peoplepill id: jhililata-sena
Indian volleyball player
Jhililata Sena
The basics
Quick Facts
The details (from wikipedia)
Biography
ଝିଲିଲତା ସେଣ ( ଜନ୍ମ : ୦୧ ଜୁଲାଇ ୧୯୮୭ ) ଜଣେ ଓଡ଼ିଆ ଭଲିବଲ ଖେଳାଳି । ଆନ୍ତର୍ଜାତୀୟକ ସ୍ତରରେ ଭଲିବଲ ଖେଳିବାରେ ସେ ପ୍ରଥମ ଓଡ଼ିଆ ମହିଳା । ତାଙ୍କୁ ଭଲିବଲର ଅଲରାଉଣ୍ଡର ଖେଳାଳି କୁହାଯାଏ, କାରଣ ସେ ଉଭୟ ଆକ୍ରମଣାତ୍ମକ ଓ ରକ୍ଷଣଶୀଳ ଖେଳରେ ପାରଙ୍ଗମ । ସେ ଓଡ଼ିଶା, ପୂର୍ବ ରେଲବାଈ ଓ ଭାରତ ତରଫରୁ ଭଲିବଲ ଖେଳନ୍ତି ।
ଭଲିବଲ ଖେଳ
ଝିଲିଲତା ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭିଣୋଇ ଗଦାଧର ବାରିକ ଜଣେ ସନ୍ତରଣ ପ୍ରଶିକ୍ଷକ । ତାଙ୍କରି ପ୍ରୋତ୍ସାହନରେ ଝିଲିଲତା ଭଲିବଲ ଖେଳିବା ଆରମ୍ଭ କରିଥିଲେ । ୧୯୯୮ ମସିହାରେ ଭଲିବଲ ଖେଳରେ ପ୍ରଶିକ୍ଷଣ ନେବା ପାଇଁ ସେ ରାଜ୍ୟ ସ୍ପୋର୍ଟସ ହଷ୍ଟେଲରେ ଯୋଗଦେଇଥିଲେ । କୋଚ ଉଷାରାଣୀ ମହାନ୍ତିଙ୍କ ଅଧିନରେ ସେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।
ଅଂଶଗ୍ରହଣ କରିଥିବା ପ୍ରମୁଖ ଭଲିବଲ ଚାମ୍ପିୟନସିପ
ଆନ୍ତର୍ଜାତୀକ
- ୧୪ଶ ଏସୀୟ ମହିଳା ଚାମ୍ପିୟନସିପ, ଭିଏତନାମ - ୨୦୦୯
- ୧୦ମ ଦକ୍ଷିଣ ଏସୀୟ ଚାମ୍ପିୟନସିପ, ଶ୍ରୀଲଙ୍କା - ୨୦୦୬ (ସ୍ୱର୍ଣ୍ଣ ପଦକ)
- ୧୩ଶ ପ୍ରିନସେସ କପ ମହିଳା ଚାମ୍ପିୟନସିପ, ଥାଇଲାଣ୍ଡ - ୨୦୦୬
- ୧୩ଶ ୟାଲୁକପ ଆନ୍ତର୍ଜାତୀକ ମହିଳା ଚାମ୍ପିୟନସିପ, ଚିନ - ୨୦୦୫
- ୩ୟ ଆନ୍ତର୍ଜାତୀକ ବାଳ ଗେମ୍ସ, ଋଷିଆ - ୨୦୦୪ (ରୌପ୍ୟ ପଦକ)
- ୧୨ଶ ଏସୀୟ ମହିଳା ଜୁନିୟର ଚାମ୍ପିୟନସିପ, ଶ୍ରୀଲଙ୍କା - ୨୦୦୪
- ୪ଥ ଏସୀୟ ବାଳିକା ଚାମ୍ପିୟନସିପ, ଥାଇଲାଣ୍ଡ - ୨୦୦୩
- ୧୧ଶ ଏସୀୟ ମହିଳା ଜୁନିୟର ଚାମ୍ପିୟନସିପ, ଭିଏତନାମ - ୨୦୦୨
ଜାତୀୟ
- ସିନିୟର ନେସନାଲ ଚାମ୍ପିୟନସିପ - ୨୦୦୬,୨୦୦୭,୨୦୦୯,୨୦୧୦(ସ୍ୱର୍ଣ୍ଣ ପଦକ), ୨୦୦୮(ରୌପ୍ୟ ପଦକ)
- ଜାତୀୟ ଭଲିବଲ ଚାମ୍ପିୟନସିପରେ ଓଡ଼ିଶାର ପ୍ରତିନିଧିତ୍ୱ - ୨୦୦୦ରୁ ୨୦୦୫
- ଜାତୀୟ ଯୁବ ଭଲିବଲ ଚାମ୍ପିୟନସିପରେ ଓଡ଼ିଶାର ପ୍ରତିନିଧିତ୍ୱ - ୨୦୦୨ ଓ ୨୦୦୩
ବ୍ୟକ୍ତିଗତ ଜୀବନ
ଝିଲିଲତା ୧୯୮୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୈତୃକ ଗ୍ରାମ ପୁରୀ ଜିଲ୍ଲାର ସରୋଭା । ତାଙ୍କ ପିତାଙ୍କ ନାମ ଦିବାକର ସେଣ । ତାଙ୍କ ଭାଇଙ୍କ ନାମ ଶିବାନନ୍ଦ ସେଣ । ସେ ସତ୍ୟଜୀତ ମୁଦୁଲିଙ୍କୁ ବିବାହ କରିଛନ୍ତି ।
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Jhililata Sena is in following lists
By field of work
By work and/or country
comments so far.
Comments
Credits
References and sources
Jhililata Sena