Harihar Singh Mardaraj Bhramarabara Roy
Quick Facts
Biography
ଭ୍ରମରବର ରାୟ (୨୬ ଅଗଷ୍ଟ ୧୯୧୪ - ୬ ସେପ୍ଟେମ୍ବର ୧୯୭୭) ଖଣ୍ଡପଡ଼ାର ଶେଷ ସ୍ୱାଧୀନ ରାଜା ଥିଲେ ଏବଂ ଓଡ଼ିଶା ରାଜନୀତିରେ ଜଣେ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଭ୍ରମରବର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ଭ୍ରମରବର ରାୟ ୧୯୧୪ ମସିହାର ଅଗଷ୍ଟ ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମଚନ୍ଦ୍ର ସିଂହ ଏବଂ ପତ୍ନୀଙ୍କ ନାମ ଏସ୍. ଏମ୍. ଦେବୀ । ତାଙ୍କ ପୁଅ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ ମଧ୍ୟ ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ଓଡ଼ିଶା ବିଧାନ ସଭାରେ ତିନିଥର ବିଧାୟକ ଭାବରେ ଏବଂ ଦୁଇଥର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଭ୍ରମରବରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ଡିପ୍ଲୋମା । ଭ୍ରମରବର ୧୯୨୨ରେ ସିଂହାସନ ଅଧିକାର କରିିଥିଲେ, ଯାହାଙ୍କ ରାଜ୍ୟର ରାଜାଙ୍କ ଚିହ୍ନ ବାଘମୁଣ୍ଡ ।
ରାଜନୈତିକ ଜୀବନ
ଭ୍ରମରବର ରାୟ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ଭ୍ରମରବର ୧୯୬୧ ମସିହାରୁ ୧୯୬୫ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ଭ୍ରମରବର ରାୟ ୧୯୭୭ ମସିହାର ସେପ୍ଟେମ୍ବର ମାସ ୬ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।