peoplepill id: jhililata-sena
JS
India
6 views today
6 views this week
Jhililata Sena
Indian volleyball player

Jhililata Sena

The basics

Quick Facts

Intro
Indian volleyball player
Places
Work field
Gender
Female
The details (from wikipedia)

Biography

ଝିଲିଲତା ସେଣ ( ଜନ୍ମ : ୦୧ ଜୁଲାଇ ୧୯୮୭ ) ଜଣେ ଓଡ଼ିଆ ଭଲିବଲ ଖେଳାଳି । ଆନ୍ତର୍ଜାତୀୟକ ସ୍ତରରେ ଭଲିବଲ ଖେଳିବାରେ ସେ ପ୍ରଥମ ଓଡ଼ିଆ ମହିଳା । ତାଙ୍କୁ ଭଲିବଲର ଅଲରାଉଣ୍ଡର ଖେଳାଳି କୁହାଯାଏ, କାରଣ ସେ ଉଭୟ ଆକ୍ରମଣାତ୍ମକ ଓ ରକ୍ଷଣଶୀଳ ଖେଳରେ ପାରଙ୍ଗମ । ସେ ଓଡ଼ିଶା, ପୂର୍ବ ରେଲବାଈ ଓ ଭାରତ ତରଫରୁ ଭଲିବଲ ଖେଳନ୍ତି ।

ଭଲିବଲ ଖେଳ

ଝିଲିଲତା ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭିଣୋଇ ଗଦାଧର ବାରିକ ଜଣେ ସନ୍ତରଣ ପ୍ରଶିକ୍ଷକ । ତାଙ୍କରି ପ୍ରୋତ୍ସାହନରେ ଝିଲିଲତା ଭଲିବଲ ଖେଳିବା ଆରମ୍ଭ କରିଥିଲେ । ୧୯୯୮ ମସିହାରେ ଭଲିବଲ ଖେଳରେ ପ୍ରଶିକ୍ଷଣ ନେବା ପାଇଁ ସେ ରାଜ୍ୟ ସ୍ପୋର୍ଟସ ହଷ୍ଟେଲରେ ଯୋଗଦେଇଥିଲେ । କୋଚ ଉଷାରାଣୀ ମହାନ୍ତିଙ୍କ ଅଧିନରେ ସେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

ଅଂଶଗ୍ରହଣ କରିଥିବା ପ୍ରମୁଖ ଭଲିବଲ ଚାମ୍ପିୟନସିପ

ଆନ୍ତର୍ଜାତୀକ

  • ୧୪ଶ ଏସୀୟ ମହିଳା ଚାମ୍ପିୟନସିପ, ଭିଏତନାମ - ୨୦୦୯
  • ୧୦ମ ଦକ୍ଷିଣ ଏସୀୟ ଚାମ୍ପିୟନସିପ, ଶ୍ରୀଲଙ୍କା - ୨୦୦୬ (ସ୍ୱର୍ଣ୍ଣ ପଦକ)
  • ୧୩ଶ ପ୍ରିନସେସ କପ ମହିଳା ଚାମ୍ପିୟନସିପ, ଥାଇଲାଣ୍ଡ - ୨୦୦୬
  • ୧୩ଶ ୟାଲୁକପ ଆନ୍ତର୍ଜାତୀକ ମହିଳା ଚାମ୍ପିୟନସିପ, ଚିନ - ୨୦୦୫
  • ୩ୟ ଆନ୍ତର୍ଜାତୀକ ବାଳ ଗେମ୍ସ, ଋଷିଆ - ୨୦୦୪ (ରୌପ୍ୟ ପଦକ)
  • ୧୨ଶ ଏସୀୟ ମହିଳା ଜୁନିୟର ଚାମ୍ପିୟନସିପ, ଶ୍ରୀଲଙ୍କା - ୨୦୦୪
  • ୪ଥ ଏସୀୟ ବାଳିକା ଚାମ୍ପିୟନସିପ, ଥାଇଲାଣ୍ଡ - ୨୦୦୩
  • ୧୧ଶ ଏସୀୟ ମହିଳା ଜୁନିୟର ଚାମ୍ପିୟନସିପ, ଭିଏତନାମ - ୨୦୦୨

ଜାତୀୟ

  • ସିନିୟର ନେସନାଲ ଚାମ୍ପିୟନସିପ - ୨୦୦୬,୨୦୦୭,୨୦୦୯,୨୦୧୦(ସ୍ୱର୍ଣ୍ଣ ପଦକ), ୨୦୦୮(ରୌପ୍ୟ ପଦକ)
  • ଜାତୀୟ ଭଲିବଲ ଚାମ୍ପିୟନସିପରେ ଓଡ଼ିଶାର ପ୍ରତିନିଧିତ୍ୱ - ୨୦୦୦ରୁ ୨୦୦୫
  • ଜାତୀୟ ଯୁବ ଭଲିବଲ ଚାମ୍ପିୟନସିପରେ ଓଡ଼ିଶାର ପ୍ରତିନିଧିତ୍ୱ - ୨୦୦୨ ଓ ୨୦୦୩

ବ୍ୟକ୍ତିଗତ ଜୀବନ

ଝିଲିଲତା ୧୯୮୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୈତୃକ ଗ୍ରାମ ପୁରୀ ଜିଲ୍ଲାର ସରୋଭା । ତାଙ୍କ ପିତାଙ୍କ ନାମ ଦିବାକର ସେଣ । ତାଙ୍କ ଭାଇଙ୍କ ନାମ ଶିବାନନ୍ଦ ସେଣ । ସେ ସତ୍ୟଜୀତ ମୁଦୁଲିଙ୍କୁ ବିବାହ କରିଛନ୍ତି ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Jhililata Sena is in following lists
comments so far.
Comments
From our partners
Sponsored
Credits
References and sources
Jhililata Sena
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes