peoplepill id: basant-kumari-debi
BKD
India
2 views today
2 views this week
Basant Kumari Debi
Odia writer

Basant Kumari Debi

The basics

Quick Facts

Intro
Odia writer
A.K.A.
Vasant Kumari Devi Basant Kumari Devi Vasant Kumar Debi
Places
Work field
Gender
Female
Place of birth
Parvathipuram, Andhra Pradesh, India
Age
67 years
The details (from wikipedia)

Biography

ବସନ୍ତ କୁମାରୀ ଦେବୀ(୧୨ ମାର୍ଚ୍ଚ ୧୯୩୧- ୧୪ ମଇ ୧୯୯୮) ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ସମୟର ଜଣେ ଓଡ଼ିଆ ଲେଖିକା ଓ ଅନୁବାଦିକା ଥିଲେ ।

ଆଦ୍ୟ ଜୀବନ

ବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଞ୍ଚଳ ପାର୍ବତୀପୁରମରେ ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିଉସା ଥିଲେ ଐତିହାସିକ ତଥା ସାହିତ୍ୟିକ ପଣ୍ଡିତ ସତ୍ୟନାରାୟଣ ରାଜଗୁରୁ । ଏହି ପିଉସାଙ୍କ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖବନ୍ଧରେ ଲେଖିଛନ୍ତି । ଏହି ମୁଖବନ୍ଧରୁ ମଧ୍ୟ ଜଣାଯାଏ ଯେ ସେ ମାତ୍ର ପନ୍ଦର ବର୍ଷ ବୟସରୁ (୧୯୪୬ରୁ) ସାହିତ୍ୟ ସୃଷ୍ଟି ଆରମ୍ଭ କରିଥିଲେ ।

ସାହିତ୍ୟ କୃତି

ବସନ୍ତ କୁମାରୀଙ୍କ ପ୍ରଥମ ଗଳ୍ପ "ମାତୃ ସ୍ନେହ" ସେତେବେଳର ବିଶିଷ୍ଟ ସାହିତ୍ୟ ପତ୍ରିକା "ସହକାର"ରେ ୧୯୪୭ ମସିହାରେ । ଏହି ପତ୍ରିକାରେ ତାଙ୍କ ନାମ ଶ୍ରୀମତୀ ବସନ୍ତଲତା ଦେବୀ ବୋଲି ଉଲ୍ଲେଖ ହୋଇଛି ।

ତାଙ୍କର ପ୍ରଥମ ଉପନ୍ୟାସ ""ଆରତି" ପ୍ରକାଶିତ ହୋଇଥିଲା ଯେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା । ସେତେବେଳର ସାମାଜିକ ପରିସ୍ଥିତି ଓ ନାରୀର ଅବସ୍ଥା ଏହି ଉପନ୍ୟାସରେ ପ୍ରତିଫଳିତ ହୋଇଥିଲା ।

ବସନ୍ତ କୁମାରୀଙ୍କ ରଚିତ ଅନ୍ୟ କେତୋଟି ଉପନ୍ୟାସ:-

  • ଝଡ଼ (କଳାହାଣ୍ଡି ବ୍ରଜମୋହନ ସାହିତ୍ୟ ସମିତିର ୧୯୪୮ ମସିହା ଉପନ୍ୟାସ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ)
  • ସୁରମା
  • ନଦୀର ନାମ ରୂପମତୀ
  • ନଷ୍ଟ ନୀଡ଼ର ବିହଙ୍ଗୀ

ଗଳ୍ପ ସଂକଳନ

  • ବୃନ୍ତଚ୍ୟୁତ ଓ ଅନ୍ୟାନ୍ୟ ଗଳ୍ପ - ପ୍ରକାଶକ ସର୍ବେଶ୍ୱର ଦାଶ -୨୦୦୨ - ଭୁବନେଶ୍ୱର
  • ନାସ୍ତିକ ଓ ଅ‍ନ୍ୟାନ୍ୟ ଗଳ୍ପ
  • ରାତ୍ରିର ତପସ୍ୟା
  • ଶତାବ୍ଦୀର ପ୍ରତିଧ୍ୱନି
  • ଉଛ୍ୱାସ

