peoplepill id: gauracharan-adhikari
GA
India
6 views today
6 views this week
Gauracharan Adhikari
Indian poet

Gauracharan Adhikari

The basics

Quick Facts

Intro
Indian poet
Places
was
Work field
Gender
Male
Birth
Death
Age
76 years
The details (from wikipedia)

Biography

ଗୌରଚରଣ ଅଧିକାରୀ ଓଡ଼ିଶାର ଜଣେ ପ୍ରାଚୀନ କବି । ସେ ଅନେକ ଭକ୍ତି ସଙ୍ଗୀତ ଓ ଚଉପଦୀ, ସଂକୀର୍ତ୍ତନ, ବୋଲି, ଚଉତିଶା ଓ ଗ୍ରନ୍ଥର ରଚୟିତା ଅଟନ୍ତି । ସେ କବିସୂର୍ଯ୍ୟ ବଳଦେବ ରଥ ଓ କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସମସାମୟିକ ଥିଲେ ।

ଜୀବନ

ଗୌରଚରଣ ୧୮୧୪ ଖ୍ରୀଷ୍ଟାବ୍ଦ ଭାଦ୍ରବ ମାସ ରାଧାଷ୍ଟମୀ ଦିନ ‌(୧୨୨୧ ସାଲ) ପୁରୀ ଜିଲ୍ଲାର ଖୋର୍ଦ୍ଧା ସବଡିଭିଜନ ଅନ୍ତର୍ଗତ ଲେହେଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୁକୁନ୍ଦ ମିଶ୍ର । ମୁକୁନ୍ଦ ମିଶ୍ରଙ୍କ ଅବସ୍ଥା ଆଦୌ ସ୍ୱଚ୍ଛଳ ନଥିଲା । ତେଣୁ ପାଠଶାଳାଟିଏ କରି ଗୌରଚରଣଙ୍କୁ ପରିବାରର ଭରଣପୋଷଣ କରିବାକୁ ପଡ଼ୁଥିଲା । ତାଙ୍କ ଦୀକ୍ଷାଗୁରୁ ସଦାନନ୍ଦ ବ୍ରହ୍ମଚାରୀ ତାଙ୍କୁ ରଣପୁର ନିକଟବର୍ତ୍ତୀ ପୁରୁଣାବସ୍ତ ଗ୍ରାମରେ ଅବସ୍ଥିର ନିଜ ମଠର ଅଧିକାରୀ ପଦ ପ୍ରଦାନ କରିଥିଲେ । ଏହାଦ୍ୱାରା ଗୌରଚରଣଙ୍କ ଅବସ୍ଥାରେ ଉନ୍ନତି ଘଟିଥିଲା ।

ଗୌରଚରଣ ଅତି କମ ବୟସରୁ ରାଧାକୃଷ୍ଣ ଓ ଚୈତନ୍ୟଙ୍କ ସମ୍ବନ୍ଧୀୟ ଗୀତ ଲେଖି ପାଠଶାଳାର ଛାତ୍ରମାନଙ୍କ ଶିଖାଉଥିଲେ । ପୁରୁଣାବସ୍ତ ମଠର ଅଧିକାରୀ ହେବା ପରେ ସେ କୃଷ୍ଣଲୀଳା ଗ୍ରନ୍ଥ ରଚନା କରି କୃଷ୍ଣଲୀଳା ଯାତ୍ରା ଅନୁଷ୍ଠାନ କରିଥିଲେ । ସେ ଓଡ଼ିଶା ବଙ୍ଗଳା ମିଶା ସଂକୀର୍ତ୍ତନ ପଦାବଳୀ ରଚନା କରି କୀର୍ତ୍ତନିଆମାନଙ୍କୁ ଦେଉଥିଲେ । ଏହାଦ୍ୱାରା ତାଙ୍କ ଖ୍ୟାତି ଚାରିଆଡ଼େ ବ୍ୟାପିଗଲା । କବି ହେବା ସଙ୍ଗେ ସଙ୍ଗେ ଏକ ଉଚ୍ଚକୋଟିର ସାଧକ ଭାବେ ସେ ପୂଜିତ ହେଉଥିଲେ ଓ ଅନେକ ଲୋକ ତାଙ୍କ ଠାରୁ ଦୀକ୍ଷା ଗ୍ରହଣ କରୁଥିଲେ । ଗୌରଚରଣ ଗୃହୀ ବୈଷ୍ଣବ ଥିଲେ ।

