments so far.
Comments
From our partners
Sponsored
Credits
References and sources
Kartik Mahapatra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes