peoplepill id: dillip-satapathy
DS
India
1 views today
2 views this week
Dillip Satapathy
Indian journalist

Dillip Satapathy

The basics

Quick Facts

Intro
Indian journalist
Places
Gender
Male
Birth
Place of death
Bhubaneswar, Khordha district, Central division, India
Age
56 years
The details (from wikipedia)

Biography

ଦିଲ୍ଲୀପ ଶତପଥୀ (୧୯୬୩-୨୦୧୯) ଜଣେ ଓଡ଼ିଆ ସାମ୍ବାଦିକ ଥିଲେ । ତାଙ୍କର ସାମ୍ବାଦିକତା ମୁଖ୍ୟତଃ ଅର୍ଥନୀତି ଓ ବ୍ୟବସାୟ ସମ୍ବନ୍ଧରେ ଥିଲା । ସେ ବିଜନେସ ଷ୍ଟାଣ୍ଡାର୍ଡ଼ର ଓଡ଼ିଶା ବ୍ୟୁରୋ ଚିଫ ଥିଲେ ଓ ଦୂରଦର୍ଶନରେ ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶାର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଅର୍ଥନୀତି ଓ ରାଜନୀତିକ ଆଲୋଚନାରେ ସେ ନିୟମିତ ଭାବେ ଅଂଶଗ୍ରହଣ କରୁଥିଲେ । ରକ୍ତକର୍କଟରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରଠାରେ ୨୦୧୯ ମସିହା ସେପ୍ଟେମ୍ବର ୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ

ଶତପଥୀ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମିତ । ତାଙ୍କ ପରିବାରରେ ୫ ଭଉଣୀ ଓ ୨ ଭାଇରେ ସେ ଥି‌ଲେ କନିଷ୍ଠତମ । ସେ ଅବିବାହିତ ଥିଲେ । ପାଖାପାଖି ୨୦ ବର୍ଷ ତଳେ ୧୯୯୮ରେ ସେ ରକ୍ତକର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ଓ ପରେ ସୁସ୍ଥ ହୋଇଯାଇଥିଲେ । ତେବେ ପରେ ଆଉଥରେ ଏଥିରେ ପୀଡ଼ିତ ହୋଇ ଚିକିତ୍ସାଧୀନ ହୋଇଥିଲେ । ମୃତ୍ୟୁ ଆଗରୁ ସେ ହୃଦଘାତରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଶିକ୍ଷା ଓ ଚାକିରି

ସେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ତାହା ପରେ ସମ୍ବାଦରେ ୧୯୮୪ ମସିହାରେ ସାମ୍ବାଦିକ ଭାବେ ଯୋଗଦେଇଥିଲେ । ପରେ ୧୯୯୩ ମସିହା ଅଗଷ୍ଟ ମାସରେ ବିଜନେସ ଷ୍ଟାଣ୍ଡାର୍ଡ଼ରେ ଯୋଗଦେଇ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରୁଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Dillip Satapathy is in following lists
comments so far.
Comments
From our partners
Sponsored
Credits
References and sources
Dillip Satapathy
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes