Basant Das
Quick Facts
Biography
ବସନ୍ତ ଦାସ (୦୨ ଜାନୁଆରୀ ୧୯୪୦ - ୨୮ ମଇ ୨୦୨୧) ଜଣେ ସାମ୍ବାଦିକ, ସ୍ତମ୍ଭକାର ଓ ସାହିତ୍ୟିକ ଥିଲେ । ୫୦ ବର୍ଷରୁ ଅଧିକ ସମୟ ଧରି ସେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ସାମ୍ବାଦିକତା କରିଥିଲେ । ଯେ ଦେଶ ଯାଇ ସେ ଫଳ ଖାଇ ପୁସ୍ତକ ପାଇଁ ୨୦୧୦ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ସେ ଓଡ଼ିଶା ମିଡ଼ିଆ ଏକାଡେମୀ ସମେତ ବହୁ ସଂଗଠନ ସହିତ ଜଡ଼ିତ ଥିଲେ ।
ବ୍ୟକ୍ତିଗତ ଜୀବନ
୧୯୪୦ ମସିହା ଜାନୁଆରୀ ୨ ତାରିଖରେ ବସନ୍ତ, ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ଅନ୍ତର୍ଗତ ମଇଁନ୍ଦିପୁରଠାରେ ଜନ୍ମଗ୍ରହଣ କରିଥିଲେ । ଜନ୍ମହେବାର ୬ ଦିନ ପରେ ତାଙ୍କର ମାତୃବିୟୋଗ ଘଟିଥିଲା । ସେ ପ୍ୟାରୀମୋହନ ଏକାଡ଼େମୀ ଓ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଏଲଏଲବି କରିଥିଲେ ।
ସାମ୍ବାଦିକତା
୧୯୬୫ ମସିହାରେ ଇଂରାଜୀ ପତ୍ରିକା ଇଷ୍ଟର୍ଣ୍ଣ ଟାଇମ୍ସରୁ ବସନ୍ତ ନିଜର ସାମ୍ବାଦିକ ବୃତ୍ତି ଆରମ୍ଭ କରିଥିଲେ । ୨୦୦୨ ମସିହାରେ ଅନୁସନ୍ଧାନ ପତ୍ରିକାର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ସେ କୌଣସି ପତ୍ରପତ୍ରିକା ସହିତ ଜଡ଼ିତ ନରହି, ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ସ୍ତମ୍ଭକାର ଭାବରେ କାର୍ଯ୍ୟ କରୁଥିଲେ ।
ସାହିତ୍ୟ ସର୍ଜନା
ବସନ୍ତ, ୧୬ଟି ପୁସ୍ତକ ରଚନା କରିଥିଲେ । ତାଙ୍କର ଯେ ଦେଶ ଯାଇ ସେ ଫଳ ଖାଇ ଓ ପଲିଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡ଼ିଶା ଆଦି ପୁସ୍ତକ ବହୁପଠିତ ।
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୦ (ଯେ ଦେଶ ଯାଇ ସେ ଫଳ ଖାଇ ପୁସ୍ତକ ପାଇଁ)