Birendra Mohanty
Quick Facts
Biography
ବୀରେନ୍ଦ୍ରନାଥ ମହାନ୍ତି (ଜନ୍ମ: ୮ ଅପ୍ରେଲ ୧୯୬୨) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ଶିଶୁ ସାହିତ୍ୟ ରଚନା ପାଇଁ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଏବଂ ୨୦୧୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ବୀରେନ୍ଦ୍ର ମହାନ୍ତି ୨୫ ଖଣ୍ଡ ପୁସ୍ତକ ରଚନା କରିବା ସହ ୬ ଖଣ୍ଡ ପୁସ୍ତକକୁ ଅନୁବାଦ କରିଛନ୍ତି ।
ଜନ୍ମ ଓ ଶିକ୍ଷା
ବୀରେନ୍ଦ୍ରନାଥ ମହାନ୍ତି ୧୯୬୨ ମସିହାର ଅପ୍ରେଲ ମାସ ୮ ତାରିଖରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ପୁରୀର ଏସ୍.ଏସ୍.ସି. କଲେଜରୁ ୧୯୮୦ ମସିହାରେ ସ୍ନାତକ ଶେଷ କରିଥିଲେ । ୧୯୮୭ ମସିହାରେ ବୀରେନ୍ଦ୍ରନାଥ ମିନତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।
ରଚନାବଳୀ
- ୧୯୯୬ - ଥକୁଲୁଥୁକୁଲୁ ଥା
- ୨୦୧୮ - ରୁମ୍କୁ ଝୁମା
- ଶିଶୁ ହସିଲେ ଦୁନିଆ ହସେ (ଚୁନୀ ପ୍ରକାଶନୀ, ପୁରୀ)
- ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ
- କେଳୁ ଚରଣ ମହାପାତ୍ରଙ୍କ ଜୀବନି (ବଙ୍ଗଳାକୁ ଅନୁବାଦ)
ପୁରସ୍କାର
ବୀରେନ୍ଦ୍ରନାଥ ମହାନ୍ତି ୧୯୯୬ ମସିହାରେ ତାଙ୍କର ଶିଶୁ ସାହିତ୍ୟ ଥକୁଲୁଥୁକୁଲୁ ଥା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହାପରେ ସେ ୨୦୧୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହି ପୁରସ୍କାର ତାଙ୍କ ତାଙ୍କର ଶିଶୁ କବିତା ପୁସ୍ତକ ରୁମ୍କୁ ଝୁମା ପାଇଁ ପାଇଥିଲେ । ଏହି ପୁସ୍ତକରେ ତାଙ୍କ ରଚିତ ସମୁଦାୟ ୧୦୦ଟି କବିତା ପ୍ରକାଶ ପାଇଥିଲା । ଏଥି ସହିତ ସେ ଜାତୀୟ ସାକ୍ଷରତା ମିଶନ ପୁରସ୍କାର, କାନପୁରସ୍ଥିତ ବାଳ କଲ୍ୟାଣ ସଂସ୍ଥାନ ପକ୍ଷରୁ ଜାତୀୟ ପୁରସ୍କାର, ରାଜଧାନୀ ପୁସ୍ତକ ମେଳା ତଥା ଅନେକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ।
ଆଧାର
- ↑ "'ରୁମ୍କୁ ଝୁମା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିରେନ୍ଦ୍ର ମହାନ୍ତି". Odisha Reporter (in ଇଂରାଜୀ). 2018-06-22. Archived from the original on 26 February 2019. Retrieved 2019-02-26.
- ↑ "କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ: ଓଡ଼ିଶାରୁ ବୀରେନ୍ଦ୍ର ମହାନ୍ତି ଓ ଜୟଦ୍ରଥ ସୁନା ପାଇବେ ଏହି ପୁରସ୍କାର - Odisha Live". Dailyhunt (in ଇଂରାଜୀ). Retrieved 2019-02-26.
- ↑ Dharitri. "ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Dharitri.com (in ଇଂରାଜୀ). Retrieved 2019-02-26.
- ↑ "VTLS Chameleon iPortal". opac.nationallibrary.gov.in. Retrieved 26 February 2019.
- ↑ Bureau, Samajalive. "ଦୁଇ ଓଡ଼ିଆଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର | Samaja Live" (in ଇଂରାଜୀ). Retrieved 2019-02-26.
- ↑ "Odisha Sahitya Akademi". odishasahityaakademi.org. Retrieved 2019-02-26.
- ↑ "Breakfast Odisha with Sisu Sahityika Birendra Nath Mohanty". Prameya News7 (in ଇଂରାଜୀ). 2018-08-06. Retrieved 2019-02-26.
- ↑ "ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.pratinidhiodia.in (in ଇଂରାଜୀ). Retrieved 2019-02-26.
- ↑ "ଶିଶୁସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଯୁବକବି ଜୟଦ୍ରଥ ସୁନା ପାଇବେ ସାହିତ୍ୟ ଅକାଦେମି ପୁରସ୍କାର". Sambad (in ଇଂରାଜୀ). 2018-06-22. Retrieved 2019-02-26.
- ↑ ନାୟକ, ହେମନ୍ତ (23 June 2018). "'ଶିଶୁଙ୍କ ମନକୁ ଅନୁଧ୍ୟାନ କରି ଲେଖାଯିବା ଦରକାର'-ବୀରେନ୍ଦ୍ର ମହାନ୍ତି". Dharitri.com (in Odia). Archived from the original on 26 February 2019. Retrieved 2019-02-26.CS1 maint: Unrecognized language (link)
ଅଧିକ ତଥ୍ୟ
- ଫେସବୁକରେ ବୀରେନ୍ଦ୍ରନାଥ ମହାନ୍ତି