Guruprasad Mohanty
Quick Facts
Biography
ଗୁରୁପ୍ରସାଦ ମହାନ୍ତି (୧୮ ଅକ୍ଟୋବର ୧୯୩୮-୫ ସେପ୍ଟେମ୍ବର ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକ ଓ ପ୍ରଶାସକ ଥିଲେ ।ସେ ଉତ୍କଳ ସମ୍ମିଳନୀ ଓ ଲେଖକ ସହଯୋଗ ସମିତିର ପୂର୍ବତନ ସଭାପତି ଭାବେ କାର୍ଯ୍ୟ କରିଥିଲେ । ସେ ଅନେକ କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ଭ୍ରମଣକାହାଣୀ, ପ୍ରବନ୍ଧ ରଚନା କରିଥିଲେ । ତାଙ୍କର ଅନେକ ଲେଖା ମଧ୍ୟରୁ ଭ୍ରମଣ ସାହିତ୍ୟ ଦୂର ସୀମାନ୍ତର ପାରେ ଓ ପାତାଳପୁରୀର ହାଲଚାଲ ଆଦି ଅନ୍ୟତମ । ଭ୍ରମଣ କାହାଣୀ ‘ପାତାଳପୁରୀ’ର ହାଲଚାଲ ପାଇଁ ଗୁରୁପ୍ରସାଦ ୧୯୯୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
ଜୀବନୀ
ଗୁରୁପ୍ରସାଦ ମହାନ୍ତି ୧୯୩୮ ଅକ୍ଟୋବର ୧୮ତାରିଖରେ ଜଗତସିଂହପୁରର ଆଳିପିଙ୍ଗଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।}}</ref> ବାପାଙ୍କ ନାମ ରାମଚନ୍ଦ୍ର ମହାନ୍ତି ଓ ମା’ଙ୍କ ନାମ ଅଧରମଣି ମହାନ୍ତି । ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏସ.ସି. ପଢ଼ିଥିବା ଗୁରୁପ୍ରସାଦ ଆମେରିକାର ଓହିଓ ବିଶ୍ୱବିଦ୍ୟାଳୟରୁ ଦୁଗ୍ଧବିଜ୍ଞାନ ଓ ପଶୁଖାଦ୍ୟ ଉପରେ ସ୍ନାତକୋତ୍ତର ଡିଗ୍ରି ଲାଭ କରିବା ସହ ଉଚ୍ଚତ୍ତର ଗବେଷଣା କରି ସାଉଥ ଡାକୋଟା ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ପାଇଥିଲେ । ଗୁରୁପ୍ରସାଦ ୧୯୮୪ରେ ଓଡ଼ିଶାରେ କୁକୁଡା ପାଳନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ‘ଓପୋଲଫେଡ୍’ ସୃଷ୍ଟି କରିବା ସହିତ ତାର ପ୍ରଥମ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ୨୦୨୨ ସେପ୍ଟେମ୍ବର ୫ତାରିଖ ଭୋର ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁଲାଭ କରିଥିଲେ ।
ରଚନାବଳୀ
ଗୁରୁପ୍ରସାଦ ସନାତନ ଗୋସ୍ୱାମୀକୃତ ମୂଳସଂସ୍କୃତ ‘ବୃହତ ଭାଗବତାମୃତ’କୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ । ବୃତ୍ତିଗତ ଅଭିଜ୍ଞତା ଆଧାରରେ ସେ ପଶୁପାଳନ କ୍ଷେତ୍ରରେ ଅନେକ ପୁସ୍ତକ ରଚନା କରିଛନ୍ତି ।
ପୁରସ୍କାର ଓ ସମ୍ମାନ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୦ ପୁରସ୍କାର
- ଆମେରିକା ବିଶ୍ୱବିଦ୍ୟାଳୟରୁ ଫାଇ କାପ୍ପା ଫାଇ (ΦΚΦ) ପୁରସ୍କାର
- ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ, ୨୦୧୪ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)
- ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସମ୍ମାନ, ୨୦୦୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଜୀବନରଙ୍ଗ ସମ୍ମାନ
- ଉତ୍କଳକଳା ପରିଷଦ ସମ୍ମାନ
- ପ୍ରଦ୍ୟୁମ୍ନ ବଳ ସ୍ମୃତି ସମ୍ମାନ