peoplepill id: bipin-bihari-rath
BBR
India
1 views today
2 views this week
Bipin Bihari Rath
Freedom Fighter from Odisha

Bipin Bihari Rath

The basics

Quick Facts

Intro
Freedom Fighter from Odisha
Places
Work field
Gender
Male
Place of birth
Ganjam, India
Place of death
Cuttack, India
Age
89 years
The details (from wikipedia)

Biography

ବିପିନ ବିହାରୀ ରଥ( ୨୯ ଅକ୍ଟୋବର ୧୯୩୦ - ୭ ମାର୍ଚ୍ଚ ୨୦୨୦ ) ଜଣେ ସ୍ୱାଧିନତା ସଂଗ୍ରାମୀ, ସମାଜସେବୀ ଓ ଆଇନଜୀବୀ ଥିଲେ । ବାନର ସେନାଆଜାଦ ହିନ୍ଦ ଫୌଜରେ ଯୋଗଦେଇ ସେ ଭାରତର ସ୍ୱାଧିନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ । ସେ ଓକିଲାତିକୁ ନିଜର ପେଷା ଭାବରେ ଗ୍ରହଣ କରିଥିଲେ । ରାଜନୀତିରେ ସକ୍ରିୟ ଥାଇ ବିଭିନ୍ନ ସମୟରେ ସେ ଫରୱାର୍ଡ ବ୍ଲକ, ବିଜେପି ଓ ବିଶ୍ଵ ହିନ୍ଦୁ ପରିଷଦ ସହିତ ଜଡିତ ଥିଲେ । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନର ଅଧ୍ୟକ୍ଷ ମଧ୍ୟ ଥିଲେ ।

ଜୀବନୀ

ବିପିନ ବିହାରୀ, ୧୯୩୦ ମସିହାରେ ଗଞ୍ଜାମ ଜିଲ୍ଲାର କୃପାସିନ୍ଧୁପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ୧୦ ବର୍ଷ ବୟସରେ, ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବାନର ସେନାରେ ପ୍ରଶିକ୍ଷଣ ନେଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ୧୯୪୨ ଅଗଷ୍ଟ ୧୦ ତାରିଖରେ ଭାରତ ଛାଡ଼ ଆନ୍ଦୋଳନରେ ପିକେଟିଂ କରିବା ସମୟରେ ବ୍ରିଟିଶ ପୁଲିସ ତାଙ୍କୁ ବ୍ରହ୍ମପୁର ପୋଷ୍ଟ ଅଫିସଠାରେ ଗିରଫ କରିଥିଲା । ଭାରତ ସ୍ୱାଧୀନତା ପରେ, ୧୯୬୧ ମସିହାରେ ସେ ଓକିଲାତି ବୃତି ଆରମ୍ଭ କରିଥିଲେ । ୧୯୬୮ରୁ ୧୯୭୭ ପର୍ଯ୍ୟନ୍ତ ସେ ଫରୱାର୍ଡ ବ୍ଲକର ଓଡ଼ିଶା ଶାଖାର ସଭାପତି, ୧୯୯୦-୯୫ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ଉପସଭାପତି ଏବଂ ୧୯୯୯-୨୦୧୦ ପର୍ଯ୍ୟନ୍ତ ବିଶ୍ଵ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଥିଲେ ।

ତାଙ୍କ ପୁଅ ବିଶ୍ଵନାଥ ରଥ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି । ୨୦୨୦ ମାର୍ଚ୍ଚ ୭ ତାରିଖରେ କଟକଠାରେ ତାଙ୍କର ପରଲୋକ ଘଟିଥିଲା ।

ସାହିତ୍ୟ ସର୍ଜନା

ଲେଖାଲେଖିରେ ମଧ୍ୟ ବିପିନ ରୁଚି ରଖିଥିଲେ । ବିଭିନ୍ନ ସମ୍ବାଦପତ୍ରରେ ତାଙ୍କ ପ୍ରବନ୍ଧ ପ୍ରକାଶ ପାଇଥିଲା । ତାଙ୍କଦ୍ୱାରା ରଚିତ କିଛି ପୁସ୍ତକ :

  • ମୋ ବିଚାର ଓ ସ୍ମୃତି
  • ନିର୍ବାଚନ ବ୍ୟବସ୍ଥାର ସଂସ୍କାର
  • ଜନତା ଜନାର୍ଦ୍ଦନ

ସମ୍ମାନ ଓ ପୁରସ୍କାର

  • ମଧୁଜ୍ୟୋତି ସମ୍ମାନ
  • କଳିଙ୍ଗ ଗୌରବ
  • କଳିଙ୍ଗ ପ୍ରଭା
  • ହାଇକୋର୍ଟର ଶ୍ରେଷ୍ଠ ଆଇନଜୀବୀ

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Bipin Bihari Rath is in following lists
comments so far.
Comments
From our partners
Sponsored
Credits
References and sources
Bipin Bihari Rath
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes