peoplepill id: kailash-lenka
KL
India
2 views today
3 views this week
Kailash Lenka
Indian Odia-language writer, literary orgaiser and advocate

Kailash Lenka

The basics

Quick Facts

Intro
Indian Odia-language writer, literary orgaiser and advocate
Places
Work field
Gender
Male
Religion(s):
Age
87 years
Family
The details (from wikipedia)

Biography

କୈଳାଶ ଲେଙ୍କା (୧୭ ସେପ୍ଟେମ୍ବର ୧୯୩୭–୨ ଡିସେମ୍ବର ୨୦୦୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ, ସାହିତ୍ୟ ସଂଗଠକ ଓ ଓକିଲ ଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଥିଲେ । ସେ ଟାଙ୍ଗୀ-ଚୌଦ୍ୱାର ନିର୍ବାଚନମଣ୍ଡଳୀରୁ ୧୯୭୧ ସାଧାରଣ ନିର୍ବାଚନରେ କାହ୍ନୁ ଚରଣ ଲେଙ୍କା ଓ ବିଜୁ ପଟ୍ଟନାୟକଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ । ୬୦-୭୦ ଦଶକରେ ଙ-ଞ୍ଜ-ଌ ପ୍ରକାଶନରେ ମୁଖ୍ୟ ଭୂମିକା ନିଭାଇଥିଲେ । ଏହା ବ୍ୟତୀତ ସେ ବିନ୍ଦୁ ବିସର୍ଗ ପତ୍ରିକା ପ୍ରକାଶ କରିଥିଲେ । ପୁରୀରୁ ଆରମ୍ଭ ଅନାମ ଅନ୍ଦୋଳନର ସେ ଯୋଗଦେଇଥିଲେ ।

ଜୀବନୀ

କୈଳାଶ ଲେଙ୍କା ୧୯୩୬ ମସିହାରେ କଟକ ଜିଲ୍ଲାର ମୁକୁନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋପବନ୍ଧୁ ଲେଙ୍କା ଓ ମାତାଙ୍କ ନାମ ଅନ୍ନପୂର୍ଣ୍ଣା ଲେଙ୍କା ଥିଲା । ସେ ୧୯୫୪ରେ କଟକ ଜିଲ୍ଲାର ଟାଙ୍ଗୀ ବିଦ୍ୟାପୀଠରୁ ମାଟ୍ରିକ୍, ୧୯୫୮ରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ପଢ଼ିଥିଲେ । ଛାତ୍ରାବସ୍ଥାରୁ ସେ ସାହିତ୍ୟ, ରାଜନୀତି ଓ ସମାଜସେବାରେ ସକ୍ରିୟ ଭାବେ ଜଡ଼ିତ ଥିଲେ । ୧୯୫୬ରେ ରେଭେନ୍ସାର ଦିବାଧ୍ୟାୟୀ ଛାତ୍ର ସଂସଦର ସମ୍ପାଦକ, ୧୯୫୭ରେ କଟକରେ ରବିବାସରୀୟ ସାହିତ୍ୟ ସଂସଦର ସେ ପ୍ରତିଷ୍ଠାତା ଅଧ୍ୟକ୍ଷ, ୧୯୬୪ରେ ଓଡ଼ିଆ ଯୁବ ଲେଖକ ସମ୍ମେଳନ ସଭାପତି ଥିଲେ । ୧୯୬୦ ମସିହାରେ କଲିକତା ପ୍ରେସିଡେନ୍ସି କଲେଜରୁ ଆଧୁନିକ ଇତିହାସରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ୧୯୬୫ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ପଢ଼ିଥିଲେ । ସେତେବେଳେ ସେ ସେଠାକାର ସିନେଟ ଓ ଏକାଡେମିକ କାଉନସିଲର ସଦସ୍ୟ ଥିଲେ । ଉଚ୍ଚଶିକ୍ଷା ପରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଥିଲେ ।

ରଚନାବଳୀ

  • ପ୍ରଥମ ପୁଷ୍ପ (୧୯୫୮, ଗଳ୍ପ)
  • ନେତା ଓ ନେତୃତ୍ୱ (୧୯୮୦)
  • ରାଜନୈତିକ ରଣସଜ୍ଜା (୧୯୮୦)
  • ଶ୍ରୀକ୍ଷେତ୍ର (୧୯୮୭, କବିତା)
  • ଶକୁନି (୧୯୮୭, ପ୍ରତୀକାତ୍ମକ କାବ୍ୟ)
  • କୈଳାଶ ଲେଙ୍କାଙ୍କ କବିତା (୨୦୦୪, ମୃତ୍ୟୁ ପରେ ପ୍ରକାଶିତ)
  • କେତେ ରାସ୍ତା ଆନନ୍ଦ ମଠକୁ (କବିତା))
  • ଓଲଟ ବୃକ୍ଷ (ଗଳ୍ପ))
  • କାଠ ବେଙ୍ଗ କାଠର ବେଙ୍ଗୁଲୀ (ଗଳ୍ପ)

ସମ୍ମାନ ଓ ପୁରସ୍କାର

  • ମାତୃଭୂମି ସାହିତ୍ୟ ସମ୍ମାନ
  • କବି ଜ୍ଞାନୀନ୍ଦ୍ର ବର୍ମା ସମ୍ମାନ
  • ଗୋକର୍ଣ୍ଣିକା ସମ୍ମାନ
  • ଚଲାପଥ ସମ୍ମାନ
  • ଆଗାମୀ ଶତାବ୍ଦୀର ସାରସ୍ୱତ ସମ୍ମାନ

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Kailash Lenka is in following lists
comments so far.
Comments
From our partners
Sponsored
Credits
References and sources
Kailash Lenka
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes