peoplepill id: gangadhar-garuda
GG
India
4 views today
4 views this week
Gangadhar Garuda
India athlete

Gangadhar Garuda

The basics

Quick Facts

Intro
India athlete
A.K.A.
Gangadhar Garud
Places
Work field
Gender
Male
The details (from wikipedia)

Biography


ଗଙ୍ଗାଧର ଗରୁଡ଼, ଓଡ଼ିଶା ପୁରୁଷ କବାଡ଼ି ଦଳର ପ୍ରଥମ ଅଧିନାୟକ ଓ ପ୍ରଶିକ୍ଷକ । ସେ ନିଜ ପ୍ରଚେଷ୍ଟାରେ କଟକରେ କବାଡ଼ି ଖେଳର ମୂଳଦୁଆ ପକେଇଥିଲେ । ଓଡ଼ିଶା କବାଡ଼ି ଆସୋସିଏଶନ ଗଠନ, ଓଡ଼ିଶାରେ ଜାତୀୟ କବାଡ଼ି ଚାମ୍ପିୟାନସିପ ଆୟୋଜନ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ କାମରେ ତାଙ୍କର ବଳିଷ୍ଠ ଭୂମିକା ରହିଥିଲା ।

୧୯୬୦ମସିହା ପୂର୍ବରୁ କଟକ ମେଡ଼ିକାଲ କଲେଜ ପଡ଼ିଆରେ ସେ କବାଡ଼ି, ଫୁଟବଲ, କୁସ୍ତି, ଭାରତ୍ତୋଳନ ଆଦି ଖେଳ ଆରମ୍ଭ କରାଇଥିଲେ । ପରେ କବାଡ଼ି ଉପରେ ସେ ନିର୍ଦ୍ଧିଷ୍ଟ ଦୃଷ୍ଟିଦେଇ କ୍ଲବ, ଜିଲ୍ଲା ଓ ରାଜ୍ୟସ୍ଥରରେ କବାଡ଼ିକୁ ଲୋକପ୍ରିୟ କରିବାରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ । ୧୯୫୧ ମସିହାରେ ଓଡ଼ିଶା କବାଡ଼ି ଆସୋସିଏଶନ ଗଠନ କରାଯାଇଥିଲା । ହରେକୃଷ୍ଣ ମହତାବ ଏହାର ପ୍ରଥମ ସଭାପତି ରହିଥିଲେ । ଗଙ୍ଗାଧର ସେତେବେଳକୁ ସାରା ଓଡ଼ିଶାରେ ଜଣେ ଭଲ କବାଡ଼ି ଖେଳାଳି ଭାବରେ ପରିଚିତ ହୋଇସାରିଥିଲେ । ୧୯୫୧ରେ ଯେତେବେଳେ ପ୍ରଥମ ଓଡ଼ିଶା ରାଜ୍ୟ କବାଡ଼ି ଦଳ ଗଠନ କରାଗଲା, ଗଙ୍ଗାଧରଙ୍କୁ ଏହି ଦଳର ଅଧିନାୟକ ଓ ପ୍ରଶିକ୍ଷକଭାବରେ ବଛାଯାଇଥିଲା । ୧୯୮୪ ମସିହାରେ ଗଙ୍ଗାଧରଙ୍କୁ ରାଜ୍ୟ ବାଳକ ଦଳର ମ୍ୟାନେଜର ଭାବରେ ନିଯୁକ୍ତ କରାଯାଇଥିଲା ।

ଗଙ୍ଗାଧର ନିଜ ସନ୍ତାନମାନଙ୍କୁ ମଧ୍ୟ ଖେଳିବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି । ଝିଅମାନଙ୍କୁ ନିଜେ କବାଡ଼ି ଖେଳର ପ୍ରଶିକ୍ଷଣ ଦେଇଛନ୍ତି । ୫ଜଣ ଝିଅଙ୍କ ମଧ୍ୟରୁ ୩ଜଣ ସଞ୍ଜୁଲତା, ଅଞ୍ଜୁଲତା ଓ ବେଞ୍ଜୁଲତା ଓଡ଼ିଶା ପାଇଁ କବାଡ଼ି ଖେଳିଛନ୍ତି । ପୁଅ ରଣଜିତ ଗରୁଡ଼ ମଧ୍ୟ ରାଜ୍ୟ ତରଫରୁ ଫୁଟବଲ ଖେଳିଛନ୍ତି ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Gangadhar Garuda is in following lists
comments so far.
Comments
From our partners
Sponsored
Credits
References and sources
Gangadhar Garuda
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes