Gokulanand Praharaj
Quick Facts
Biography
ଗୋକୁଳାନନ୍ଦ ପ୍ରହରାଜ (୭ ମଇ ୧୯୨୧ - ୨୬ ଅଗଷ୍ଟ ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଗୋକୁଳାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୬୧ ଓ ୧୯୭୧ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୩ୟ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ଗୋକୁଳାନନ୍ଦ ପ୍ରହରାଜ ୧୯୨୧ ମସିହାର ମଇ ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୌରାଙ୍ଗ ସାମନ୍ତରାୟ ଏବଂ ପତ୍ନୀଙ୍କ ନାମ ରୁକୁଣାବତୀ ପ୍ରହରାଜ । ଗୋକୁଳାନନ୍ଦଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଥିଲା ।
ରାଜନୈତିକ ଜୀବନ
ଗୋକୁଳାନନ୍ଦ ପ୍ରହରାଜ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସ, ଭାରତୀୟ ଜାତୀୟ କଂଗ୍ରେସ ଏବଂ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ଗୋକୁଳାନନ୍ଦ ପ୍ରହରାଜ ୨୦୦୫ ମସିହାର ଅଗଷ୍ଟ ମାସ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।