ଶିଶୁ ସାହିତ୍ୟ

  • କାହାଣୀ ପେଡ଼ି

ଅନୁବାଦ

  • ବିନ୍ଦୁର ପୁଅ - ୧୯୮୦(ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ମୂଳ ବଙ୍ଗଳା ଉପନ୍ୟାସର ଓଡ଼ିଆ ଅନୁବାଦ)
  • ଗଣଦେବତା
  • ପଂଚଗ୍ରାମ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(ଅନୁବାଦ) - ୧୯୮୯

ଆଧାର

  1. ଦେବୀ, ବସନ୍ତ କୁମାରୀ (1949). ଆରତି (ପ୍ରଥମ ed.). କଟକ: କଟକ ବୁକ୍ ଏମ୍ପୋରିୟମ. Retrieved 20 January 2019.
  2. ବାରିକ, ଡକ୍ଟର କବିତା (2018). ଓଡ଼ିଆ ଲେଖିକାଙ୍କ ଗଳ୍ପ (ପ୍ରଥମ ed.). ବସନ୍ତକୁଞ, ନୂଆ ଦିଲ୍ଲୀ- ୧୧୦୦୭୦: National Book Trust of India. pp. ୩୯୮, ୩୯୯. ISBN 978-81-237-8196-9.
  3. ଦେବୀ, ବସନ୍ତ କୁମାରୀ (1949). ଆରତି (ଉପନ୍ୟାସ) (ପ୍ରଥମ ed.). କଟକ ଓଡି‌ଶା: କଟକ ବୁକ୍ ଏମ୍ପୋରିୟମ. p. i. Retrieved 20 January 2019.
  4. ଦେବୀ, ବସନ୍ତ ଲତା (1947).କର, ବାଳକୃଷ୍ନ (ed.). "ମାତୃସ୍ନେହ (ଗଳ୍ପ)". ସହକାର ଓଡ଼ିଆ ପତ୍ରିକା (in Odia). କଟକ: ସମବାୟ ସେବକ ସମିତି. 25 (6): ୨୮୦, ୩୨୬. Retrieved 20 January 2019.CS1 maint: Unrecognized language (link)
  5. ଦେବୀ, ବସନ୍ତ କୁମାରୀ (2001). ନଦୀର ନାମ ରୂପମତୀ (ପ୍ରଥମ ed.). କଟକ: ଫ୍ରେଣ୍ଡ୍‍‍‍‍ସ ପବ୍ଲିଶର୍ସ `. ISBN 81-7401-368-7. Retrieved 20 January 2019.
  6. "ନଷ୍ଟ ନୀଡ଼ର ବିହଙ୍ଗୀ". Odisha EStore. ବିଦ୍ୟାପୁରୀ କଟକ.
  7. "ବସନ୍ତ କୁମାରୀ ଦେବୀ - ପୁସ୍ତକ ସଂଗ୍ରହ". opac.nationallibrary.gov.in. National Library of India- Ministry of Culture Government of India. Retrieved 20 January 2019.
  8. ଦେବୀ, ବସନ୍ତ କୁମାରୀ (1963). କାହାଣୀ ପେଡ଼ି (in Odia) (ପ୍ରଥମ ed.). ପୁରୀ: ବସନ୍ତ କୁମାରୀ ଦେବୀ. Retrieved 20 January 2019.CS1 maint: Unrecognized language (link)
  9. Indian Literature. Sähitya Akademi. 1981.
  10. The Indian P.E.N. P.E.N. All-India Centre. 1990.
The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Basant Kumari Debi is in following lists
comments so far.
Comments
From our partners
Sponsored
Credits
References and sources
Basant Kumari Debi
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes