peoplepill id: jalandhar-dev
JD
India
3 views today
3 views this week
Jalandhar Dev
Odia writer

Jalandhar Dev

The basics

Quick Facts

Intro
Odia writer
A.K.A.
Jalandhara Deba
Places
Work field
Gender
Male
Place of birth
Debagarh district, India
Age
80 years
The details (from wikipedia)

Biography

ଜଳନ୍ଧର ଦେବ (୧୮୭୩-୧୯୫୨) ଓଡ଼ିଶାର ଦେବଗଡ଼ ଜିଲାରେ ଜନ୍ମିତ ଜଣେ ସାହିତ୍ୟିକ ଥିଲେ । ସେ ବହୁ ପ୍ରବନ୍ଧ, ଗଳ୍ପ, ନାଟକ, କବିତା ଓ କାହାଣୀ ରଚନା କରି ଆଧୁନିକ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାକୁ ସେ ଉଦ୍ୟମ କରିଥିଲେ ।

ଜଳନ୍ଧର ଦେବ ୧୭୭୨ମସିହା ଅକ୍ଟୋବର ୧୫ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ, ବାମଣ୍ଡାର ରାଜା ବାସୁଦେବ ସୁଢଳ ଦେବଙ୍କ ସମ୍ପର୍କୀୟ ଭାଇ ଥିଲେ । ଶୈଶବରୁ ମାତୃହରା ଜଳନ୍ଧରଙ୍କର ଲାଳନପାଳନ କରିଥିଲେ, ବାମଣ୍ଡାର ରାଜମାତା । ସୁଢଳ ଦେବଙ୍କ ପୁତ୍ର ସଚ୍ଚିଦାନନ୍ଦ ଓ ଜଳନ୍ଧର ସହପାଠୀ ଥିଲେ ।ଜଳନ୍ଧର ଦେବ ବାମଣ୍ଡା ଛାତ୍ର ଆନ୍ଦୋଳନର ପ୍ରଥମ ସମ୍ପାଦକ ଥିଲେ ଓ ସଚ୍ଚିଦାନନ୍ଦ ଦେବ ସଭାପତି ଥିଲେ । ୧୯୦୩ ମସିହାରେ ସଚ୍ଚିଦାନନ୍ଦ ଦେବ ସିଂହାସନରେ ବସିବାପରେ ଜଳନ୍ଧରଙ୍କୁ ଦେବାନ ଦାୟିତ୍ୱ ଅର୍ପଣ କରିଥିଲେ । ପ୍ରଶାସନିକ କାର୍ଯ୍ୟ ସହିତ ଜଳନ୍ଧର ଆଜୀବନ ସାହିତ୍ୟ ସାଧନାରେ ବ୍ରତି ରହିଥିଲେ ।

ସାହିତ୍ୟ ସାଧନା

ଜଳନ୍ଧର ଦେବ, ୩୦ଟି ପ୍ରବନ୍ଧ, ୧୨ଟି ଗଳ୍ପ, ଗୋଟିଏ ନାଟକ, ଦୁଇଟି ଏକାଙ୍କିକା, କିଛି କବିତା ଓ ଭ୍ରମଣ କାହାଣୀ ରଚନା କରିଥିଲେ । ବିଭିନ୍ନ ପତ୍ରିକା ସହ ସଂଶ୍ଳିଷ୍ଟ ରହିଥିଲେ ଓ ସମ୍ପାଦନା ମଧ୍ୟ କରିଥିଲେ ।

ରଚନାବଳି

ଗଳ୍ପ

  • ଗୌରୀ ଓ କାହ୍ନୁ
  • ଅତିଥି ସତ୍କାର
  • ଅଶ୍ରୁଧାରା
  • ବିବାହ ଭୋଜି
  • ଜଳନ୍ଧର ରଚନବଳୀ

ସମ୍ପାଦନା

  • 'ଆଲୋଚନା'
  • 'ଶଙ୍ଖ'

ପ୍ରବନ୍ଧ

  • ବିବାହ ବିଚାର - ୧୯୨୮
  • ବେଦ ଓ ହିନ୍ଦୁଧର୍ମ - ୧୯୫୨
  • ବର୍ଣ୍ଣ ଓ ଜାତୀୟତା
  • ଭାଗବତ ଗୀତା

ଭ୍ରମଣ କାହାଣୀ

  • ଡାଏରୀର କିୟଦଂଶ - ୧୯୫୨

ନାଟକ

  • ଉଦୟ ସଂଘ - ୧୯୩୪

କବିତା

  • ମେଘ ଭାବନା - ୧୯୩୪
  • ଅସ୍ପୃଶ୍ୟ - ୧୯୩୪


ମାନ ସମ୍ମାନ

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Jalandhar Dev is in following lists
comments so far.
Comments
From our partners
Sponsored
Credits
References and sources
Jalandhar Dev
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes