Govind Pradhan
Quick Facts
Biography
ଗୋବିନ୍ଦ ପ୍ରଧାନ (ମୃତ୍ୟୁ: ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ସେ ଆସିକା-ସୁରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ ଓ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାପୁର ଓ ଭଞ୍ଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ଗୋବିନ୍ଦ ପ୍ରଧାନଙ୍କ ବାପାଙ୍କ ନାମ ବଳରାମ ପ୍ରଧାନ ଓ ପତ୍ନୀଙ୍କ ନାମ ଆଶାଲତା ପ୍ରଧାନ ।
ରାଜନୈତିକ ଜୀବନ
ଗୋବିନ୍ଦ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ ଏବଂ ସ୍ୱାଧୀନତା ପରେ ଦୁଇଥର କାର୍ଯ୍ୟ କରିଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୩୭ | ୧୯୪୬ | ସଭ୍ୟ, ସ୍ୱାଧୀନତା ପୂର୍ବରୁ ୧ମ ଓଡ଼ିଶା ବିଧାନ ସଭା | ଆସିକା-ସୁରଡ଼ା | ଭାରତୀୟ ଜାତୀୟ କଂଗ୍ରେସ |
୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | ପଟ୍ଟାପୁର | ଭାରତୀୟ ଜାତୀୟ କଂଗ୍ରେସ |
୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ଭଞ୍ଜନଗର | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ
ଗୋବିନ୍ଦ ୧୯୮୦ ମସିହାରେ ମୃତ୍ୟୁବରଣ କରିଥିଲେ ।