Achyutananda Mahananda
Quick Facts
Biography
ଅଚ୍ୟୁତାନନ୍ଦ ମହାନନ୍ଦ (୨୧ ଅପ୍ରେଲ ୧୯୨୪ - ୧୫ ଅପ୍ରେଲ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୧, ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଲାଙ୍ଗୀର, କଣ୍ଟାବାଞ୍ଝି ଓ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ, ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବା ଓ ଶିକ୍ଷା
ଅଚ୍ୟୁତାନନ୍ଦ ମହାନନ୍ଦ ୧୯୨୪ ମସିହାର ଅପ୍ରେଲ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁନ୍ଦର ମହାନନ୍ଦ ଓ ପତ୍ନୀଙ୍କ ନାମ ଉଦିଆଚାନ୍ଦ ମହାନନ୍ଦ ।
ରାଜନୈତିକ ଜୀବନ
ଅଚ୍ୟୁତାନନ୍ଦ ମହାନନ୍ଦ ଓଡ଼ିଶା ରାଜନୀତିରେ ପ୍ରଥମେ ଗଣତନ୍ତ୍ର ପରିଷଦରେ ଏବଂ ପରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । ୧୯୭୨ ମସିହାରୁ ୧୯୭୩ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | ବଲାଙ୍ଗୀର | ଗଣତନ୍ତ୍ର ପରିଷଦ |
୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ଟିଟଲାଗଡ଼ | ଗଣତନ୍ତ୍ର ପରିଷଦ |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ଟିଟଲାଗଡ଼ | ସ୍ୱତନ୍ତ୍ର ପାର୍ଟି |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ଟିଟଲାଗଡ଼ | ସ୍ୱତନ୍ତ୍ର ପାର୍ଟି |
୧୯୭୧ | ୧୯୭୩ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | କଣ୍ଟାବାଞ୍ଝି | ସ୍ୱତନ୍ତ୍ର ପାର୍ଟି |
ମୃତ୍ୟୁ
ଅଚ୍ୟୁତାନନ୍ଦ ମହାନନ୍ଦ ୧୯୯୧ ମସିହାର ଅପ୍ରେଲ ୧୫ ତାରିଖରେ ୬୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।