Abasar Beuria
Quick Facts
Biography
ଅବସର ବେଉରିଆ ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ରାଷ୍ଟ୍ରଦୂତ ଥିଲେ । ସେ ଜାପାନରେ ଗୁରୁତ୍ୱପୂର୍ଣ୍ଣ ଭାରତୀୟ କୂଟନୈତିକ ମିଶନ, ପୂର୍ବତନ ସୋଭିଏତ ୟୁନିୟନ, ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, ମିଆଁମାର, ଶ୍ରୀଲଙ୍କା ଏବଂ ମାଡାଗାସ୍କର ଆଦି ସାତଟି ଦେଶରେ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ କାର୍ଯ୍ୟ ମଧ୍ୟରେ ସେ ନନ-ଆଲାଇନମେଣ୍ଟ ଶିଖର ସମ୍ମିଳନୀ, ରାଜ୍ୟଗୋଷ୍ଠୀ ସରକାର ମୁଖ୍ୟ ସମ୍ମିଳନୀ ଏବଂ ଜି-୭୭ ସମ୍ମିଳନୀ ଇତ୍ୟାଦି ସମେତ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ଆନ୍ତର୍ଜାତୀୟ ଆଲୋଚନାରେ ଭାରତର ପ୍ରତିନିଧି ଦଳର ସଦସ୍ୟ ଭାବରେ ଯୋଗଦେଇଥିଲେ। ସେ ଓଡ଼ିଶା ମହାବୋଧି ସୋସାଇଟିର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ପାଞ୍ଚଟି ପୁସ୍ତକ ରଚନା କରିବା ସହ ଓଡ଼ିଆ ଅଧ୍ୟୟନ ଏବଂ ଗବେଷଣା ଅନୁଷ୍ଠାନ ଆନୁକୁଲ୍ୟରେ ଏଆଇସିଟିଇ ପାଇଁ ୨୦ଟି ଇଞ୍ଜିନିୟରିଂ ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ । ଜଣେ ଚିତ୍ରଶିଳ୍ପୀ ଭାବରେ ସେ ଅନେକ ଜଣାଶୁଣା ଚିତ୍ରକଳା ସୃଷ୍ଟି କରିଥିଲେ । ତାଙ୍କର କଳାକୃତି ଲଳିତ କଳା ଏକାଡେମୀରେ ପ୍ରଦର୍ଶିତ ହେଉଛି । ସେ ଯତୀନ ଦାସ ସେଣ୍ଟର ଅଫ ଆର୍ଟ ସହ ମଧ୍ୟ ଜଡ଼ିତ ଥିଲେ ।
ଜୀବନୀ
ଶିକ୍ଷା
ସେ ରେଭେନ୍ସା କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଉଚ୍ଚଶିକ୍ଷା ପରେ ସେ ଅଧ୍ୟାପକ ଭାବରେ ଚାକିରି ଆରମ୍ଭ କରିଥିଲେ । ତା'ପରେ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ । ପରେ ସେ ଭାରତୀୟ ବୈଦେଶିକ ସେବାରେ ଯୋଗଦେଇଥିଲେ । ଭାରତୀୟ ବୈଦେଶିକ ସେବାରୁ ଅବସର ନେବା ପରେ ସେ ଓଡ଼ିଶା ଫେରି ସାହିତ୍ୟ ରଚନା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଜଡ଼ିତ ଥିଲେ ।
ଦେହାନ୍ତ
୨୦୨୨ ମସିହା ନଭେମ୍ବର ୧୬ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।
ରଚନାବଳୀ
- Bhitarkanika: The Mesmerising Mangrove (ଇଂରାଜୀରେ)
- From Myanmar to Madagascar (ଇଂରାଜୀରେ)