କବି ଗୌରଚରଣ ୧୮୯୦ ଖ୍ରୀଷ୍ଟାବ୍ଦ (୧୨୯୭ ସାଲ) ମାର୍ଗଶୀର କୃଷ୍ଣ ଏକାଦଶୀ ଦିନ ସୂର୍ଯ୍ୟାସ୍ତ ସମୟରେ କୃଷ୍ଣ ନାମ କହି ଇହଧାମ ତ୍ୟାଗ କରିଥିଲେ ।

ରଚନାବଳୀ

କବି ଗୌରଚରଣଙ୍କ ରଚନାଗୁଡ଼ିକ ମୁଖ୍ୟତଃ କ୍ଷୁଦ୍ରଗୀତ । ଏଥିରେ ରାଧାକୃଷ୍ଣ ପ୍ରେମ ଆଧାରିତ ଚଉପଦୀ ଓ ଭଜନ ଜଣାଣ ପ୍ରଭୃତି ଭକ୍ତିସଙ୍ଗୀତ ରହିଅଛି ।

ରଚନାଶୈଳୀ

ଗୌରଚରଣଙ୍କ ଗୀତଗୁଡ଼ିକରେ ତଦ୍ଭବ ଓ ଦେଶଜ ଶବ୍ଦର ବହୁଳ ବ୍ୟବହାର ଦେଖାଯାଏ ।

ସଂରକ୍ଷଣ ଓ ମୁଦ୍ରଣ

ତାଙ୍କ ରଚିତ 'କୃଷ୍ଣଲୀଳା' ଗ୍ରନ୍ଥ କଟକର ଏକାଧିକ ପ୍ରେସ ଛାପିଛନ୍ତି । ତାଙ୍କ ପୁତ୍ର 'ଗୌରହରି ଭଜନ ଶତକ' ବୋଲି ତାଙ୍କର ଖଣ୍ଡିଏ ଗୀତ ସଙ୍ଗ୍ରହ ଅନେକ ବର୍ଷ ତଳେ ପ୍ରକାଶ କରିଥିଲେ । ତାହା ବର୍ତ୍ତମାନ ଦୁଷ୍ପ୍ରାପ୍ୟ । ତାଙ୍କ ରଚିତ 'ଅଦ୍ୱୈତ ମଙ୍ଗଳ' ନାମକ ଓଡ଼ିଶାମିଶା ବଙ୍ଗଳାରେ ଲିଖିତ ଗ୍ରନ୍ଥ ଛପାଯାଇଛି । ଏହା ଛଡ଼ା ତାଙ୍କର ଅନ୍ୟାନ୍ୟ ରଚନା ଏ ଯାଏଁ ପ୍ରକାଶିତ ହୋଇପାରିନାହିଁ ।

ଗୌରଚରଣ ଅଧିକାରୀଙ୍କ ରଚନାବଳୀ ପ୍ରଥମ ଥର ପାଇଁ ବାବାଜୀ ବୈଷ୍ଣବ ଚରଣ ଦାସଙ୍କ ଦ୍ୱାରା ସଂଗୃହୀତ ହୋଇ କଳିଙ୍ଗଭାରତୀ ଅନୁଷ୍ଠାନ ପକ୍ଷରୁ 'ଗୀତକଳ୍ପତରୁ' ଗ୍ରନ୍ଥ ଭାବରେ ପ୍ରକାଶିତ ହୋଇଥିଲା ।

  • କୃଷ୍ଣଲୀଳା
  • ଅଦ୍ୱୈତ ମଙ୍ଗଳ
  • ଆଠରସ
  • ପଞ୍ଚସ୍ପୃହ
  • ପଶାଖେଳ
  • ଚମତ୍କାର ଚନ୍ଦ୍ରିକା
  • ଶରଦ୍ରାସ

    ଆଧାର

    The contents of this page are sourced from Wikipedia article. The contents are available under the CC BY-SA 4.0 license.
    Lists
    Gauracharan Adhikari is in following lists
    comments so far.
    Comments
    From our partners
    Sponsored
    Gauracharan Adhikari
    arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes